Home ଓଡ଼ିଶା ଚଳିତ ଆର୍ଥିକ ବର୍ଷରେ ଭାରତର GDP ୧୦.୩% ହ୍ରାସ ପାଇବ – IMF – ସ୍ୱାଧିନତା...

ଚଳିତ ଆର୍ଥିକ ବର୍ଷରେ ଭାରତର GDP ୧୦.୩% ହ୍ରାସ ପାଇବ – IMF – ସ୍ୱାଧିନତା ପରର ସବୁଠାରୁ ବଡ ସଂକୋଚନ

66

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ବିଶ୍ୱ ଅର୍ଥନୀତି ଉପରେ ଏହାର ସଦ୍ୟତମ ରିପୋର୍ଟରେ ଆଇଏମ୍ଏଫ୍ ପୂର୍ବାନୁମାନ କରିଛି ଯେ ମାର୍ଚ୍ଚ ୩୧, ୨୦୨୧ ରେ ଶେଷ ହେବାକୁ ଥିବା ଏହି ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ୧୦.୩ ପ୍ରତିଶତ ହ୍ରାସ ପାଇବ, ଯାହା ୧୯୪୭ ମସିହା ସ୍ୱାଧିନତା ପରଠାରୁ ସବୁଠାରୁ ବଡ ସଂକୋଚନ। କିନ୍ତୁ ଆସନ୍ତା ବର୍ଷ ଭାରତର GDP ୮.୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆଶା କରିଛି।

ମହାମାରୀ ପୂର୍ବରୁ ମଧ୍ୟ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ସଂଘର୍ଷ କରୁଥିଲା ଏବଂ କୋରନା ଭୂତାଣୁ କାରଣରୁ ବିଶ୍ୱର କାର୍ଯ୍ୟକଳାପ ତଥା ବିଶ୍ୱରେ ଲଗାଯାଇଥିବା ଲକଡାଉନ୍ କାରଣରୁ ମଧ୍ୟ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା।

ସୂଚନାଯୋଗ୍ୟଯେ, ଜୁନ୍ ମାସରେ IMF ର ପୂର୍ବାନୁମାନରୁ ଜଣାପଡ଼ିଥିଲାଯେ, ଉତ୍ପାଦନ ୪.୫ ପ୍ରତିଶତ ହ୍ରାସ ପାଇବ ଏହା ପୂର୍ବରୁ ଏପ୍ରିଲରେ ଏହା ୧.୯ ପ୍ରତିଶତ ଅଭିବୃଦ୍ଧି ଆଶା କରିଥିଲା।

ଇଟାଲୀ ଏବଂ ସ୍ପେନ୍ ବ୍ୟତୀତ ଅନ୍ୟ କୌଣସି ପ୍ରମୁଖ ଅର୍ଥନୀତି ତୁଳନାରେ ଭାରତର ଏହି ହ୍ରାସ ଆକଳନ ସବୁଠାରୁ ଅଧିକ।

BRICS ଗ୍ରୁପର ଅନ୍ୟ ଦେଶମାନଙ୍କ ମଧ୍ୟରେ ବ୍ରାଜିଲର ଅର୍ଥନୀତି ୫.୮ ପ୍ରତିଶତ, ଋଷ ୪.୧ ପ୍ରତିଶତ, ଦକ୍ଷିଣ ଆଫ୍ରିକା ୮.୦ ପ୍ରତିଶତ ହ୍ରାସ କରିବ ବୋଲି ଆକଳନ କରାଯାଉଥିବା ବେଳେ, ଆଇଏମ୍ଏଫ୍ ରିପୋର୍ଟ ଅନୁଯାୟୀ ଚାଇନାର ଅର୍ଥନୀତି ୧.୯ ପ୍ରତିଶତ ବୃଦ୍ଧି ପାଇବ।

ଏଥିରେ କୁହାଯାଇଛି ଯେ ଚାଇନା ବ୍ୟତୀତ ଭାରତ ସମେତ କିଛି ଉଦୀୟମାନ ଅର୍ଥନୀତି ପାଇଁ ଆଶା ଆହୁରି ଖରାପ ହେବା ସହିତ ବିଶ୍ୱର ପୁନରୁଦ୍ଧାର “ଦୀର୍ଘ, ଅସମାନ ଏବଂ ଅନିଶ୍ଚିତ” ହେବ।

ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତୀୟ ଅର୍ଥନୀତି ୨୩.୯ ପ୍ରତିଶତ ହ୍ରାସ ପାଇଛି ବୋଲି ସରକାରୀ ଆକଳନରୁ ଜଣାପଡିଛି। ଏହାର ମୁଖ୍ୟ କାରଣ ଥିଲା ମାର୍ଚ୍ଚରେ ଲାଗୁ ହୋଇଥିବା କଡ଼ା ଲକଡାଉନ୍ ଯାହାକି ପ୍ରାୟ ଅଧିକାଂଶ କାର୍ଯ୍ୟକଳାପକୁ ବନ୍ଦ କରିଦେଇଥିଲା।

୧୩୫ କୋଟି ଲୋକଙ୍କର ବିଶାଳ ଦେଶରେ ଏହି ଲକଡାଉନ ଦେଶରେ ବହୁ ସଂଖ୍ୟାରେ ଲୋକଙ୍କର ଚାକିରୀ ନେଇଯାଇଛି। ଯେଉଁଥିରେ ଏକ କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ମଧ୍ୟ ଅଛନ୍ତି।

ଏହା ପରେ ସରକାର ଅର୍ଥନୀତିକୁ ପୁନଃ କ୍ଷମ କରିବା ପାଇଁ ବିଭିନ୍ନ ପ୍ରତିବନ୍ଧକକୁ ହ୍ରାସ କରିଆସୁଛନ୍ତି, ଗତକାଲି ଭାରତର ଗୁରୁତ୍ୱପୂର୍ଣ୍ଣ ପାର୍ବଣ ଋତୁରେ ଗ୍ରାହକଙ୍କ ଖର୍ଚ୍ଚ ବଢ଼ାଇବା ପାଇଁ ଋଣ ସହିତ ଏକ ଉତ୍ସାହଜନକ ପ୍ୟାକେଜ୍ ଘୋଷଣା କରାଯାଇଛି।

ସତୁରି ଲକ୍ଷରୁ ଅଧିକ ସଂକ୍ରମଣ ସହିତ, ଆମେରିକା ପରେ ଦ୍ୱିତୀୟରେ ଭାରତ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.