Home Top News ଆସୁଛି ବାତ୍ୟା, ସତର୍କ କରାଇଲେ ଏସଆରସି, ଚାଷୀ ଏବଂ ଉପକୂଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା

ଆସୁଛି ବାତ୍ୟା, ସତର୍କ କରାଇଲେ ଏସଆରସି, ଚାଷୀ ଏବଂ ଉପକୂଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା

189

ଭୁବନେଶ୍ୱର ୩୦-୧୧ (ଓଡ଼ିଆ ପୁଅ) IMD DG ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଗଣମାଧ୍ୟମକୁ ସମ୍ବୋଧନ କରି ସମ୍ଭାବିତ ବାତ୍ୟା ଆସୁଥିବା କଥା କହିଛନ୍ତି। ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରେ ଅବପାତର ରୂପ ନେବ। ୩ରେ ଏହା ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏହି ବାତ୍ୟା। ଏହାର ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ।

ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଇପାରେ। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା।
– ବାତ୍ୟା ପୂର୍ବର ପରସ୍ଥିତି ଉପରେ କଡା ନଜର ରଖିବା ପାଇଁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳଙ୍କୁ କହିଛନ୍ତି।
– ବିଶେଷ କରି ଅରେଞ୍ଜ ଏବଂ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ସମ୍ଭାବ୍ୟ ସାମୟିକ ବନ୍ୟା, ଭୂସ୍ଖଳନ ସ୍ଥିତି ଉପରେ ଧ୍ୟାନ ଦେବାକୁ କହିଛନ୍ତି ଏସଆରସି।
– ୩ରୁ ୫ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ୩ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ତାରିଖ ପାଇଁ ୧୧ଟି ଜିଲ୍ଲାକୁ ବର୍ଷା ଆଶଙ୍କା ରହିଥିବା ବେଳେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଇତି ମଧ୍ୟରେ ଚାଷୀବାଇମାନଙ୍କୁ ତାଙ୍କର ଫସଲକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି।
ପବନର ବେଗ –
୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ିବ ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ବୋହିପାରେ। ପବନ ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ବାତ୍ୟା ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବନାହିଁ। ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା। ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।
ବାତ୍ୟା ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ତେଣୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ସମୁଦ୍ରକୁ ନଯିବା ପାଇଁ ପରାମର୍ଶ
ମତ୍ସଜୀବୀ ମାନଙ୍କୁ ସମୁଦ୍ରରୁ ଫେରି ଆସିବାପାଇଁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.