Home Top News ସାଟେଲାଇଟ୍ ଟିଭି ଚ୍ୟାନେଲ୍ ର ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କ୍ୟାବିନେଟ୍ ଅନୁମୋଦନ

ସାଟେଲାଇଟ୍ ଟିଭି ଚ୍ୟାନେଲ୍ ର ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କ୍ୟାବିନେଟ୍ ଅନୁମୋଦନ

45

“ଭାରତରେ ସାଟେଲାଇଟ୍ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି
ନୂଆଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) କେନ୍ଦ୍ର କ୍ୟାବିନେଟ “ଭାରତରେ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨” କୁ ଅନୁମୋଦନ ଦେଇଛି। ଏହି ସୁସଙ୍ଗଠିତ ନିର୍ଦ୍ଦେଶାବଳୀ ଟିଭି ଚ୍ୟାନେଲ୍ ଗୁଡ଼ିକର ଅପ୍ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ, ଟେଲିପୋର୍ଟ / ଟେଲିପୋର୍ଟ କେନ୍ଦ୍ର ଗୁଡିକର ପ୍ରତିଷ୍ଠା, ଡିଜିଟାଲ ସାଟେଲାଇଟ୍ ନ୍ୟୁଜ୍ ଗ୍ୟାଦରିଂ (ଡିଏସ୍ଏନ୍ଜି) / ସାଟେଲାଇଟ୍ ନ୍ୟୁଜ୍ ଗ୍ୟାଦରିଂ (ଏସ୍ଏନ୍ଜି), ଇଲେକ୍ଟ୍ରୋନିକ୍ ନ୍ୟୁଜ୍ ଗ୍ୟାଦରିଂ ସିଷ୍ଟମ୍ (ଇଏନ୍ଜି), ଇଣ୍ଡିଆନ୍ ନ୍ୟୁଜ୍ଏଜେନ୍ସି ଦ୍ୱାରା ଅପ ଲିଙ୍କିଂ ଏବଂ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମର ଅସ୍ଥାୟୀ ଅପ୍ ଲିଙ୍କିଂ ନିମନ୍ତେ ଭାରତରେ ପଞ୍ଜୀକୃତ କମ୍ପାନୀ / ଏଲ୍ଏଲ୍ପି ଗୁଡ଼ିକୁ ଅନୁମତି ପ୍ରଦାନକୁ ସହଜ କରିବ।

– ନୂତନ ନିର୍ଦ୍ଦେଶାବଳୀ ସମୂହ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକ ପାଇଁ ଅନୁପାଳନକୁ ସହଜ କରିବ।
– କାର୍ଯ୍ୟକ୍ରମ ଗୁଡିକର ସିଧା ପ୍ରସାରଣ ପାଇଁ କୌଣସି ପୂର୍ବ ଅନୁମତି ଆବଶ୍ୟକ ନାହିଁ।
– ଭାରତୀୟ ଟେଲିପୋର୍ଟ ଗୁଡିକ ବିଦେଶୀ ଚ୍ୟାନେଲ ଗୁଡିକୁ ଅପଲିଙ୍କ୍ କରି ପାରନ୍ତି।
– ଜାତୀୟ / ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ବିଷୟବସ୍ତୁ ପ୍ରସାରଣ କରିବା ବାଧ୍ୟତାମୂଳକ।

ସଂଶୋଧିତ ନିର୍ଦ୍ଦେଶାବଳୀ ଗୁଡିକ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାରର ସୁବିଧା ଗୁଡ଼ିକ ହେଉଛି: –

(୧) ଅନୁମତି ଧାରକ ମାନଙ୍କ ପାଇଁ ଅନୁପାଳନରେ ସହଜତା।
(କ) କାର୍ଯ୍ୟକ୍ରମ ଗୁଡିକର ସିଧା ପ୍ରସାରଣ ପାଇଁ ଅନୁମତି ମାଗିବାର ଆବଶ୍ୟକତା ଦୂର ହୋଇ ଯାଇଛି ; କେବଳ ସିଧା ପ୍ରସାରଣ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକର ପୂର୍ବ ପଞ୍ଜୀକରଣ ଆବଶ୍ୟକ ହେବ ;
(ଖ) ଭାଷା ପରିବର୍ତ୍ତନ କିମ୍ବା କିମ୍ବା ଟ୍ରାନ୍ସମିସନ୍ ମୋଡ୍ର ରୂପାନ୍ତର ପାଇଁ ଷ୍ଟାଣ୍ଡାର୍ଡ ଡେଫିନେସନ୍ (ଏସ୍ଡି)ରୁ ହାଇ ଡେଫିନେସନ୍ (ଏଚ୍ଡି)କୁ ପରିବର୍ତ୍ତନ କିମ୍ବା ଏହାର ବିପରୀତ କାର୍ଯ୍ୟ ନିମନ୍ତେ ପୂର୍ବ ଅନୁମତିର କୌଣସି ଆବଶ୍ୟକତା ନାହିଁ ; କେବଳ ପୂର୍ବରୁ ସୂଚନା ପ୍ରଦାନ ଆବଶ୍ୟକ।
(ଗ) ଜରୁରୀକାଳୀନ ପରିସ୍ଥିତିରେ, କେବଳ ଦୁଇ ଜଣ ନିର୍ଦ୍ଦେଶକ / ସହଭାଗୀ ଥିବା ଏକ କମ୍ପାନୀ / ଏଲ୍ଏଲ୍ପି ପାଇଁ, ଜଣେ ନିର୍ଦ୍ଦେଶକ / ସହଭାଗୀ ପରିବର୍ତ୍ତନ କରା ଯାଇପାରିବ, ଏହି ପ୍ରକାରର ନିଯୁକ୍ତି ପରେ ସୁରକ୍ଷା ମଞ୍ଜୁରୀ ଅନୁଯାୟୀ, ବ୍ୟବସାୟିକ ନିଷ୍ପତ୍ତି ନେବା ନିମନ୍ତେ ସକ୍ଷମ କରିବା ପାଇଁ;
(ଘ) ଏକ କମ୍ପାନୀ / ଏଲ୍ଏଲ୍ପି ଡିଏସ୍ଏନ୍ଜି ବ୍ୟତୀତ ଅନ୍ୟାନ୍ୟ ଖବର ସଂଗ୍ରହ ଉପକରଣ ବ୍ୟବହାର କରି ପାରିବ, ଯେପରିକି ଅପ୍ଟିକ୍ ଫାଇବର, ବ୍ୟାଗ୍ ବ୍ୟାକ୍, ମୋବାଇଲ୍ ଇତ୍ୟାଦି, ଯାହା ପାଇଁ କୌଣସି ପୃଥକ ଅନୁମତି ଆବଶ୍ୟକ ହେବ ନାହିଁ।

(୨) ବ୍ୟବସାୟ କରିବାରେ ସହଜତା

(କ) ଅନୁମତି ନିମନ୍ତେ ଅନୁଦାନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ପ୍ରସ୍ତାବିତ କରା ଯାଇଛି ;
(ଖ) ସୀମିତ ଦାୟିତ୍ୱ ଭାଗିଦାରୀ (ଏଲ୍ଏଲ୍ପି) ସଂସ୍ଥା ଗୁଡ଼ିକ ମଧ୍ୟ ଅନୁମତି ମାଗି ପାରିବେ ;
(ଗ) ଏଲ୍ଏଲ୍ପି / କମ୍ପାନୀ ଗୁଡିକୁ ଭାରତୀୟ ଟେଲିପୋର୍ଟରୁ ବିଦେଶୀ ଚ୍ୟାନେଲ ଗୁଡିକୁ ଲିଙ୍କ୍ କରିବାକୁ ଅନୁମତି ଦିଆଯିବ ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତକୁ ଅନ୍ୟ ଦେଶ ମାନଙ୍କ ପାଇଁ ଏକ ଟେଲିପୋର୍ଟ କେନ୍ଦ୍ର କରିବ।
(ଘ) ଏକ ନ୍ୟୁଜ୍ ଏଜେନ୍ସି ବର୍ତ୍ତମାନ ରହିଥିବା ଏକ ବର୍ଷ ଅନୁମତି ତୁଳନାରେ ୫ ବର୍ଷ ଅବଧି ପାଇଁ ଅନୁମତି ପାଇପାରେ ;
(ଙ) ବର୍ତ୍ତମାନର ନିୟମ ଅନୁସାରେ କେବଳ ଗୋଟିଏ ଟେଲିପୋର୍ଟ / ସାଟେଲାଇଟ୍ ବଦଳରେ ଏକରୁ ଅଧିକ ଟେଲିପୋର୍ଟ୍ / ସାଟେଲାଇଟ୍ ସୁବିଧା ବ୍ୟବହାର କରି ଏକ ଚ୍ୟାନେଲ୍ ଅପ୍ ଲିଙ୍କ୍ ହୋଇ ପାରିବ;
(ଚ) କମ୍ପାନୀ ନିୟମ / ସୀମିତ ଦାୟିତ୍ୱ ଅଧିନିୟମ ଅନୁଯାୟୀ ଟିଭି ଚ୍ୟାନେଲ / ଟେଲିପୋର୍ଟକୁ ଏକ କମ୍ପାନୀ / ଏଲ୍ଏଲ୍ପିକୁ ଅନୁମତି ଦେବା ସମ୍ଭାବନାକୁ ଏହା ବ୍ୟାପକ କରିଛି।

(୩) ସରଳୀକରଣ ଏବଂ ଯୁକ୍ତିଯୁକ୍ତକରଣ

(କ) ନିର୍ଦ୍ଦେଶାବଳୀ ଗୁଡିକର ଏକ ମିଶ୍ରିତ ସେଟ୍ ଦୁଇଟି ଅଲଗା ଅଲଗା ନିର୍ଦ୍ଦେଶାବଳୀକୁ ବଦଳାଇ ଦେଇଛି ;
(ଖ) ନକଲ ଏବଂ ସାଧାରଣ ମାନକ ଗୁଡିକୁ ଏଡାଇବା ପାଇଁ ନିର୍ଦ୍ଦେଶାବଳୀ ଗୁଡିକର ସଂରଚନାକୁ ବ୍ୟବସ୍ଥିତ କରାଯାଇଛି।
(ଗ) ଜରିମାନା ଧାରାକୁ ଯୁକ୍ତିସଙ୍ଗତ କରା ଯାଇଛି ଏବଂ ବର୍ତ୍ତମାନର ଏକସମାନ ଜରିମାନା ତୁଳନାରେ ବିଭିନ୍ନ ପ୍ରକାରର ଉଲ୍ଲଂଘନ ପାଇଁ ଦଣ୍ଡର ପୃଥକ ପ୍ରକୃତିର ପ୍ରସ୍ତାବ ଦିଆ ଯାଇଛି।

(୪) ଅନ୍ୟାନ୍ୟ ମୁଖ୍ୟ ବିଶେଷତା ଗୁଡିକ

(କ) କୌଣସି ଚ୍ୟାନେଲକୁ ଅପ୍ ଲିଙ୍କ୍ ଏବଂ ଡାଉନ୍ ଲିଙ୍କ୍ କରିବାକୁ ଅନୁମତି ପାଇଥିବା କମ୍ପାନୀ ଗୁଡିକ / ଏଲ୍ଏଲ୍ପି ଗୁଡିକ ଜାତୀୟ ମହତ୍ୱ ତଥା ସାମାଜିକ ପ୍ରାସଙ୍ଗିକତାର ବିଷୟ ଉପରେ ଦିନକୁ ସର୍ବନିମ୍ନ ୩୦ ମିନିଟ୍ ପାଇଁ ସାର୍ବଜନିନ ସେବା ପ୍ରସାରଣ (ଯେଉଁଠାରେ ଏହା ସମ୍ଭବ ନୁହେଁ ତାହା ବ୍ୟତୀତ) କରି ପାରନ୍ତି।
(ଖ) ସି ବ୍ୟାଣ୍ଡ ବ୍ୟତୀତ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ଅପ୍ ଲିଙ୍କ କରୁଥିବା ଟିଭି ଚ୍ୟାନେଲ ଗୁଡ଼ିକୁ ବାଧ୍ୟତାମୂଳକ ଭାବେ ସେମାନଙ୍କ ସଙ୍କେତକୁ ଏନକ୍ରିପ୍ଟ (କୋର୍ଡରେ ପରିବର୍ତ୍ତନ) କରିବା ଆବଶ୍ୟକ ଅଟେ।
(ଗ) ନବୀକରଣ ସମୟରେ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁମତି ପାଇଥିବା କମ୍ପାନୀ ଗୁଡିକ / ଏଲ୍ଏଲ୍ପି ଗୁଡିକ ପାଇଁ ନେଟ୍ ମୂଲ୍ୟର ଆବଶ୍ୟକତା।
(ଘ) ଦେୟ ଅର୍ଥ ପ୍ରଦାନ ନିଶ୍ଚିତ କରିବାକୁ ସୁରକ୍ଷା ଜମାର ପ୍ରାବଧାନ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.