ଭଦ୍ରକ : ଏକ ଲକ୍ଷ ଲୋକଙ୍କୁ ତିନି ପୁଲିସ କର୍ମଚାରୀ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ଥାନା ଅଧୀନ ପୀରହାଟ ଫାଣ୍ଡିରେ ମାତ୍ର ୩ ଜଣ ପୁଲିସ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିଛି। ପୁଲିସ ବ୍ୟବସ୍ଥାରେ ଆଧୁନିକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି; ହେଲେ ଭିତ୍ତିଭୂମିର ବିକାଶ ହୋଇପାରୁନାହିଁ। ଆବଶ୍ୟକ ସଂଖ୍ୟକ ପୁଲିସ ଅଭାବରୁ ଲୋକଙ୍କୁ ମଧ୍ୟ ନ୍ୟାୟ ମିଳିପାରୁନାହିଁ। ନରେନ୍ଦ୍ରପୁର, ଯାମଜୋଡି, ରାଜନଗର, ବାମନବିନ୍ଧା, ସାହାପୁର, ଦୌଲତପୁର, ବାର୍ସର, ଗୋବିନ୍ଦପୁର ଓ ଶ୍ୟାମସୁନ୍ଦରପୁର ଆଦି ୧୦ଟି ପଞ୍ଚାୟତକୁ ନେଇ ଏହି ପୀରହାଟ ଫାଣ୍ଡି ଗଠିତ। ଏକ ହଜାର ଜନସଂଖ୍ୟା ପାଇଁ ଜଣେ ପୁଲିସର ଆବଶ୍ୟକତା ରହିଥିବା ବେଳେ ପୀରହାଟ ଫାଣ୍ଡିରେ କିନ୍ତୁ ୧ ଲକ୍ଷରୁ…

"ଭଦ୍ରକ : ଏକ ଲକ୍ଷ ଲୋକଙ୍କୁ ତିନି ପୁଲିସ କର୍ମଚାରୀ"

ଭଦ୍ରକ : “ନଅବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ’

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାମାନ୍ୟ ମାନସିକ ବିକୃତ୍ତି ଥାଇ ୯ବର୍ଷ ଧରି ନିଖୋଜ ଥିବା ଯୁବକ ଗାଁକୁ ଫେରିଛି। ଦୀର୍ଘବର୍ଷ ପରେ ହଜିଲା ପୁଅ ଘରକୁ ଫେରିଥିବାରୁ ପରିବାରରେ ଖୁସିର ଲହରୀ ଖେଳିଯାଇଛି। କିଏ ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଛି ତ’ ଆଉ କିଏ ମିଠା ବାଣ୍ଟି ଖୁସି ମନାଇଛି। ୯ବର୍ଷ ଧରି ନିଖୋଜ ଥିବା ଏହି ଜିଲାର ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ଗଦି ଗ୍ରାମର ଅନାଦି ନାୟକଙ୍କ ପୁଅ ମନୋରଞ୍ଜନ(୪୫)ଆଜି ଗାଁକୁ ଫେରିଛନ୍ତି। ଦୀର୍ଘ ୯ବର୍ଷ ତଳେ ମନୋରଞ୍ଜନ ତାଙ୍କ ସ୍ତ୍ରୀ, ପୁଅ ଓ ପରିବାର ସଦସ୍ୟଙ୍କୁ ଛାଡି ଘରୁ କେଉଁଆଡେ ଚାଲିଯାଇଥିଲେ। ସେତେବେଳେ ପରିବାର…

"ଭଦ୍ରକ : “ନଅବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ’"

ଜମି ଉଚ୍ଛେଦ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାରୀ ଜମିରେ ଘର କରି ରହିଥିବା ଏକ ପରିବାରକୁ ସେଠାରୁ ହଟାଇ ଦିଆଯିବା ପରେ କ୍ଷତିଗ୍ରସ୍ତ ପରିବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବନ୍ତ ତହସିଲ ଅନ୍ତର୍ଗତ ଟିଲୋ ତରାପୁର ଗ୍ରାମର ଗଙ୍ଗାଧର ଜେନାଙ୍କ ପରିବାର ଦୀର୍ଘ ବର୍ଷ ଧରି ଉକ୍ତ ମୌଜାର ସରକାରୀ ଜମି ୯୪୮ଖାତା, ପ୍ଲଟ ନଂ- ୬୭୭୦/୭୪୮୮ରେ ଘର କରି ରହୁଥିଲେ। ଉକ୍ତ ସରକାରୀ ପ୍ଲଟଟି ତାଙ୍କ ନିଜସ୍ୱ ସଂପତ୍ତି ୩୪୫ଖାତା, ପ୍ଲଟ ନଂ ୬୭୭୦ ସହିତ ମିଶି ରହିଥିବା ଶ୍ରୀ ଜେନା କହିଛନ୍ତି। ବନ୍ତ ତହସିଲ ପକ୍ଷରୁ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଲାଗି…

"ଜମି ଉଚ୍ଛେଦ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା"

ଦୁଇ ସରକାରୀ ରାସ୍ତା ଜବରଦଖଲ ନେଇ ସାମ୍ବାଦିକ ସମ୍ମିଳନୀ ଆସନ୍ତା ୧୦ ରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଅଧୀନସ୍ଥ ବହୁଦରଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଗ୍ରାମପଞ୍ଚାୟତର ଦୁଇଟି ରାସ୍ତାକୁ କେତେକ ଅସାମାଜିକ ବ୍ୟକ୍ତି ଜବରଦଖଲ କରିଆସୁଥିଲେ ମଧ୍ୟ ଏ ଦିଗରେ ଜିଲା ପ୍ରଶାସନର ସ୍ଥାଣୁତା ନେଇ ଆଜି ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତୀକ ଧାରଣାରେ ବସିବାର ଘୋଷଣା କରିଛନ୍ତି। ଏବଂ ଏ ସମ୍ବନ୍ଧୀୟ ପତ୍ରମାନ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଉପଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିବାର ଜଣାପଡିଛି। ବହୁଦରଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ…

"ଦୁଇ ସରକାରୀ ରାସ୍ତା ଜବରଦଖଲ ନେଇ ସାମ୍ବାଦିକ ସମ୍ମିଳନୀ ଆସନ୍ତା ୧୦ ରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା"

ଗାନ୍ଧିପଡିଆରେ ଭଦ୍ରକ ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଟ୍ରଷ୍ଟବୋର୍ଡ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ମହୋତ୍ସବ ସ୍ଥାନୀୟ ଗାନ୍ଧି ପଡିଆ ଠାରେ ଆରମ୍ଭ ହୋଇଛି। ଗତକାଲି ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଆଜି ଦ୍ୱିତୀୟ ସନ୍ଧ୍ୟାର ଉତ୍ସବକୁ ଅତିରିକ୍ତ ଜିଳ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲକ ଚନ୍ଦ୍ର ବେହେରା, ଗାଳ୍ପିକ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ସମାଜସେବୀ କମଳାକାନ୍ତ ସ୍ୱାଇଁ ଏବଂ ସତ୍ୟପ୍ରକାଶ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଭଦ୍ରକ ହେଉଛି କଳା ଓ ସଂସ୍କୃତିର…

"ଗାନ୍ଧିପଡିଆରେ ଭଦ୍ରକ ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା"

ନେହେରୁ ଷ୍ଟାଡିୟମ୍ ରେ ଉଦ୍ଘାଟିତ ହେଲା ଭଦ୍ରକ ମହୋତ୍ସବ ଓ ଉତ୍ତର ଓଡ଼ିଶା ବାଣିଜ୍ୟ ମେଳା

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ପୁସ୍ତକମେଳା ଟ୍ରଷ୍ଟବୋର୍ଡ଼ ଆନୁକୂଲ୍ୟରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଆରମ୍ଭ ହୋଇଛି। ୫ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟ ଚାଲିବାକୁ ଥିବା ଏହି ମହୋତ୍ସବକୁ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ ନିଜ ଉଦ୍ଘାଟନୀ ଅଭିଭାଷଣରେ ଭଦ୍ରକ ମହୋତ୍ସବକୁ ଏକ ସାଂସ୍କୃତକି ଜାଗରଣ ବୋଲି ଅଭିହିତ କରିବା ସହ ଏହା ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ରହି ଆସିଥିବା ସମ୍ପର୍କର ଡ଼ୋରୀକୁ ଅଧିକ ଦୃଢ଼ କରିବ ବୋଲି କହିଥିଲେ। ମହୋତ୍ସବ କମିଟିର ସଭାପତି ଇଂ ଅଭୟ କୁମାର ସୂତାରଙ୍କ…

"ନେହେରୁ ଷ୍ଟାଡିୟମ୍ ରେ ଉଦ୍ଘାଟିତ ହେଲା ଭଦ୍ରକ ମହୋତ୍ସବ ଓ ଉତ୍ତର ଓଡ଼ିଶା ବାଣିଜ୍ୟ ମେଳା"

ଯୌତୁକ ପାଇଁ କେମିକାଲ ଇଂଜିନିୟର ସ୍ୱାମୀ ଓ ତାର ପରିବାର ଦ୍ୱାରା ନବବଧୂକୁ ହତ୍ୟା ଉଦ୍ୟମ ଉଦ୍ଧାର ମୂମୁର୍ଷ ଭଉଣୀକୁ ଡାକ୍ତରଖାନା ଆଣିଲେ ଭାଇ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିବାହର ମାତ୍ର ଆଠ ମାସ ମଧ୍ୟରେ ଜଣେ ଉଚ୍ଚଶିକ୍ଷିତ କେମିକାଲ ଇଂଜିନିୟର ଓ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଆସୁଥିବା ମହିଳା ସେମାନଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ନିର୍ଯ୍ୟାତିତା ମହିଳାଙ୍କ ଭାଇଙ୍କ ପକ୍ଷରୁ ଏହି ଜିଲାର ବାସୁଦେବପୁର ଥାନାରେ ଏକ ଅଭିଯୋଗ ପତ୍ର ଦିଆଯିବା ସହ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ ପିତାଙ୍କ ପକ୍ଷରୁ ଅବଗତ କରାଯାଇଛି। ତେବେ ଆଜି କେତେକ ଗଣମାଧ୍ୟମ ପ୍ରତିନିଧି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତର…

"ଯୌତୁକ ପାଇଁ କେମିକାଲ ଇଂଜିନିୟର ସ୍ୱାମୀ ଓ ତାର ପରିବାର ଦ୍ୱାରା ନବବଧୂକୁ ହତ୍ୟା ଉଦ୍ୟମ ଉଦ୍ଧାର ମୂମୁର୍ଷ ଭଉଣୀକୁ ଡାକ୍ତରଖାନା ଆଣିଲେ ଭାଇ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ"

୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଲୟ (ଭିସୁଟ୍)ର ବିଭିନ୍ନ ବିଭାଗର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଇଡିଆ ଓ ଇନୋଭେସନ୍ ସେଲ୍ ଆଜି ମହାନଦୀରୁ ୫୨୦୦ ଫୁଟ ଉଚ୍ଚକୁ ଏକ ରକେଟ ଉତ୍କ୍ଷେପଣ କରି ଆଉ ଏକ ସଫଳତା ହାସଲ କରିଛି। ଭିଏସ୍ଏଲ୍ଭି ୨.୦ ନାମକ ଏହି ରକେଟ ଉକ୍ତ ସେଲ୍ର ୧୦ଟି ମିସନ୍ ମଧ୍ୟରୁ ଏହା ଦ୍ୱିତୀୟ ମିସନ୍ ଅଟେ। ୪୦ କିଲୋମିଟର ଉଚ୍ଚକୁ ରକେଟ୍ ଉତ୍କ୍ଷେପଣ ଓ ହୀରାକୁଦ୍ ନଦୀବନ୍ଧର ଅନୁଧ୍ୟାନ ପାଇଁ ଏହି ଛାତ୍ରଛାତ୍ରୀ ଲକ୍ଷ୍ୟ ରଖିଛନ୍ତି। କେମିକାଲ, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍, ସିଭିଲ୍, କମ୍ପୁ୍ୟଟର୍ ସାଇନ୍ସ ଭଳି ବିଭାଗର ଏହି ଛାତ୍ରଛାତ୍ରୀମାନେ…

"୫୨୦୦ ଫୁଟ ଉଚ୍ଚକୁ ଉଡ଼ିଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ରକେଟ୍"

ଜନଶକ୍ତି ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୫/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଜନଶକ୍ତି ପାର୍ଟି ଓଡିଶା ପକ୍ଷରୁ ଆଜି ଏକ ଛ ଦଫା ସମ୍ବଳିତ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଥିବାରୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଦିନ ୧୦ଟା ଠାରୁ ୪ଟା ପର୍ଯ୍ୟନ୍ତ ଖୋଲା ରଖିବା, ସମସ୍ତ ଡାକ୍ତରଖାନାରେ ଚିକିତ୍ସାଧିନଥିବା ରୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କମ୍ବଳ ଯୋଗାଇ ଦିଆଯିବା, ବରିଷ୍ଠ ନାଗରିକଙ୍କ ଭତା ସର୍ବନିମ୍ନ ଏକ ହଜାର ଟଙ୍କା କରାଯିବା, ରବି ଫସଲ ନିମନ୍ତେ ମାଗଣାରେ ବିହନ ଓ ସାର ଯୋଗାଇଦେବା ସହିତ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ କରାଯିବା, ପ୍ରତ୍ୟେକ…

"ଜନଶକ୍ତି ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ"

ଲୋକ ସଂସ୍କୃତିର ଉତ୍ସବ ସମ୍ବଲପୁର ଲୋକ ମହୋତ୍ସବର ଉଦ୍ଘାଟନ

ସମ୍ବଲପୁର, ୪/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର୍ ଜିଲ୍ଲା ସଂସ୍କୃତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ଲୋକନୃତ୍ୟ ଓ ସଂଗୀତର ଉତ୍ସବ – ଲୋକ ମହୋତ୍ସବର ୨୨ ତମ ସଂସ୍କରଣ ଆଜି ସ୍ଥାନୀୟ ପିଏଚ୍ଡ଼ି ପଡ଼ିଆଠାରେ ଉଦ୍ଘାଟିତ ହୋଇଛି। ପୂର୍ବାହ୍ନରେ ଏହି ଅବସରରେ ଅଧିଷ୍ଠାତ୍ରୀ ସମଲେଶ୍ୱରୀଙ୍କ ମନ୍ଦିରରୁ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଲ ସମର୍ଥ ବର୍ମା, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଆୟୋଜନ କମିଟିର ସଂଯୋଜକ ଡ. ଦ୍ୱାରିକାନାଥ ନାୟକ, ନୋଡ଼ାଲ୍ ଅଧିକାରୀ ତଥା ସଦର ଉପ ଜିଲ୍ଲାପାଲ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ…

"ଲୋକ ସଂସ୍କୃତିର ଉତ୍ସବ ସମ୍ବଲପୁର ଲୋକ ମହୋତ୍ସବର ଉଦ୍ଘାଟନ"