Home Top News ବାତ୍ୟା ଅପ୍‌ଡେଟ୍‌ : ୪ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି, ଆଜି ନେବ ଅବପାତର...

ବାତ୍ୟା ଅପ୍‌ଡେଟ୍‌ : ୪ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି, ଆଜି ନେବ ଅବପାତର ରୂପ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

45

ଭୁବନେଶ୍ୱର ୨-୧୧ (ଓଡ଼ିଆ ପୁଅ): ପୁଣି ଏକ ସାମୁଦ୍ରିକ ଝଡ଼। ନାଁ ଜୱାଦ୍। ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ। ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଅବପାତର ରୂପ ନେବ। ଅବପାତରେ ପରିଣତ ହେଲା ପରେ ବାତ୍ୟା କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିବ। ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛିଯେ, ଏହି ବାତ୍ୟା ୪ ତାରିଖ ଦିନ ସ୍ଥଳଭାଗ ଛୁଇଁବ। କିନ୍ତୁ ଏହା ର ଗତିପଥ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛିଯେ, ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୱେଲ ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ଅଛି ବୋଲି କହିଛି ପାଣିପାଗ କେନ୍ଦ୍ର। ଏହା ଫଳରେ ୩ ତାରିଖରୁ ରୁ ପବନର ବେଗ ତୀବ୍ର ହେବ। ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ପବନର ବେଗ ବଢ଼ିବ। ପବନର ବେଗ ୭୦ରୁ ୮୦ କିମ୍ବା ୯୦କିମି ରହିବା ଆଶଙ୍କା ଅଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହାର ସମ୍ଭାବନାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି। ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ ଏହି ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ୧୧ଟି ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.