Home ଓଡ଼ିଶା ଖୁସି ଖବର – ପୂଜା ପାଇଁ ଚାଲିବ ୩୯୨ ଟି ସ୍ୱତନ୍ତ୍ର ଟ୍ରେନ୍

ଖୁସି ଖବର – ପୂଜା ପାଇଁ ଚାଲିବ ୩୯୨ ଟି ସ୍ୱତନ୍ତ୍ର ଟ୍ରେନ୍

88

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ପୂଜାକୁ ଦୃଷ୍ଟିରେ ରଖି ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଅକ୍ଟୋବର ୨୦ ରୁ ନଭେମ୍ବର ୩୦ ମଧ୍ୟରେ ୩୯୨ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି ବୋଲି ସୂଚନା ମିଳିଛି।

କରୋନା ଅବଧିରେ ଚାଲୁଥିବା ଟ୍ରେନର ସର୍ତ୍ତାବଳୀ ଲାଗୁ
କରୋନା ଯୁଗରେ ପୂର୍ବରୁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ନିୟମ ମଧ୍ୟ ଏହି ଟ୍ରେନ୍ ଗୁଡିକ ପାଇଁ ପ୍ରଯୁଜ୍ୟ ହେବ। ଏହି ଟ୍ରେନ୍ ଗୁଡିକରେ କିଛି ଟ୍ରେନ୍ ପ୍ରତିଦିନ ଚାଲିବ। କିଛି ସାପ୍ତାହିକ ଟ୍ରେନ୍ ମଧ୍ୟ ରହିବ। ରେଳବାଇ ସୂଚନା ଦେଇଛି ଯେ ଏହି ଟ୍ରେନଗୁଡିକ ଅକ୍ଟୋବର ୨୦ ରୁ ନଭେମ୍ବର ୩୦ ମଧ୍ୟରେ ଚାଲିବ।

ସଂରକ୍ଷଣ ପାଇଁ ନିୟମରେ ପରିବର୍ତ୍ତନ
ବର୍ତ୍ତମାନ ଯାତ୍ରୀମାନେ ମାତ୍ର ୫ ମିନିଟ ପୂର୍ବରୁ ଟ୍ରେନରେ ଟିକେଟ ବୁକ୍ କରିପାରିବେ। ଏଥି ସହିତ, ସଂରକ୍ଷଣ ଚାର୍ଟ ମଧ୍ୟ ୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ ହୋଇଯିବ। ସୂଚନାଯୋଗ୍ୟଯେ, ପୂର୍ବରୁ ରେଳ ଏହି ସମୟକୁ ଦୁଇ ଘଣ୍ଟାକୁ ହ୍ରାସ କରିଥିଲା। ଏହାର କାରଣ ହେଲା ରେଳ ଷ୍ଟେସନ ଛାଡିବା ପୂର୍ବରୁ କରୋନା ସହ ଜଡିତ ଅନେକ ଜିନିଷର ଯତ୍ନ ନେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଦେଶରେ କରୋନା ପୁନରୁଦ୍ଧାର ହାର ବୃଦ୍ଧିକୁ ବିଚାରକୁ ନେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.