ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଖୋର୍ଦ୍ଧା ୧୪-୧(ଓଡ଼ିଆ ପୁଅ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ନଗର ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଯୁବମାନସର ପ୍ରତୀକ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ୟୁନିଟ୍ ସଭାପତି ଗୋପବନ୍ଧୁ ଜେନାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ସୈାଦାମିନୀ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏହା ପରେ ଅଧ୍ୟପକ ଓ ଅଧ୍ୟାପିକା ମାନେ ସ୍ୱାମୀଜିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ହଳଦିଆ ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ସଂପାଦକ ଅମିତ୍ କୁମାର ବାରିକଙ୍କ ନେତୃତ୍ୱରେ ସ୍ୱାମୀଜିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସ୍ୱାମୀଜିଙ୍କ ଜୀବନାର୍ଦଶ ଉପରେ ଆଲୋଚନା କରିଥିଲେ।…

"ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ"

ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି

ଭୁବନେଶ୍ୱର, ୫ା୧ (ଓଡ଼ିଆ ପୁଅ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୁର ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅଞ୍ଜଳୀ ଦେହୁରୀଙ୍କୁ ଗତକାଲି କିଛି ଦୁର୍ବୁତ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟାକରିଥିବା ଘଟଣାକୁ ନୂତନ ପେନ୍ସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦୃଢ ନିନ୍ଦିକରାଯିବା ସହ ଦୋଷି ମାନଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବା ଓ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଉକ୍ତ ଶିକ୍ଷୟିତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଘଟଣାର ଶିକାର ହୋଇଥିଲେ। ମୃତ ଶିକ୍ଷୟିତ୍ରୀଙ୍କ ରୋଜଗାର ଉପରେ ପରିବାର ନିର୍ଭର କରିଥିବାରୁ…

"ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି"

ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ

ଖୋର୍ଦ୍ଧା ୪ ଜାନୁଆରୀ (ଓଡିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆପଡା ପଞ୍ଚାୟତର ହରିପୁର ଉଗ୍ରତାରା ନୋଡ଼ାଲ ହାଇସ୍କୁଲର ଶିକ୍ଷୟିତ୍ରୀଙ୍କୁ ବିଲ ଭିତରୁ ଅତି ନିର୍ମମ ଭାବେ ହତ୍ୟା କରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ବିଲରୁ ତାଙ୍କର କ୍ଷତାକ୍ତ ଶବ ମିଳିଛି।ଠେଙ୍ଗାରେ କେହି ତାଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶିକ୍ଷୟିତ୍ରୀଙ୍କ ନାମ ଅଞ୍ଜଳି ଦେହୁର ଓ ତାଙ୍କ ଘର ବେଗୁନିଆ ଅଞ୍ଚଳରେ ବୋଲି ଜଣା ପଡିଛି।ସେ ଶିକ୍ଷା ସହାୟିକା ରୂପେ ନିଯୁକ୍ତି ପାଇ ଏଠାରେ କାର୍ଯ୍ୟ କରୁଥିଲେ। ସ୍କୁଲଠାରୁ ପ୍ରାୟ ଦୁଇ କି.ମି ଦୂର ବଡ଼ପୋଖରିଆ ଗ୍ରାମର ଆଦିବାସୀ ସାହିରେ…

"ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ"

ଏବିଭିପିର ଖୋର୍ଦ୍ଧା ନଗର କାର୍ଯ୍ୟକାରିଣୀ ଘୋଷଣା

ଖୋର୍ଦ୍ଧା ୫-୧ (ଓଡ଼ିଆ ପୁଅ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସ୍ଥାନୀୟ ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୋର୍ଦ୍ଧା ନଗର କାର୍ଯ୍ୟ କାରଣୀ ଘୋଷଣା ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ସଭାପତି ଅଧ୍ୟାପକ ଦିଲୀପ୍ କୁମାର ଦାଶ ସଭାପତିତ୍ୱ କରିଥିଲେ। ଏବିଭିପି ନିର୍ବାଚନରୁ ନିର୍ବାଚନ ପର୍ଯ୍ୟନ୍ତ ନୁହେଁ ବରଂ ପିଢୀରୁ ପିଢୀ ପର୍ଯ୍ୟନ୍ତ କାର୍ଯ୍ୟକରେ ବୋଲି ଅଧ୍ୟାପକ ଦାଶ ମନ୍ତବ୍ୟ ଦେଇଥିଲେ। ଏହା ପରେ ବିଭାଗ ସଂଯୋଜକ ପ୍ରଦୋଷ ହରିଚନ୍ଦନ ନଗର କାର୍ଯ୍ୟ କାରିଣୀ ଘୋଷଣା କରିଥିଲେ। ସଭାପତି ଭାବେ ଅଧ୍ୟାପକ ଅଜୟ କୁମାର ମିଶ୍ର ଓ ଉପସଭାପତି ଭାବେ ପ୍ରବୀଣା ପଟ୍ଟନାୟକ, ଅରଭିଲ୍ ମହାପାତ୍ର, ସୁଭାଷ ମହାପାତ୍ରଙ୍କୁ ଦାୟିତ୍ୱ…

"ଏବିଭିପିର ଖୋର୍ଦ୍ଧା ନଗର କାର୍ଯ୍ୟକାରିଣୀ ଘୋଷଣା"

ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ

ନୟାଗଡ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଓଷ୍ଟାର ଆର୍ଥିକ ସହାୟତା ତଥା ଆନୁକୁଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଆବାହକତ୍ୱରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମେଳା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଶିଶୁ ଉସଛବରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟବକ୍ତା ଭାବେ ଦେବେନ୍ଦ୍ର କୁମାର ସୁତାର ଓ ସମ୍ମାନିତ ଅତିଥିଭାବେ ଶିକ୍ଷାପ୍ରଦୀପର ସଂପାଦକ ପ୍ରଫୁଲ କୁମାର ମହାନ୍ତି, ବ୍ୟଙ୍ଗକବି ବ୍ରଜବିହାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବରେ ଓଷ୍ଟାର ସଭାପତି ନିରଞ୍ଜନ…

"ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ"

ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ

ର୍ଖୋର୍ଦ୍ଧା ୪-୧ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା- ବଲାଙ୍ଗିରି ରେଳପଥର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଷ୍ଟେସନ ନିକଟ ବନ୍ଧ ମୁଣ୍ଡ ରେଳପଥଠାରେ ଜଣେ ବୁଦ୍ଧା ମହିଳାଙ୍କ ରେଳ ଧକ୍କାରେ ଆଜି ସକାଳେ ମୃତ୍ୟୁ ଘଟିଛି। ମହିଳା ଜଣଙ୍କର ଦେହ ସମ୍ପୂର୍ଣ୍ଣ ରୂପେ ଦୁଇ ଖଣ୍ଡ ହୋଇଯାଇଛି। ତାଙ୍କର ଘର ବୋଲଗଡ ପଞ୍ଚାୟତର ମର୍ଦାବାଡ଼ି ଗ୍ରାମର ଚକ୍ରଧର ପଶ୍ଚିମ କବାଟଙ୍କ ପତ୍ନୀ ସ୍ନେହଲତା ପଶ୍ଚିମ କବାଟ ତାଙ୍କ ବୟସ ୬୦ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଅଶାନ୍ତି କାରଣରୁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।

"ରେଳ ଧକ୍କାରେ ମହିଳାଙ୍କ ମୃତ୍ୟୁ"

ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ

ଖୋର୍ଦ୍ଧା .୨୬ ଡିସେମ୍ବର୍ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବ ଉଦଘାଟିତ।ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବୋଲଗଡ ମହୋତ୍ସବ ଆଶା ୨୦୧୭ ମଙ୍ଗଳବାର ସନ୍ଧ୍ୟାରେ ମହୋତ୍ସବ ଟ୍ରଷ୍ଟ ଓ ବୋଲଗଡ ମହୋତ୍ସବ କମିଟି ଆୟୋଜନ ରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ଉଦଘାଟନ ଦିବସରେ କଡବ ପାଇକ ପୁଅଙ୍କ ଦ୍ଵାରା ପ୍ରଥମେ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା। ଏ ନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁଧାକର ନାୟକ ଯୋଗଦେଇ ବୋଲଗଡ଼ ଅଞ୍ଚଳରେ ହେଉଥିବା ସମସ୍ତ ଉତ୍ସଵ ଓ ପର୍ବପର୍ବାଣୀ ଭଲ ଲାଗେ ବୋଲି ମତ ଦେଇଥିଲେ |…

"ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ"

ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ

ଖୋର୍ଦ୍ଧା ୧୯-୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେନଡେ ପଞ୍ଚାୟତ ଆସେଲି ଭଡା ଅଙ୍ଗନବାଡି କେନ୍ଦ୍ରରେ ଗଜାମୁଗ ଖାଇ ୧୫ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଖୋର୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଅଙ୍ଗନବାଡି କେନ୍ଦ୍ରକୁ ୨୦ ଜଣ ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ। ସେଥି ମଧ୍ୟରୁ ୧୫ ପିଲା ଗଜାମୁଗ ଖାଇଥିଲେ ତାହା ପରେ ପ୍ରଥମେ ତାଙ୍କର ଝାଡାବାନ୍ତି ହୋଇଥିଲା। ଆଜି ସକାଳୁ ଝାଡାବାନ୍ତି ସହ ଜ୍ୱର ହେବାରୁ ତାଙ୍କୁ ପ୍ରଥମେ ନିରାକାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ପରେ ଗୁରୁତର ହେବାରୁ ଖୋର୍ଦ୍ଧାର ଜିଲ୍ଲା ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଥାଉକି ଅଙ୍ଗନବାଡ଼ି…

"ଗଜା ମୁଗ ଖାଇ ୧୫ ଶିଶୁ ଅସୁସ୍ଥ"