Home Top News ଟଙ୍କାର ମୂଲ୍ୟ ହ୍ରାସ ହେଉନାହିଁ, ଡଲାର ଶକ୍ତିଶାଳୀ ହେଉଛି – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଟଙ୍କାର ମୂଲ୍ୟ ହ୍ରାସ ହେଉନାହିଁ, ଡଲାର ଶକ୍ତିଶାଳୀ ହେଉଛି – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

65

ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ମହଁଗାମାଡ଼ ଏବଂ ବଜାରର ଅସ୍ଥିରତା, ବେରୋଜଗାରୀ, ଆର୍ଥିକ ମସାମାନ୍ୟତା ସାଧାରଣ ଜନତା ଏବେ କ’ଣ କରିବେ ବୋଲି ରାସ୍ତା ମିଳୁନାହିଁ। ଇତିମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଡଲାର ମୂଲ୍ୟ ୮୨.୬୯ ଟଙ୍କା ହ୍ରାସ ପାଇଛି। ଅର୍ଥାତ୍ ଆପଣଙ୍କୁ ଗୋଟିଏ ଡଲାର ପାଇଁ ୮୨.୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥନୀତିଜ୍ଞଙ୍କ ଅନୁଯାୟୀ, ଡଲାର ତୁଳନାରେ ଟଙ୍କାର କ୍ରମାଗତ ଦୁର୍ବଳତା ଅର୍ଥନୈତିକ ଅଭିବୃଦ୍ଧି ହାର ଏବଂ ଆମ ଅର୍ଥନୀତି ପାଇଁ ଭଲ ନୁହେଁ। କିନ୍ତୁ ଆମେରିକା ଗସ୍ତ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ବିଷୟରେ ଦେଇଥିବା ଉତ୍ତର ଏବେ ବିରୋଧିଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି।

ନିର୍ମଳା ସୀତାରମଣ କହିଛନ୍ତି ଯେ, ଯଦି ଦୁନିଆର ଅନ୍ୟ ଦେଶର ମୁଦ୍ରାକୁ ଦେଖାଯାଏ, ତେବେ ତାହା ତୁଳନାରେ ଟଙ୍କା ଭଲ ସ୍ଥିତିରେ ଅଛି। ଏହାର ଅର୍ଥ ହେଉଛି ସେହି ଦେଶଗୁଡିକ ଯେଉଁମାନେ ବିକାଶ ଆଡକୁ ଗତି କରୁଛନ୍ତି, ସେହି ସମସ୍ତ ଦେଶ ତୁଳନାରେ ଟଙ୍କା ଭଲ ପ୍ରଦର୍ଶନ କରୁଛି।

ସୂଚନାଯୋଗ୍ୟଯେ, ଆମେରିକାରେ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ ନିଜର ଯୁକ୍ତିରେ ଦର୍ଶାଇଛନ୍ତି ଯେ, ଦିନକୁ ଦିନ ଡଲାର ଅଧିକ ଶକ୍ତିଶାଳୀ ହେଉଥିବାରୁ ଟଙ୍କା ହ୍ରାସ ପାଉଛି। ସେ କହିଛନ୍ତି ଯେ ଟଙ୍କା ଦୁର୍ବଳ ହେଉନାହିଁ, କିନ୍ତୁ ଡଲାର ଅଧିକ ଶକ୍ତିଶାଳୀ ହେଉଛି। ସୂଚନାଯୋଗ୍ୟଯେ, କଗ୍ରେସ ସମୟରେ ଅର୍ଥାତ ୨୦୧୪ରେ ଡଲାର ବଦଳରେ ଟଙ୍କାର ମୂଲ୍ୟ ପ୍ରାୟ ୬୦ ଟଙ୍କା ପାଖାପାଖିଥିଲା କିନ୍ତୁ ବର୍ତ୍ତମାନ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୨.୬୯ ରେ ପହଞ୍ଚିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏପରି ଉତ୍ତର ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଏଠାରେ ଉଲ୍ଲେଖ କରାଯାଇପାରେଯେ, ଅର୍ଥମନ୍ତ୍ରୀ ଆମେରିକା ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏବେ ସେ ଆମେରିକା ଗସ୍ତରେ ଯାଇ ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ବାର୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.