Home ଓଡ଼ିଶା ସରକାର କଣ ଆମ ଅଞ୍ଚଳକୁ ହାତୀ ଅଭୟାରଣ୍ୟ କରିବାକୁ ଯାଉଛନ୍ତି କି?

ସରକାର କଣ ଆମ ଅଞ୍ଚଳକୁ ହାତୀ ଅଭୟାରଣ୍ୟ କରିବାକୁ ଯାଉଛନ୍ତି କି?

66

ଖୋର୍ଦ୍ଧା: ଗୋଟିଏ ଦନ୍ତା ହାତୀ ଅଢେଇ ବର୍ଷ ଭିତରେ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ରଣପୁର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି, ଜଟଣୀ, ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ୧୨ ଜଣଙ୍କୁ ହତ୍ଯା, ୧୫ ଜଣଙ୍କୁ ଗୁରୁତର ଆହତ ଏବଂ ଅନେକ ଚାଷୀଙ୍କର ଫସଲ ନଷ୍ଟ କରିଲା ପରେ ବି ବନବିଭାଗ ଓ ଉପରୋକ୍ତ ଜିଲ୍ଲା ପ୍ରଶାସନ ନୀରବ ଓ ନାଚାର ରହିଛନ୍ତି। ଦୁଃଖର କଥା ଚଳିତ ସପ୍ତାହରେ ଟାଙ୍ଗୀ ବ୍ଳକର ନିରାକାରପୁର ଓ ରମାବିଲିରେ ୨ଟି ଜୀବନ ନେଲା ଉକ୍ତ ହାତୀ। ୨୦୧୫ ମସିହାରେ ଚନ୍ଦକା ଜଙ୍ଗଲରୁ ଏକ ୧୮ ଜଣିଆ ହାତୀପଲ୍ଲ ଖୋର୍ଦ୍ଧା ଅଞ୍ଚଳକୁ ଆସିଥିଲେ। ଏବେ ସେମାନଙ୍କ ସଂଖ୍ୟା ବର୍ତ୍ତମା ଛୁଇଁଲାଣି। ତା’ ମାନେ ରାଜ୍ଯ ସରକାର ଆମ ଅଞ୍ଚଳକୁ କ’ଣ ଏକ ହାତୀ ଅଭୟାରଣ କରିବାକୁ ଯାଉଛନ୍ତି କି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରଶ୍ନ କରିଛନ୍ତି। ଆଜି ଦିନରେ ହାତୀଙ୍କ କବଳରୁ ମାନବ ସମାଜକୁ ବଞ୍ଚାଇବାର ନିତାନ୍ତ ଆବଶ୍ୟକତା ଅଛି। ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ହିଂସ୍ର ହୋଇଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଇ ନନ୍ଦନକାନନକୁ ପଠାଇବାର ବ୍ୟବସ୍ଥା କରନ୍ତୁ। ନଚେତ୍ ଖୁବ୍ ଶୀଘ୍ର ଏକ ଭୟଙ୍କର ଜନଆକ୍ରୋଶକୁ ସରକାର ସାମନା କରିବେ ବୋଲି ଶ୍ରୀରଞ୍ଜନ ମଙ୍ଗରାଜ ଚେତାବନୀ ଦେଇଛନ୍ତି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.