Home ଓଡ଼ିଶା ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ କ୍ରମେ ୩୪ଏକରରେ ଏଥର ହେବ ବାଲିଯାତ୍ରା

ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ କ୍ରମେ ୩୪ଏକରରେ ଏଥର ହେବ ବାଲିଯାତ୍ରା

22

କଟକ : ୨୭/୯(ଓଡ଼ିଆ ପୁଅ /ଅଭୟ ଜେନା) କଟକର ଐତିହାସିକ ବାଲିଯାତ୍ରା ୨୦୨୨, କଟକ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ନଭେମ୍ବର ୮ ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ କଟକ ଗଡ଼ଗଡିଆ ଘାଟ ନିକଟବର୍ତ୍ତୀ ତଳ ଓ ଉପର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବାକୁ ଯାଉଅଛି। ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଜନସମାଗମ ହେଉଥିବା ଏହି ବାଲିଯାତ୍ରା, ସବୁବର୍ଗର ବ୍ୟବସାୟୀମାନଙ୍କ ପାଇଁ ବ୍ୟବସାୟର ଏକ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରିଥାଏ। ବାଲିଯାତ୍ରା ୨୦୨୨ କୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଜାତୀୟ ସ୍ତରର ଉତ୍ସବ ଭାବରେ ପାଳନ କରିବାକୁ ସଜବାଜ ହେଉଛି ଜିଲ୍ଲା ପ୍ରଶାସନ। ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ପରେ ୩୪ ଏକରରେ ହେବ ଏଥରର ବାଲି ଯାତ୍ରା। ସ୍ଥାୟୀ ବୈଷ୍ଣବ ପାଣି ମଞ୍ଚ ସହ ନୂତନ ଭାବେ ହେବ ଅକ୍ଷୟ ମହାନ୍ତି ମଞ୍ଚ। ସକାଳୁ ରାତି ପର୍ଯ୍ୟନ୍ତ ଚାଲିବ କିଣାବିକା ସହିତ ବିଭିନ୍ନ ମନୋରଞ୍ଜନ କାଯ୍ୟକ୍ରମ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ଲଟ ଆବଣ୍ଟନ ପଞ୍ଜିକରଣ। ସେପ୍ଟେମ୍ବର ୨୮ ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ। ୧୦୦୦ ବର୍ଗ ଫୁଟ ରୁ ଉର୍ଦ୍ଧ୍ବ ସ୍ଥାନ ଗ୍ରହୀତା ବାଲିଯାତ୍ରା ଉତ୍ସବର ପୃଷ୍ଠପୋଷକ ହୋଇ ପାରିବେ। ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ହେବ ପଞ୍ଜିକରଣ। ୧୧ ଟା ରୁ ୫ ଟା ପର୍ଯନ୍ତ ଚାଲିବ ପଞ୍ଜିକରଣ। ଉଭୟ ଉପର ଓ ତଳ ପଡିଆ ର ନକ୍ସା ଜିଲ୍ଲାପାଳଙ୍କ ସଭାଗୁହ ଏବଂ ଜିଲ୍ଲାର ୱେବସାଇଟ www.baliyatra.org କିମ୍ବା www.cuttack.nic.in ଲଗ ଅନ କରି ଦେଖି ପାରିବେ।ଏ ସମ୍ପର୍କ ରେସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.