ପ୍ରଶାସନ ଅପାରଗତା ତୃତୀୟ ଦିନରେ ଜେକେ କାଗଜକଳ ଠପ୍

ରାୟଗଡା ତା-୨୬/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ପ୍ରଶାସନର ପାରିବା ପଣିଆ ପଦାରେ ପଡି ଗଡି ଚାଲିଚି। ନିକଟ ଅତୀତରେ ସ୍ଥାନୀୟ ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ସରକାରୀଦଳର ନେତାଙ୍କ ଦ୍ଵାରା ଏବଂ ପ୍ରୋତ୍ସାହନ ମାଧ୍ୟମରେ ବେନିୟମ ଭାବରେ ଆନ୍ଦୋଳନ କରୁଥିବା ବେଳେ ଚୁପଚାପ ବସି ମଜା ନେଉଥିବାରେ ମସଗୁଲ ପ୍ରଶାସନ ଅବଶେଷେ କୋର୍ଟରୁ ଆଦେଶ ଆସନ୍ତେ ତ୍ରିପାକ୍ଷିକ ଆଲୋଚନା କରି ସମାଧାନ କରିବାରେ ତତ୍ପର ହୋଇଥିଲେ। କିନ୍ତୁ ଇମ୍ପାର କାର୍ଯ୍ୟରତ କର୍ମଚାରୀ ଓ ଆଦିବାସୀ ମହାସଂଘର ସହଯୋଗରେ ଜିଲ୍ଲାପାଳ କାର୍ଯ୍ଯାଳୟକୁ ଏକତ୍ରିତ ହୋଇ ଆସିଥିବା କର୍ମଚାରୀଙ୍କୁ ଉପ ଜିଲ୍ଲାପାଳ ପ୍ରବୀର ନାୟକ ଏବଂ ଜିଲ୍ଲା ଅଧିକାରୀ ଦେବାଶିଷ କର ଆଇନର ପାଠ ପଢାଇ “ତୁମ ପାଖରେ…

"ପ୍ରଶାସନ ଅପାରଗତା ତୃତୀୟ ଦିନରେ ଜେକେ କାଗଜକଳ ଠପ୍"

ଏମ୍.ସି.ଏଲ.ରେ ଜାରି ରହିଛି ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାନଦୀ ଠିକା ଶ୍ରମିକ ସଂଘ ତରଫରୁ ଶ୍ରମିକଙ୍କ ବର୍ଦ୍ଧିତ ଦରମା ତଥା ଅନ୍ୟ ୩ଟି ଦାବି ନେଇ ଏମ୍.ସି.ଏଲ.ର ବିଭିନ୍ନ କୋଇଲା ଖଣିରେ କରାଯାଉଥିବା ଆନ୍ଦୋଳନ ଆଜି ୨ୟ ଦିନରେ ପହଂଚିଛି। ବିଭିନ୍ନ କୋଇଲାଖଣିରେ କାର୍ଯ୍ୟରତ ହାଇୱା ଟ୍ରକ ଚାଳକମାନେ ଏଥିରେ ସାମିଲ ହୋଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଥିବାରୁ ସମସ୍ତ କୋଇଲାଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ତାଳଚେର କୋଲ ଫିଲଡ଼ସରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବର୍ଦ୍ଧିତ ଦରରେ ମଜୁରୀ ପ୍ରଦାନ, ଶ୍ରମିକମାନଙ୍କୁ ସି.ଏମ୍.ପି.ଏଫ ସ୍ଲିପ୍ ପ୍ରଦାନ, ଠିକା ଶ୍ରମିକ ଓ ସେମାନଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ, ୨୦୧୩ ମସିହାରେ ଏମ୍.ସି.ଏଲ.ର ଭରତପୁର…

"ଏମ୍.ସି.ଏଲ.ରେ ଜାରି ରହିଛି ଖଣି ବନ୍ଦ ଆନ୍ଦୋଳନ"

କୋଇଲାଖଣି ବନ୍ଦ ଆନ୍ଦୋଳନ ଏକ ପ୍ରହସନ: ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ

ତାଳଚେର, ୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ୍.ର ବିଭିନ୍ନ କୋଇଲାଖଣିରେ ଏବେ ଜାରି ରହିଥିବା ଖଣି ବନ୍ଦ ଆନ୍ଦୋଳନ କେବଳ ଏକ ପ୍ରହସନ ପାଲଟିଛି ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜ କିଶୋର ସାହୁ ମତପ୍ରକାଶ କରିଛନ୍ତି। ଏଥିଯୋଗୁଁ ରାଜ୍ୟ ତଥା ଦେଶର ବିପୁଳ ରାଜସ୍ୱ ହ୍ରାସ ହେବା ସହ ଶ୍ରମିକମାନଙ୍କ ରୋଜଗାର ଉପରେ ଏହାର କୁପ୍ରଭାବ ପଡିଛି। ସାମୁହିକ ସ୍ୱାର୍ଥକୁ ଦୃଷ୍ଟି ଦିଆ ନଯାଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି। ତାଳଚେର ଏକ କୋଇଲାଖଣି ଅଂଚଳ ହୋଇଥିବାରୁ ଏହି କୋଇଲାଖଣି ଗୁଡିକରେ ଉତୋଳନଠାରୁ ଆରମ୍ଭ କରି ପରିବହନ…

"କୋଇଲାଖଣି ବନ୍ଦ ଆନ୍ଦୋଳନ ଏକ ପ୍ରହସନ: ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ"

ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ନଥିବାରୁ ଫେରୋ ଏଲୟ ଫର୍ଣ୍ଣେସ ସିଲ

ସମ୍ବଲପୁର, ୨୪/୮ (ଓଡ଼ିଆ ପୁଅ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲର ପଣ୍ଡଲୋଇ ଠାରେ ଥିବା ଶ୍ୟାମ ମେଟାଲିକ୍ସ କମ୍ପାନୀର ଫେରୋ ଏଲୟ ଫର୍ଣ୍ଣେସ ପ୍ଲାଣ୍ଟକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାର୍ଯ୍ୟକ୍ଷମ ଅନୁମତି ଦେବାକୁ ମନା କରିଦେଇଛି। ଏଠାରେ ସ୍ପଞ୍ଜ ଆଇରନ ଆଧାରିତ ଷ୍ଟିଲପ୍ଲାଣ୍ଟ ରହିଛି। ଏହାର ଉତ୍ପାଦନ ଓ ପରିଚାଳନା ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୋର୍ଡ଼ର ଅନୁମତି ରହିଥିଲା। କିନ୍ତୁ ଏଥିପାଇଁ ବୋର୍ଡ଼ କର୍ତ୍ତୃପକ୍ଷ କେତୋଟି ସର୍ତ୍ତ ଆରୋପ କରିଥିଲେ। ହେଲେ ଏହାର ଏସଏମଏସ୍-୧, ୨, ୩ ଏବଂ ଏଫଏପିକୁ ୨୦୧୮-୧୯ ଅବଧି ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ମନା କରିଦେଇ୍ଥିଲେ। ସର୍ତ୍ତଗୁଡ଼ିକର କାର୍ଯ୍ୟକାରୀ ବାବଦରେ ଗତ ମଇ ୩ ତାରିଖରେ…

"ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ନଥିବାରୁ ଫେରୋ ଏଲୟ ଫର୍ଣ୍ଣେସ ସିଲ"

ଭାରତର ଶ୍ରେଷ୍ଠ କାଗଜକଳ ଫାଟକ ବନ୍ଦ

ରାୟଗଡା ତା-୨୪/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ଚାନ୍ଦିଲି ଠାରେ ଅବସ୍ଥିତ ଭାରତର ଶ୍ରେଷ୍ଠ କାଗଜକଳ ଜେକେ କାଗଜକଳର ଶ୍ରମିକ ଆନ୍ଦୋଳନ ଉଗ୍ରରୂପ ନେଲା। କାଗଜକଳର ଶ୍ରମିକମାନେ ଚାରିମାସ ହେଲା ୧୪ ଦଫା ଦାବୀଧରି ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ବାଟ ମିଳିଲା ନାହିଁ। ପୂର୍ବରୁ ଦେଇଥିବା ସୁଚନା ପ୍ରକାରେ ତାଙ୍କ ନ୍ଯାର୍ଯ୍ଯ ଦାବୀକୁ ନେଇ ଆଜି ସକାଳୁ ୬ଘଣ୍ଟା ଠାରୁ କମ୍ପାନୀ ଆଗରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ ବା ଧର୍ମଘଟ କରିଛନ୍ତି। ଗତକାଲି ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ପୂର୍ବ ଲିଖିତ ଅନୁଯାୟୀ ଶ୍ରମିକ ଆନ୍ଦୋଳନ କରିଛନ୍ତି। ଏହି ସମସ୍ୟାର ସମାଧାନ…

"ଭାରତର ଶ୍ରେଷ୍ଠ କାଗଜକଳ ଫାଟକ ବନ୍ଦ"

ଓଡ଼ିଶା ରାଜ୍ୟ ଦ୍ରବ୍ୟ ଏବଂ ସେବା ଟିକସ ଆଇନ ଅନ୍ତର୍ଗତ ଆନୁସଂଗିକ ନିୟମାବଳୀରେ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଜି.ଏସ.ଟିର ପ୍ରବର୍ତ୍ତନ ଫଳରେ ପ୍ରଚଳିତ ବହୁସ୍ତରୀୟ ତଥା ଜଟିଳ ପରୋକ୍ଷ ଟିକସ ବ୍ୟବସ୍ଥାର ପରିବର୍ତ୍ତନ ହୋଇ ଏକ ସରଳ, ସ୍ୱଚ୍ଛ ଏବଂ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଟିକସ ବ୍ୟବସ୍ଥାର ପୁନଃସ୍ଥାପନ ହେଲା।   ଓଡ଼ିଶା ଦ୍ରବ୍ୟ ଏବଂ ସେବା ଟିକସ (OGST) ଆଇନ, ୨୦୧୭ (Odisha Goods & Services Tax Act, 2017) ରାଜ୍ୟରେ ତା ୦୧.୦୭.୨୦୧୭ ରିଖଠାରୁ ବିବଦ୍ଧ ଭାବରେ ପ୍ରଚଳିତ ହୋଇଅଛି। ତା ୦୨.୦୮.୨୦୧୭ ରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ମନ୍ତ୍ରୀମଣ୍ଡଳଙ୍କ ୪୩ତମ ବୈଠକରେ ଓଡିଶା ଦ୍ରବ୍ୟ ଏବଂ ସେବା ଟିକସ ଆଇନ, ୨୦୧୭ ଆନୁକୁଲ୍ୟରେ ନୂତନ ଟିକସ ଆରୋପଣ ଅଥବା ଟିକସ ହାରରେ…

"ଓଡ଼ିଶା ରାଜ୍ୟ ଦ୍ରବ୍ୟ ଏବଂ ସେବା ଟିକସ ଆଇନ ଅନ୍ତର୍ଗତ ଆନୁସଂଗିକ ନିୟମାବଳୀରେ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ"

ଜେକେ କାଗଜ କଳ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ: ଶ୍ରମିକ ସଂଗଠନ ପକ୍ଷରୁ କରାଯିବ ଶାନ୍ତିପୂର୍ଣ୍ଣ ଧର୍ମଘଟ

ରାୟଗଡା/୨୩/୮/୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ): ବିଫଳ ହେଲା ତ୍ରିପାକ୍ଷିକ ଆଲୋଚନା। ଆସନ୍ତାକାଲି ୨୪ତାରିଖ ସକାଳୁ ଆରମ୍ଭ ହେବ ଶ୍ରମିକ ସଂଗଠନର ଧର୍ମଘଟ। କାରଖାନାକୁ ଅଚଳ କରାଗଲେ ପ୍ରଭାବିତ ହୋଇପାରେ କୋଟି କୋଟି ଟଙ୍କାର ଉତ୍ପାଦନ। ପୂର୍ବ ନିର୍ଦ୍ଧାରିତ ନିଷ୍ପତିନୁଯାୟୀ ଗୁରୁବାର ଅପରାହ୍ନରେ ଜେକେ କାଗଜ କଳ କର୍ତୁପକ୍ଷ, ଜେକେ ପେପର ମିଲ୍ ଏମ୍ପ୍ଳୋଇଜ ସଂଘ ଓ କଂଟ୍ରାକ୍ଟ ଶ୍ରମିକ ସଂଘ ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାରେ ଶ୍ରମିକଙ୍କ ଦାବିକୁ କମ୍ପାନୀ କର୍ତୁପକ୍ଷ ପୂରଣ କରି ନ ପାରିବା ପାଇଁ କହିଥିବା ବେଳେ ଏହି ସମ୍ବନ୍ଧୀୟ ଏକ ସିଭିଲ ସୁଟ୍ କେସ ଅଦାଲତରେ ବିଚାରଧୀନ ରହିଥିବା ଯୋଗୁଁ ରାଏ ପ୍ରକାଶ ପାଇବା ପରେ ପରବର୍ତ୍ତୀ…

"ଜେକେ କାଗଜ କଳ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ: ଶ୍ରମିକ ସଂଗଠନ ପକ୍ଷରୁ କରାଯିବ ଶାନ୍ତିପୂର୍ଣ୍ଣ ଧର୍ମଘଟ"

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଦାନୀ ଫାଉଣ୍ଡେସନ ଏବଂ ହେଲ୍ପେଜ୍ ର ମିଳିତ ସହଯୋଗରେ ଧାମରା ବନ୍ଦରର ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକରେ ଡେଙ୍ଗୁ ଜ୍ୱରରୁ ରକ୍ଷା ପାଇବା ବିଷୟବସ୍ତୁ ଉପରେ ଆଧାରିତ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଗ୍ରାମବାସୀଙ୍କୁ ଏଡିସ୍ ମଶା ସମ୍ପର୍କରେ ବିଶେଷ ବିବରଣୀ ଦେବା ସଙ୍ଗେ ସଙ୍ଗେ ଡେଙ୍ଗୁର ଲକ୍ଷଣ ଓ ପ୍ରତିକାର ଉପରେ ଆଲୋଚନା କରାଯାଇଛି।

"ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ"

ଲଗାମ ଛଡ଼ା ଶାସନ ଚାଲିଛି ରାୟଗଡା ଜିଲ୍ଲାରେ

ରାୟଗଡା ତା-୨୩/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲାରେ ବାରମ୍ବାର ଅଧିକାରୀମାନେ ଲଗାମଛଡା ହେବା ପରିଲକ୍ଷିତ ହେଉଛି। ଏଠାରେ କେଉଁ ପ୍ରକାଶ ଶାସନ ଚାଲିଛି ସାଧାରଣ ଜନତା ଆଶ୍ଚର୍ଯ୍ୟ ହେଉଛନ୍ତି। ଗତ ଚଳିତ ମାସ ୧୭ତାରିଖରେ ଦେଶର ଗର୍ବ ଓ ଗୌରବ ଆଣିଥିବା ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକ ପାଳନ କରିବା ପାଇଁ ଆଦେଶ ଦିଆଯାଇଥିଲା। ତେବେ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟିଏ ଦିନ ଶୋକ ନିମନ୍ତେ ଛୁଟି ଘୋଷଣା କରିଥିଲେ। ସେହି ଦିନ ଓପିଇଏଲପି ତରଫରୁ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ହୋଇଥିଲା। ଯେଉଁ ଅଧିକାରୀ ମାନେ ଏମିତି ଦେଶ ଓ ରାଜ୍ୟ ସରକାରଙ୍କ ଆଦେଶକୁ…

"ଲଗାମ ଛଡ଼ା ଶାସନ ଚାଲିଛି ରାୟଗଡା ଜିଲ୍ଲାରେ"

ହଜିଯାଉଛି ପାନବରଜ ; ପ୍ରୋତ୍ସାହନ ଓ ଋଣ ଅଭାବରୁ ପାନ ଚାଷ କରିବାକୁ ମନ ବଳାଉନାହାନ୍ତି ଚାଷୀ

ଯାଜପୁର -୨୩/୮(ଓଡିଆ ପୁଅ/ଏ.ରାଉତ) କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷୀ ଓ ଚାଷର ଉନ୍ନତି ଘଟିଲେ ରାଜ୍ୟ ସମୃଦ୍ଧି ଘଟିଥାଏ ବୋଲି ବିଭିନ୍ନ ସଭା ସମିତିରେ ନେତା ଠାରୁ ଆରମ୍ଭ କରି ପ୍ରଶାସକମାନେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥାନ୍ତି। ଚାଷୀଙ୍କୁ ସଚେତନ କରିବା ପାଇଁ କୃଷି ବିଭାଗ ଓ ଉଦ୍ୟାନ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। କିନ୍ତୁ ବିଡମ୍ବନାର ଘଟଣା ଯେ ପୁରୁଷ ପୁରୁଷ ଧରି ପାନ ଚାଷକୁ ଆଦରି ନେଇଥିବା ଚାଷୀ ଉଦ୍ୟାନ ବିଭାଗର ପ୍ରୋତ୍ସାହନ ଅଭାବ ଓ ଋଣ ପାଇବାରେ ଅବହେଳା ଏବଂ ପାନର ଅଭାବୀ ବିକ୍ରି…

"ହଜିଯାଉଛି ପାନବରଜ ; ପ୍ରୋତ୍ସାହନ ଓ ଋଣ ଅଭାବରୁ ପାନ ଚାଷ କରିବାକୁ ମନ ବଳାଉନାହାନ୍ତି ଚାଷୀ"