Home Top News ‘ଜୱାଦ୍‌’ ଅପ୍‌ଡେଟ୍‌ : ଘଣ୍ଟାକୁ ୬ କି.ମି. ବେଗରେ ଗତି କରୁଛି ବାତ୍ୟା ‘ଜୱାଦ୍‌’

‘ଜୱାଦ୍‌’ ଅପ୍‌ଡେଟ୍‌ : ଘଣ୍ଟାକୁ ୬ କି.ମି. ବେଗରେ ଗତି କରୁଛି ବାତ୍ୟା ‘ଜୱାଦ୍‌’

100

– ଏବେ ଗୋପାଳପୁରଠୁ ୩୬୦ କି.ମି., ବିଶାଖାପାଟଣା ଠାରୁ ୨୫୦ କି.ମି., ଏବଂ ପୁରୀଠାରୁ ୪୩୦ କିମି ଓ ପାରାଦୀପଠୁ ୫୧୦ କି.ମି. ଦୂରରେ ଅଛି ବାତ୍ୟା ‘ଜୱାଦ୍‌’
– ଘଣ୍ଟାକୁ ୬ କି.ମି. ବେଗରେ ଗତି କରୁଛି ବାତ୍ୟା
– ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।
– ଏହା କେନ୍ଦ୍ରୀୟପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବାହ୍ନରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ। ତା’ପରେ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ୫ ତାରିଖ ଅର୍ଥାତ୍ ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚି ବାତ୍ୟା ଧିରେ ଧିରେ ଦୁର୍ବଳ ହେବ।
– ବାତ୍ୟା ପାଇଁ ଆଜି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
– କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ।
– ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
୫ ତାରିଖ (ଆସନ୍ତା କାଲି)
– ୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି।
– କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ପବନର ବେଗ :
ବାତ୍ୟା ପାଇଁ ୪ ତାରିଖ ଅପରାହ୍ଣ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିବ। କ୍ରମଶଃ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ ଝଟକା ପବନର ଘଣ୍ଟପ୍ରତି ବେଗ ୮୫ କିଲୋମିଟରକୁ ବୃଦ୍ଧି ପାଇବ।
ଉଚ୍ଚ ଜୁଆର : ଅଶାନ୍ତ ସମୁଦ୍ର
ସମୁଦ୍ର ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ> ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ କୁହାଯାଇଛି। ଆଜି ଅମାବାସ୍ୟା ଥିବାରୁ ସମୁଦ୍ରରେ ସାଧାରଣ ଜୁଆରଠାରୁ ଏକ ମିଟର ଉଚ୍ଚ ଜୁଆର ଆସିବାର ସମ୍ଭାବନା ଅଛି। ତେବେ ବାତ୍ୟା ପାଇଁ ୪ ମିଟର ଯାଏଁ ଉଚ୍ଚ ଜୁଆର ଆସିବା ଆଶଙ୍କା କରାଯାଉଛି ବୋଲି ପାଣିପାଗ ବିଭାଗ କହିଛି।
ବନ୍ଦର ପାଇଁ ବିପଦ ସଂକେତ
ଗୋପାଳପୁର ବନ୍ଦର ଓ ପୁରୀ ଉପକୂଳ ପାଇଁ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଧାମରା ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ନମ୍ବର ୪ ଦିଆଯାଇଛି।
ସ୍କୁଲ ବନ୍ଦ ଘୋଷଣା
ବାତ୍ୟା ପାଇଁ ଆଜି ସାମ୍ଭାବ୍ୟ ପ୍ରଭାବିତ ୧୯ ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.