Home Top News ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି”, ବାତ୍ୟାରେ ଭୀଷଣ ବାତ୍ୟାରୁ ବାତ୍ୟାରେ ହେଲା ପରିଣତ

ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି”, ବାତ୍ୟାରେ ଭୀଷଣ ବାତ୍ୟାରୁ ବାତ୍ୟାରେ ହେଲା ପରିଣତ

44

ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) ଦୁର୍ବଳ ହୋଇଛି ଭୀଷଣ ବାତ୍ୟା “ଅସାନି”। ଏହା ଏବେ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ତେବେ ବର୍ତ୍ତମାନ ଏହା ୧୨କିମି ବେଗରେ ଗତି କରୁଛି।

ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଗତ ୬ ଘଣ୍ଟାରେ ଏହା ୧୨ ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି।

ବାତ୍ୟା ଫଳରେ ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟନମରେ ରେଡଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.