Home Top News ଭାରତରେ ଟ୍ୱିଟର ବ୍ଲୁ ପାଇଁ ମାସକୁ ୭୧୯ ଟଙ୍କା ଖର୍ଚ୍ଚ କରିବାକୁ ହେବ, ଯୁକ୍ତରାଷ୍ଟ୍ର ଆମେରୀକାଠାରୁ...

ଭାରତରେ ଟ୍ୱିଟର ବ୍ଲୁ ପାଇଁ ମାସକୁ ୭୧୯ ଟଙ୍କା ଖର୍ଚ୍ଚ କରିବାକୁ ହେବ, ଯୁକ୍ତରାଷ୍ଟ୍ର ଆମେରୀକାଠାରୁ ମହଙ୍ଗା

48

ନୂଆଦିଲ୍ଲୀ ୧୧-୧୧ (ଓଡ଼ିଆ ପୁଅ) ଟ୍ୱିଟର ବ୍ଲୁ ପାଇଁ ବହୁ ବିତର୍କିତ ପେଡ୍ ସବସ୍କ୍ରିପସନ୍ ଟିକେ ବିଳମ୍ବରେ ହେଉପଛେ ଭାରତରେ ଆରମ୍ଭ ହେବାକୁ ଯାଉଛି। ମାସକୁ ୭୧୯ ଟଙ୍କା ଖର୍ଚ୍ଚ କରି ଏହି ସେବା ମିଳିପାରିବ। ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ଆମେରିକା ଏବଂ ବ୍ରିଟେନର ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟର ବ୍ଲୁ ଉପଲବ୍ଧ ହୋଇସାରିଛି। ଆଇଫୋନ୍ ଏବଂ ଆଇପ୍ୟାଡ୍ ସହିତ ଆଇଓଏସ୍ ଡିଭାଇସ୍ ପାଇଁ ସବସ୍କ୍ରିପସନ୍ ରିଲିଜ୍ ହୋଇଛି।

ଭାରତରେ ଉପଭୋକ୍ତାମାନେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ପାଇଁ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଲୋକମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତିଯେ, ଭାରତରେ ଟ୍ୱିଟର ବ୍ଲୁ ମୂଲ୍ୟ ଆମେରିକାର ତୁଳନାରେ ଅଧିକ ଥିବା ଜଣାପଡିଛି।

କିଛି ଭାରତୀୟ ଟ୍ୱିଟର ୟୁଜରର୍ସଙ୍କ ପାଖକୁ ସେମାନଙ୍କ ଡିଭାଇସରେ ପ୍ରମ୍ପ୍ଟ ଆସିଛି, ଏଥିରେ ଟ୍ୱିଟର ବ୍ଲୁକୁ ସବସ୍କ୍ରାଇବ କରିବାକୁ କୁହାଯାଇଛି। ଏହା କୁହାଯାଉଛି ଯେ ପ୍ରାରମ୍ଭରେ କେବଳ ଆଇଓଏସ୍ ଯୁଜର୍ସ ଏହା ସବ୍ସ୍କ୍ରିପସନ ନେଇପାରିବେ।

ସୂଚନାଯୋଗ୍ୟଯେ, ଯୁକ୍ତରାଷ୍ଟ୍ର ଆମେରୀକାରେ ଟ୍ବିଟର ବ୍ଲୁ ମାର୍କ ପାଇଁ ଟ୍ୱିଟର ବ୍ୟବହାରକାରୀଙ୍କୁ $ ୭.୯୯ ଚାର୍ଜ କରୁଛି। ଏହା ପ୍ରାୟ ୬୪୫ ଟଙ୍କା ସହିତ ସମାନ। ବର୍ତ୍ତମାନ ଭାରତର ଉପଭୋକ୍ତାମାନଙ୍କୁ ମାସକୁ ୭୧୯ ଟଙ୍କା ଦେୟ ଦେବାକୁ ପଡିବ। ଯାହାକି ଆମେରୀକା ତୁଳନାରେ ଅଧିକ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଅକ୍ଟୋବର ୨୮ ରେ ଏଲୋନ୍ ମସ୍କଙ୍କ ଦ୍ୱାରା ଟ୍ୱିଟର ଅଧିଗ୍ରହଣ କରାଯାଇଥିଲା। ଏଥିପାଇଁ ସେ ୪୪ ବିଲିୟନ ଡଲାର ମୂଲ୍ୟ ଦେଇଛନ୍ତି। ଅବଶ୍ୟ, ଏହି ଚୁକ୍ତିରେ ଏହାର ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଅନେକ ଉତ୍ଥାନ-ପତନ ଦେଖାଦେଇଥିଲା। ଚଳିତ ବର୍ଷ ଏପ୍ରିଲରେ ମସ୍କ କହିଛନ୍ତି ଯେ ସେ ଟ୍ୱିଟରକୁ ଅଧିଗ୍ରହଣ କରିବେ। କିଛି ମାସ ପରେ ସେ ଟ୍ୱିଟର ବ୍ୟବସାୟ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା କହି ଡିଲରୁ ଓହରି ଯାଇଥିଲେ। ତା’ପରେ ଟ୍ୱିଟର ମସ୍କ ବିରୋଧରେ କୋର୍ଟ ନିକଟକୁ ଆସିଥିଲା। ଅକ୍ଟୋବର ୨୮ ସୁଦ୍ଧା ଏହି ଡିଲ୍ ସମ୍ପୂର୍ଣ୍ଣ କରିବାକୁ କୋର୍ଟ ମସ୍କଙ୍କୁ କହିଥିଲେ।

ମସ୍କ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ସେ ଇଲେକ୍ଟ୍ରିକ୍ କାର୍ ତିଆରି କରୁଥିବା ଆମେରିକୀୟ କମ୍ପାନୀ ଟେସଲାର ସିଇଓ ଅଟନ୍ତି। ଏହା ଦୁନିଆର ସବୁଠୁ ବଡ ଇଲେକ୍ଟ୍ରିକ କାର ନିର୍ମାତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.