Home ଖୋର୍ଦ୍ଧା ଘୋଡ଼ା ଦୌଡ଼ ପ୍ରତିଯୋଗୀତାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

ଘୋଡ଼ା ଦୌଡ଼ ପ୍ରତିଯୋଗୀତାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

138

ଜଟଣୀ ୨୭.୧୨ (ଓଡ଼ିଆ ପୁଅ) – ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକ ଟିଗିରିଆ ଠାରେ ଘୋଡ଼ା ଦୌଡ଼ ପ୍ରତିଯୋଗୀତାରେ ଅତିଥି ଭାବରେ ଯୋଗଦେଇଥିଲେ। ଶ୍ରୀ ରାଉତରାୟ ନିଜେ ମଧ୍ୟ ଘୋଡ଼ା ଉପରେ ଚଢ଼ି ଘୋଡ଼ା ଦୌଡ଼ କରିଥିଲେ। ଗ୍ରାମାଚଂଳ କ୍ରୀଡ଼ା ପ୍ରତିଯୋଗୀତାରେ ଏହା ଏକ ନିଆରା ଘଟଣା ବୋଲି ଶ୍ରୀ ରାଉତରାୟ କହିଥିଲେ। ଶ୍ରୀ ରାଉତରାୟ କହିଥିଲେ ଦିନେ ଘୋଡ଼ା ମଣିଷର ସାଥି ଥିଲା। ମା ବରକନ୍ୟା ଅନୁଷ୍ଠାନ ପକ୍ଷରୁ ଏହି ପ୍ରତିଯୋଗୀତାରେ ଆୟୋଜନ ହୋଇଥିଲା। ପ୍ରତିଯୋଗୀମାନେ ଘୋଡ଼ା ଦୌଡ଼ କରିଥିଲେ। ମା ବରକନ୍ୟା ଇକୁଏଷ୍ଟ୍ରିଆନ ଚମ୍ପିଆନସିପ ପକ୍ଷରୁ ପାଇକ ଟିଗିରିଆ ଖେଳ ପଡ଼ିଆରେ ଏହାର ଆୟୋଜନ ହୋଇଥିଲା। ଶ୍ରୀ ଜଗନ୍ନାଥ ଆନ୍ତଜାର୍ତିକ ଇକୁଏଷ୍ଟ୍ରିଆନ ଏକାଡେମୀର ଏହା ଅବଦାନ।

ଏହି କାର୍ଯ୍ୟକ୍ରମକୁ ଧାଡ଼ୁ ପାଇକରାୟ, ଦାମୋଦର ରାଉତ, ଭଗବାନ ଜେନା, ଦୀପକ କୁମାର ଶତୃଶର, ଧୁନା ସାହୁ ଓ ସୁମିତ ସାଗର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.