ଦି୍ୱତୀୟ ପର୍ଯ୍ୟାୟ ପଲସ ପୋଲିଓ ଟିକାକରଣ ସଫଳ ଭାବେ ଶେଷ

ପାରଳାଖେମୁଣ୍ଡି,୨୧ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜନ୍ମ ଠାରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ସେବନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହା ଗତ ୧୭ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସାରା ଜିଲାରେ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ଜିଲା ମୋଟ ୫୩୪ଗୋଟି କେନ୍ଦ୍ରରେ ୭୨୯୮୦ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ଲକ୍ଷଧାର୍ଯ୍ୟ ବେଳେ ଏହି କାର୍ଯ୍ୟକ୍ରମରେ ମୋଟ ୧୦୧ପ୍ରତିଶତରୁ ଉର୍ଦ୍ଧ୍ୱ ଅଥାର୍ଥ ୭୪୪୨୭ଜଣ ଶିଶୁ ଅନ୍ତର୍ଭୁକ୍ତ ହୋଇଥିବାର ସୁଚନା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭି.ଲୋକନାଥ ରାଜୁଙ୍କ ଠାରୁ ପ୍ରକାଶ । ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ…

"ଦି୍ୱତୀୟ ପର୍ଯ୍ୟାୟ ପଲସ ପୋଲିଓ ଟିକାକରଣ ସଫଳ ଭାବେ ଶେଷ"

ମାଁ ନିଳାମା ଠାକୁରାଣୀଙ୍କ ଘଟଯାତ୍ରା

ପାରଳାଖେମୁଣ୍ଡି,୨୧ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମାଁ ନିଳାମା ଠାକୁରାଣୀଙ୍କ ଘଟପୁଜା କାର୍ଯ୍ୟକ୍ରମ ସ୍ଥାନୀୟ ବାଟଗୌଡ ସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ମାଁଙ୍କୁ ଚିରାଚରିତ ଢଙ୍ଗରେ ବାଇଦର ତାଳେ ତାଳେ ସ୍ଥାନୀୟ ନିଳାମା ମନ୍ଦିର ଠାରେ ପ୍ରଥମେ ମାଁଙ୍କ ପୁଜାର୍ଚ୍ଚନା କରାଯାଇଥିଲା । ପରେ ମାଁଙ୍କୁ ରିତିନିତି ଅନୁସାରେ ନିମନ୍ତ୍ରିତ କରାଯାଇ ଦିପ, ଧୁପ, ଝୁଣା ସହ ବାଦ୍ୟର ତାଳେ ତାଳେ ବାଟଗୌଡ ସାହିକୁ ଅଣାଯାଇଥିଲା । ସେଠାରେ ମାଁଙ୍କର ରିତି ଅନୁସାରେ ପୁଜାର୍ଚ୍ଚନା କରାଯାଇଥିଲା । ମାଁଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପରେ ମାଁଙ୍କୁ ସଜ୍ଜିତ କରାଯାଇ ବାଜା ଓ ଆଲୋକମାଳା…

"ମାଁ ନିଳାମା ଠାକୁରାଣୀଙ୍କ ଘଟଯାତ୍ରା"

ଗଜପତି: ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ

ପାରଳାଖେମୁଣ୍ଡି, ୨୦ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୋଟ ୯ଜଣ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି। ମୋଟ ୧୮୨ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ଜଣ ପ୍ରଥମ ଶ୍ରେଣୀରେ, ୨୨ଜଣ ଦିତୀୟ ଶ୍ରେଣୀରେ ଏବଂ ତୃତାୟ ଶ୍ରେଣୀରେ ୬୨ଜଣ ମୋଟ ଉତ୍ତିର୍ଣ୍ଣ ହୋଇଛନ୍ତି। ମୋଟ ୯୩ଜଣ ଉତ୍ତିର୍ଣ୍ଣ ହୋଇଥିବା ବେଳେ ୮୯ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି। ସେହିପରି ଏକ୍ସ- ରେଗୁଲାର ବିଭାଗରେ ୫୯ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ଜଣ ଦିତୀୟ ଶ୍ରେଣୀରେ, ୨୩ଜଣ ତୃତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ୨୯ଜଣ ଫେଲ ହୋଇଛନ୍ତି। ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟର…

"ଗଜପତି: ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ"

ହାଇକମିଶନରଙ୍କ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଗସ୍ତ

ପାରଳାଖେମୁଣ୍ଡି, ୨୦ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟକୁ ଭାରତସ୍ଥିତ ଅଷ୍ଟ୍ରେଲିଆନ ହାଇକମିଶନର ହରିନ୍ଦର ସିଧୁ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଲୁଇସ, ମାକସରଲେ, ସାଜିଆନ ନାକଭି, ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଏମାନେ ସମସ୍ତେ କ୍ୟାମ୍ପସର ବିଭିନ୍ନ ବିଭାଗ ତଥା ଜିଆଖତ ବିଭାଗ, ଛତୁ ଚାଷ ବିଭାଗ, ଜୈବିକଖତ ବିଭାଗ, ହାଇଡ୍ରୋପୋନିକସ, ଦୁଗଧ ପ୍ରକିୟା କରଣ, ଡାଇରି ୟୁନିଟ, ଟ୍ରାଇବାଲ ଭିଲେଜ, ଟିସୁ କଲଚର ବିଭାଗ ପରିଦର୍ଶନ କରିଥିଲେ। ସେ ଟ୍ରାଇବାଲ ଭିଲେଜରେ ଆଦିବାସୀ ଲୋକଗିତ ଏବଂ ସଂଗିତ ଶୁଣି ବହୁତ ଖୁସି ହୋଇଥିଲେ। ତାଙ୍କ ସହିତ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତି ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ.ରାଓ, ରେଜିଷ୍ଟର…

"ହାଇକମିଶନରଙ୍କ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଗସ୍ତ"

ରଥଯାତ୍ରା ପରିଚାଳନା କମିଟି ପ୍ରସ୍ତୁତି ବୈଠକ କେବେ

ପାରଳାଖେମୁଣ୍ଡି, ୧୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଜୁଲାଇ ମାସ ୧୪ତାରିଖ ଦିନ ହେବାକୁ ଥିବା ରଥଯାତ୍ରା ପାଳନ ହେବ। ମାତ୍ର ଯାତ୍ରାକୁ ୨ମାସରୁ କମ ସମୟ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପରିଚାଳନା କମିଟିର କୌଣସି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇପାରିନାହିଁ। ପ୍ରତିବର୍ଷ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବିଭିନ୍ନ ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ହେଉଥାଏ। ଚଳିତବର୍ଷ ଏଥିରେ ବିଳମ୍ବ ହେଉଥିବାର ଲକ୍ଷ କରାଯାଉଛି ଏବଂ ଏହାକୁ ନେଇ ଶ୍ରଦ୍ଧାଳୁମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଗତକିଛି ଦିନ ତଳେ ନୁତନ ଉପଜିଲାପାଳ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିବାରୁ ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ…

"ରଥଯାତ୍ରା ପରିଚାଳନା କମିଟି ପ୍ରସ୍ତୁତି ବୈଠକ କେବେ"

କୃଷି ଉଦ୍ୟମି ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଏକ କୃଷି ଉଦ୍ୟମି ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷିମାନଙ୍କୁ ଉକ୍ରୃଷ୍ଟମାନର କୃଷି ଭିତ୍ତିକ ତାଲିମ ପ୍ରଦାନ କରାଯାଉଛି। ଯାହାଦ୍ୱାରା ସେମାନେ ଅଧିକ ଉପାର୍ଜନ ହେବା ସହ ଆର୍ଥିକ ଅଗ୍ରସର ହୋଇ ସ୍ୱାବଲମ୍ବି ହୋଇପାରିବେ। ଏହି ଶିବିର ୧୩ଦିନ ଧରି ଚାଲୁରହିବାର କାର୍ଯ୍ୟକ୍ରମ ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲା ଲିଡ ବ୍ୟାଙ୍କର ପରିଚାଳକ ଦାମୋଦର ଉଗରସଣ୍ଡି ଯୋଗଦେଇ ସମସ୍ତଙ୍କୁ କଠିନ ପରିଶ୍ରମ କଲେ ଆତ୍ମ ନିର୍ଭରଶିଳ ହୋଇ ସ୍ୱାଧିନ ଭାବେ ଚଳିପାରିବେ ବୋଲି ଉପଦେଶ…

"କୃଷି ଉଦ୍ୟମି ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ"

ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କ ସଚେତନ ଶିବିର

ପାରଳାଖେମୁଣ୍ଡି, ୧୭ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ସଭାଗୃହ ଠାରେ ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କ ଏକ ଜିଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂ ଅଧ୍ୟକ୍ଷତା କରି ଏହିପରି ସଚେତନତା ଶିବିରର ଆବଶ୍ୟକ ଉପରେ କହିଥିଲେ। ଜିଲା ବିଜ୍ଞାନ ନିରିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କୁ ଛାତ୍ର/ଛାତ୍ରୀମାନଙ୍କ ପାଇଁ ରହିଥିବା ବିଭିନ୍ନ ବୃତି, ବୀମା, ସାଇକେଲ ଯୋଜନା ବିଷୟରେ ସଚେତନତା କରି ପ୍ରଧାନ ଶିକ୍ଷକମାନଙ୍କୁ ସହଯୋଗ କରିବାକୁ କୁହାଯାଇଥିଲା। ସେହିପରି ଜିଲା ଶିକ୍ଷା ଅଧିକାରୀ ଛାତ୍ରମାନଙ୍କ ବିଭିନ୍ନ ସମସ୍ୟାକୁ କିଭଳି…

"ସଂସ୍କୃତ ଓ ହିନ୍ଦି ଶିକ୍ଷକମାନଙ୍କ ସଚେତନ ଶିବିର"

ପୌରପରିଷଦ ପକ୍ଷରୁ ଗୋଷ୍ଠି ଶୌଚାଳୟ ନିର୍ମାଣ

ପାରଳାଖେମୁଣ୍ଡି, ୧୭ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ୱାର୍ଡ ନଂ୭ସ୍ଥିତ ଦାଣ୍ଡୁମାଳା ସାହି ଠାରେ ଏକ ଗୋଷ୍ଠି ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟ ୭ଲକ୍ଷ୨୮ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ସୂଚନା ମିଳିଛି। ଏହି ସୌଚାଳୟ କାର୍ଯ୍ୟ ୨୫.୦୯.୨୦୧୭ ରେ ଆରମ୍ଭ ହୋଇ ୧୬.୦୩.୨୦୧୮ ରେ ଶେଷ ହୋଇଛି। ଏହି ଶୌଚାଳୟ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦର ଅଧ୍ୟକ୍ଷା ଏମ.ଲଳିତା ଯୋଗଦେଇ ରିବନ କାଟି ଶୌଚାଳୟ ଉଦ୍ଘାଟନ କରିଥିଲେ। ଏହା ଦ୍ୱାରା ଦାଣ୍ଡୁମାଳା ସାହି ଅଞ୍ଚଳରେ ଥିବା ବହୁ ପରିବାର ଉପକୃତ ହୋଇପାରିବେ ବୋଲି ଅଧ୍ୟକ୍ଷା ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଏହିଭଳି ଆହୁରି ୭ଗୋଟି…

"ପୌରପରିଷଦ ପକ୍ଷରୁ ଗୋଷ୍ଠି ଶୌଚାଳୟ ନିର୍ମାଣ"

ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି, ୧୫ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାପଡ, ଆଚାର ଓ ମସଲାଗୁଣ୍ଡ କିପରି ଭାବେ ପ୍ରସ୍ତୁତ କରି ଜଣେ ଆତ୍ମ ନିର୍ଭରଶୀଳ ହୋଇପାରିବ ସେବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଜିଲା ବିଭିନ୍ନ ଅଞ୍ଚଳରୁ ୨୫ଜଣ ହିତାଧିକାରୀ ସାମିଲ ହୋଇ ୧୦ଦିନ ଧରି ପ୍ରଶିକ୍ଷଣ ହାସଲ କରିଥିଲେ। ଗଜପତି ଲିଡ ବ୍ୟାଙ୍କର ପରିଚାଳକ ଦାମୋଦର ଉଗରସଣ୍ଡି ଉଦ୍ୟାପନି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶିକ୍ଷଣ ହାସଲକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କଠିନ ପରିଶ୍ରମ କଲେ…

"ବିଭିନ୍ନ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର"

ସ୍ୱୟଂସିଦ୍ଧା ନାରୀ ଶକ୍ତି ଜାଗରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୪ା୫ (ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ଜିଲା ପକ୍ଷରୁ ମାତୃ ଦିବସ ଅବସରରେ ଏକ ନାରୀ ଶକ୍ତି ଜାଗରଣ କାର୍ଯ୍ୟକ୍ରମ “ସ୍ୱୟଂସିଦ୍ଧା” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗଦେଇ ମାଁ ଭଳି ଅମୁଲ୍ୟ ସମ୍ପଦ ମିଳିବା କଷ୍ଟକର ବୋଲି କହିବା ସହ ମାଁ ହିଁ ସବୁ ସମୟରେ ଏବଂ ସବୁ କ୍ଷେତ୍ରରେ ନିଜ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିଥାନ୍ତି ବୋଲି କହିଥିଲେ। ସେହିପରି ମୋହନା ବିଧାୟିକା ବାସନ୍ତି ମଲିକ କାର୍ଯ୍ୟକ୍ରମରେ ଯୋଗଦେଇ ମାତୃ ଶକ୍ତି ଜାଗରଣ ପାଇଁ ନାରୀ ଜାତି ଏକତ୍ରିତ…

"ସ୍ୱୟଂସିଦ୍ଧା ନାରୀ ଶକ୍ତି ଜାଗରଣ କାର୍ଯ୍ୟକ୍ରମ"