Home Top News ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା, ପ୍ରବଳ ବର୍ଷିବ...

ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା, ପ୍ରବଳ ବର୍ଷିବ – ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ

83

ଭୁବନେଶ୍ୱର ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ଫଳରେ ଆସନ୍ତା ୪ ଦିନରେ ଏହିପରି ପାଗ ରହିବ ବୋଲି ପୂର୍ବ ଆକଳନ କରିଚି ପାଣିପାଗ ବିଭାଗ।

ଆଜି ଠାରୁ ଆସନ୍ତା କାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ

ଓଡ଼ିଶାର ଜିଲ୍ଲାମାନଙ୍କରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ଦ୍ୱିତୀୟ ଦିନ (୧୧-୦୯ ସକାଳ ୦୮୩୦ ଘଣ୍ଟାରୁ ୧୨-୦୯ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ)

ଉପକୂଳ ଓଡ଼ିଶାର ଜିଲ୍ଲା ତଥା ଆଭ୍ୟନ୍ତରୀଣ ଓଡିଶା ଜିଲ୍ଲାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ
ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତୃତୀୟ ଦିନ (୧୨-୦୯ ସକାଳ ୦୮୩୦ ଘଣ୍ଟାରୁ ୧୩-୦୯ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ)
ଓଡିଶାର ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

୧. ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

୨. ଗଜପତି, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଚତୁର୍ଥ ଦିନ (୧୩-୦୯ ସକାଳ ୦୮୩୦ ଘଣ୍ଟାରୁ ୧୪-୦୯ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ)

ଓଡିଶାର ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ।

ୟେଲୋ ୱାର୍ଣ୍ଣିଂ

୧. ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଟକ, ସୋନପୁର, ବଲାଙ୍ଗୀରର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨. ନୁଆପଡା, କଳାହାଣ୍ଡି, ବୌଦ୍ଧ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଜଗତସିଂହପୁର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.