Home Top News ପୋଷକ ତତ୍ତ୍ବ ଆଧାରିତ ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

ପୋଷକ ତତ୍ତ୍ବ ଆଧାରିତ ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

26

୨୦୨୨-୨୩ ରବି ଋତୁ ଲାଗି ଅକ୍ଟୋବର ପହିଲା ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବ ଲାଗୁ
୫୧,୮୭୫ କୋଟି ଟଙ୍କାର ସବସିଡିକୁ ଅନୁମୋଦନ

ନୂଆଦିଲ୍ଲୀ ୨-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷକ ତତ୍ତ୍ବ ଆଧାରିତ ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦରକୁ ମଞ୍ଜୁରି ମିଳିଛି। ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ। ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ। ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ବର୍ଷ କିଲୋ ପ୍ରତି ଟଙ୍କା
ଏନ ପି କେ ଏସ
୨୦୨୨-୨୩ ରବି ଋତୁ (୦୧.୧୦.୨୦୨୨ରୁ ୩୧.୦୩.୨୦୨୨ ପର୍ଯ୍ୟନ୍ତ) ୯୮.୦୨ ୬୬.୯୩ ୨୩.୬୫ ୬.୧୨

ଆର୍ଥିକ ବ୍ୟୟବରାଦ:
୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍‌୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏଥିରେ ଫ୍ରିଟ୍‌ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି।
ଲାଭ:
କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଦ୍ବାରା ୨୦୨୨-୨୩ ରବି ଋତୁରେ ସବୁ ଚାଷୀଙ୍କୁ ଶସ୍ତା/ସବସିଡି ଦରରେ ସମସ୍ତ ପିଏଣ୍ଡକେ ସାର ଉପଲବ୍ଧ ହୋଇପାରିବ ଏବଂ ଏହା କୃଷି କ୍ଷେତ୍ରକୁ ମଧ୍ୟ ସହାୟକ ହେବ। ଅନ୍ତର୍ଜାତୀୟ ବଜାରରେ ସାର ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ କଞ୍ଚାମାଲର ଅଭାବ ସମସ୍ୟାକୁ କେନ୍ଦ୍ର ସରକାର ସବସିଡି ଓ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ପ୍ରାୟତଃ ନିୟନ୍ତ୍ରଣ କରି ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.