Home Top News ଗାନ୍ଧୀ ଜୟନ୍ତୀରେ ୧୦ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ଲୋକାର୍ପଣ କରିବେ କେନ୍ଦ୍ର...

ଗାନ୍ଧୀ ଜୟନ୍ତୀରେ ୧୦ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ଲୋକାର୍ପଣ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

109

– ଅନୁଗୋଳ ଏବଂ ଢେଙ୍କାନାଳରେ ପ୍ରତ୍ୟକ୍ଷ ଭାବେ ୨ଟି ଏବଂ ଭିସି ଜରିଆରେ ୪ଟି ଲେଖାଏଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଓ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କାର୍ଯ୍ୟକ୍ରମ
– ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଫୁଲବାଣୀ, କୋରାପୁଟ ଜିଲ୍ଲାର ଜୟପୁର, ସମ୍ବଲପୁର ଜିଲ୍ଲାର ଧନୁପାଲି ଗଞ୍ଜାମର ବାଲିପଦା, ଡ଼େଙ୍ଗାଉସ୍ତା, କବିସୂର୍ଯ୍ୟନଗର ଓ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଗଡରେ ନୂଆ ରୂପରେ ନିର୍ମାଣ ହୋଇଛି
ଏସଏସଭିଏମ ଇଣ୍ଡିଆନ ଅଏଲ ଏଥିପାଇଁ ଖର୍ଚ୍ଚ କରିଛି ୨୪ କୋଟି ଟଙ୍କା
୧୨ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ହେବେ ଉପକୃତ
ସଶକ୍ତ ଓ ସମୃଦ୍ଧ ଭାରତ ଗଠନର ସ୍ୱପ୍ନ ପୂରଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ସୁଚିନ୍ତିତ ପଦକ୍ଷେପ

ଭୁବନେଶ୍ୱର, ସେପ୍ଟେମ୍ବର ୩୦ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨ ପବିତ୍ର ‘ଗାନ୍ଧୀ ଜୟନ୍ତୀ’ ଅବସରରେ ଅନୁଗୋଳ ଏବଂ ଢେଙ୍କାନାଳର ସୁନ୍ଦରିଖାଲରେ ପ୍ରତ୍ୟକ୍ଷ ଭାବରେ ୨ଟି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୮ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର(ଏସଏସଭିଏମ)ର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷ, ସଭାଗୃହ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଅନୁଗୋଳ ଠାରେ ପ୍ରତ୍ୟକ୍ଷ ଭାବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କରିବେ। ଏହା ପରେ ସେହି ସ୍ଥାନରୁ ଭିଡିଓ କନଫରେନ୍ସିଂ ଜରିଆରେ ବୌଦ୍ଧ, କନ୍ଧମାଳ ଜିଲ୍ଲାର ଫୁଲବାଣୀ, କୋରାପୁଟ ଜିଲ୍ଲାର ଜୟପୁର ଓ ସମ୍ବଲପୁର ଜିଲ୍ଲାର ଧନୁପାଲି ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକର ନୂତନ ସମ୍ମିଳନୀ କକ୍ଷ, ଶ୍ରେଣୀଗୃହ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କରିବେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରି ସ୍ଥାନୀୟ ସୁନ୍ଦରିଖାଲରେ ପ୍ରତ୍ୟକ୍ଷ ଏସଏସଭିଏମର ନୂଆ ଗୃହ, ଅନ୍ୟାନ୍ୟ ସୁବିଧା ଲୋକାର୍ପଣ କରିବା ପରେ ସେହି ସ୍ଥାନରୁ ଭିସି ଜରିଆରେ ଗଞ୍ଜାମ ଜିଲ୍ଲାର ବାଲିପଡ଼ା, ଡ଼େଙ୍ଗାଅସ୍ତା, କବିସୂର୍ଯ୍ୟନଗର ଓ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଗଡ଼ ଠାରେ ଏହି ସବୁ ଅନୁରୂପ ସୁବିଧାର ଲୋକର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଇଣ୍ଡିଆନ ଅଏଲର ସାମାଜିକ ଉତର ଦାୟିତ୍ୱ କାର୍ଯ୍ୟକ୍ରମ ‘ଇଣ୍ଡିଆନ ଅଏଲ ଶିକ୍ଷା’ ଅଧୀନରେ ପ୍ରାୟ ୨୪ କୋଟି ଟଙ୍କା ଖର୍ଚ୍ଚରେ ଏହି ସବୁ ନିର୍ମାଣ କରାଯାଇଛି। ଏହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାନଙ୍କରେ ସ୍ମାର୍ଟ୍ କ୍ଲାସରୁମ୍ ସହ ରହିଛି କନ୍‌ଫରେନସ୍ ହଲ୍‌, ଲାବୋରୋଟୋରୀ, ପାଠାଗାର, ପ୍ରାର୍ଥନା ଗୃହ, ଯୋଗ କକ୍ଷ, ଅଡ଼ିଟୋରିୟମ ହଲ୍ ଓ ଶୌଚାଳୟ। ଏହା ଦ୍ୱାରା ଏହି ୧୦ଟି ସ୍କୁଲରେ ପାଠ ପଢୁଥିବା ୧୨ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।

ଦିନରାତିକୁ ଏକ୍ କରି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଶିକ୍ଷା ହେଉଛି ଦେଶ ବିକାଶର ମୂଳମନ୍ତ୍ର। ତେଣୁ ଶିକ୍ଷାକ୍ଷେତ୍ରର ବିକାଶକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି ମୋଦି ସରକାର। ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ଏହି ସବୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାଧ୍ୟମରେ ଅଂଚଳର ପିଲାମାନଙ୍କୁ ଛୋଟ ବୟସରୁ ହିଁ ଗୁଣାତ୍ମକ ଶିକ୍ଷା ମିଳିପାରିବ। ଏହି ପ୍ରକଳ୍ପ ସଶକ୍ତ ଓ ସମୃଦ୍ଧ ଭାରତ ଗଠନର ସ୍ୱପ୍ନ ପୂରଣ ଦିଗରେ ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ସୁଚିନ୍ତିତ ପଦକ୍ଷେପା

ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲର ଏଚ୍‌ଆର୍ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ମହାପାତ୍ର, ସ୍ଥାନୀୟ ଜନପ୍ରତିନିଧି ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଅଏଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.