Home Top News ପୁରୀରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀରେ ପର୍ଯ୍ୟଟକଙ୍କ ଭିଡ଼

32

ପୁରୀ ୭-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଛନ୍ତି ପୁରୀକୁ। ଫଳରେ ପୁରୀରେ ଥିବା ହୋଟେଲ୍ ଗୁଡିକରେ ବୁକିଂ ବେଶ୍ ଭଲ ରହିଛି। ଯାହାକୁ ନେଇ ହୋଟେଲ୍ ବ୍ୟବସାୟୀ ବେସ୍ ଖୁସି ଅଛନ୍ତି। ଗତ ୨୦୧୯ ପ୍ରଳୟଙ୍କାରି ଫନି ବାତ୍ୟା ଏବଂ ୨୦୨୦ ଓ ୨୧ ମସିହା ରେ କୋଭିଡ କଟକଣା ହେତୁ ହୋଟେଲ୍ ବ୍ୟବସାୟୀ ବ୍ୟାପକ କ୍ଷତି ସହିଥିଲେ। ହୋଟେଲ୍ ବ୍ୟବସାୟୀ ଏତେ ମାତ୍ରାରେ କ୍ଷତି ସହିଥିଲେଯେ, ଆଉ ଥରେ ପୁରୀ ରେ ହୋଟେଲ୍ ଶିଳ୍ପ ମୁଣ୍ଡ ଟେକିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ହେଲେ ପାର୍ବଣ ଚଳିତ ବର୍ଷ କୋଭିଡ଼ କଟକଣା କୋହଳ ହେତୁ ପର୍ଯ୍ୟଟକଙ୍କ ଆଗମନ ଗତ ଫେବୃଆରୀ ମାସରୁ ବଢ଼ିବାରେ ଲାଗିଛ। ଫଳରେ ହୋଟେଲ୍ ବ୍ୟବସାୟୀ ଏବେ ବେଶ୍ ଉତ୍ସାହିତ ଅଛନ୍ତି। ପୁରୀରେ ଛୋଟ ବଡ଼ ହୋଟେଲ୍ ଓ ଲଜିଂ କୁ ମିଶାଇଲେ ଆଠ ସହରୁ ଅଧିକ ହେବ। ତେବେ ପୁରୀ ହୋଟେଲ୍ ଆସୋସିଏସନ୍ ଅଧୀନ ୧୬୦ ଟି ବଡ଼ ବଡ଼ ହୋଟେଲ୍ ରହିଛି। ତେବେ ପୁରୀକୁ ପର୍ଯ୍ୟଟକ ଙ୍କ ଆଗମନ ହେଲେହିଁ ପୁରୀ ଅର୍ଥନୀତି ଓ ଲୋକଜୀବନ ଜୀବିକା ଗତିଶୀଳ ହୋଇ ପାରିବ। ସେହି ପାରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ, ବେଳାଭୂମି ସୋନ୍ଦର୍ଯ୍ୟ କରଣ, ଶ୍ରୀମନ୍ଦିର ରେ ଭକ୍ତଙ୍କୁ ଭଲ ବ୍ୟବହାର ଫଳରେ ଅଧିକ ରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସୁଛନ୍ତି। ଏଣୁ ସରକାର ଙ୍କ ଠାରୁ ଆରମ୍ଭ କରି ପୁରୀର ପ୍ରତ୍ୟେକ ଅନୁଷ୍ଠାନ, ବ୍ୟକ୍ତି ପର୍ଯ୍ୟଟକ ଙ୍କୁ ଭଲ ବ୍ୟବହାର କରିବା, ପୁରୀକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ପୁରୀ ହୋଟେଲ୍ ଆସୋସିଏସନ୍ ର ସମ୍ପାଦକ ରାଜ କିଶୋର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.