ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢିବି ଚାକିରୀ କରିବି ଆଜ୍ଞା : ଛାତ୍ରୀ

ରାୟଗଡା ତା-୨୨/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢ଼ିବି ଚାକିରୀ କରିବି ଆଜ୍ଞା ବୋଲି ଅନୁରୋଧ କରି କହୁଥିଲା କରୁଣ ସ୍ଵରରେ ନାବାଳିକା। ଆଦିବାସୀ ସମ୍ପ୍ରଦାୟର ଏହି ଝିଅ ପିଲାଟି ଦିନରୁ ନିଜ ମାଁ ଛେଉଣ୍ତ । ଗତ ତିନି ବର୍ଷ ତଳେ ବାପା ମଧ୍ୟ ଏକୁଟିଆ କରିଦେଲେ। ଭାଗ୍ୟ କୁ ଆଦରି ଗାଁ ଲୋକ ଭରସାରେ କିଛି ଦିନ ପରେ ନାକିଟି ଗ୍ରାମର ପଦ୍ମାବତୀ ହିଆଲ ନାମକ ମହିଳା ଏହି ଅନାଥ ଝିଅର ଦେଖାରଖା କରି ଆସୁଥିଲେ। ବର୍ତ୍ତମାନ ବାଳିକା ଜଣକ ୧୪ବର୍ଷ ହୋଇଥିବା ବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଝିଅଟି ଅଭିଯୋଗରେ ଲେଖିଅଛି ଯେ ସେ ବଡ…

"ମୁଁ ନାବାଳିକା ବାହା ହେବିନାହିଁ ପାଠ ପଢିବି ଚାକିରୀ କରିବି ଆଜ୍ଞା : ଛାତ୍ରୀ"

୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ୪ଜଣ ଡକାୟତଙ୍କ ସହ ଚୋରି ସୁନା କଣିଥିବା ୧ବ୍ୟବବସାୟୀକୁ ରାୟଗଡ଼ା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାୟଗଡା ସହ ସାଇପ୍ରିୟା ନଗର ୨ୟ ଗଳିର  ରହୁଥିବା ଚିନ୍ନାରି ଚନ୍ଦ୍ର ଶେଖର ସୁବୁଦ୍ଧିଙ୍କ  ଚଳିତ ମାସ ୧୨ ତାରିଖ ସଂନ୍ଧ୍ୟା  ସମୟରେ ସ୍ତ୍ରୀଙ୍କ ସହ ଦୈନିକ ବଜାରକୁ ଯାଇଥିଲେ । ସେ ସମୟରେ ଅନୁପସ୍ଥିତ ସୁଯୋଗ ନେଇ   ରାମକୃଷ୍ଣ ନଗରର ରବିଶଙ୍କର ମହାନନ୍ଦିଆ (୨୭), ପ୍ରକାଶ ଖୋରା(୨୧) ବୁଦ୍ରାବାଲସାର  ମୁଣ୍ତାରି ହରି(୨୧) ଏବଂ ରାମକୃଷ୍ଣ ନଗର  ସୁଇପର କଲୋନୀ, ରାୟଗଡାର ପାରମି ଶ୍ରୀକାନ୍ତ (୨୧) ଏହି ୪ଜଣ   ମିଶି  ଶ୍ରୀ ସୁବୁଦ୍ଧିଙ୍କ ଘର…

"୪ଡକାୟତ ସହ ଚୋରି ସୁନା କଣିଥିବା ଜଣେ ବ୍ୟବସାୟୀ ଗିରଫ"

ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର କୋର୍ଟ ଅନୁମତି କ୍ରମେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେ ମଧ୍ୟରୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଖାନ ସାହିରେ ଥିବା ସରକାରୀ ବାସଗୃହ ଏବଂ ଗୁଣପୁର ଆଇଟିଡିଏ ତାଙ୍କ କାର୍ଯ୍ୟାଳୟର ପ୍ରକୋଷ୍ଠରେ ଏବଂ ବ୍ରହ୍ମପୁର ସିଦ୍ଧାର୍ଥ ନଗର ତୃତୀୟ ଲାଇନର ତିନି ମହଲା ଘର, ବ୍ରହ୍ମପୁର କୋଅପରେଟିଭ କଲୋନୀ ତୃତୀୟ ଲାଇନ ସ୍ଥିତ ତାଙ୍କ ବାପାଙ୍କ ଘର, ରାଉତପେଟାସ୍ଥିତ ତାଙ୍କ ଶ୍ୱଶୁର ଘରଏକାସଙ୍ଗେ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସ୍ୱତନ୍ତ୍ର…

"ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ"

ରାୟଗଡା ରେଳ ଷ୍ଟେସନରେ ଗୁଟକା ଜବତ ସହ ଜଣେ ଗିରଫ

ରାୟଗଡା ତା-୧୯/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ସହର ବ୍ୟବସାହିକ କେନ୍ଦ୍ର ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ମାଦକ ଦ୍ରବ୍ୟ ଆସୁଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏବଂ ବାଣିଜ୍ୟ କର ଠକିବା ପାଇଁ ବେପାରୀ ମାନେ କେତେ ବେଳେ ଆନ୍ଧ୍ର ପ୍ରଦେଶ ଏବଂ ଆଖପାଖ ବିଭିନ୍ନ ରାଜ୍ୟରୁ ଚୋରାରେ ଖାଉଟି ସାମଗ୍ରୀ ସହ ମାଦକ ଦ୍ରବ୍ୟ ଆସୁଥିବାର ବିଭିନ୍ନ ସମୟରେ ପୋଲିସ ଜବତ କରିଥାଏ। ସେଭଳି ଗତକାଲି ହାୱାଡ଼ା ଠାରୁ ଜଗଦଲପୁର ଟ୍ରେନରୁ ଗୁଟଖା ଆସୁଥିବା ବେଳେ ରାୟଗଡା ରେଲ ଷ୍ଟେସନରେ ଜବତ କରାଯାଇଛି। ଏହି ଗୁଟଖା ପାୟ ୧ଟନ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଜିଆରପି ପୋଲିସ…

"ରାୟଗଡା ରେଳ ଷ୍ଟେସନରେ ଗୁଟକା ଜବତ ସହ ଜଣେ ଗିରଫ"

କଂଗ୍ରେସ ଫୁଙ୍କିଲା ନିର୍ବାଚନ ପୂର୍ବ ବିଗୁଲ ଦୁର୍ନୀତି ବିରୋଧରେ କଂଗ୍ରେସର ରଣହୁଙ୍କାର: ଶୋଭାଯାତ୍ରା ବିକ୍ଷୋଭ ମାଧ୍ୟମରେ ପ୍ରତିବାଦ

ରାୟଗଡା, ୧୬।୯ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- କେନ୍ଦ୍ରସରକାର, ରାଜ୍ୟରେ ଶାସନ କରିଆସୁଥିବା ବିଜେଡି ସରକାର ଓ ଜିଲା ପ୍ରାଶାସନର ଦୁର୍ଣ୍ଣିତ ବିରୋଧରେ ରାୟଗଡା ଜିଲା କଂଗ୍ରେସ ରଣହୁଙ୍କାର ଦେଇଛି। ସରାକାରଙ୍କ କ୍ଷମତାର ଅପବ୍ୟବହାର ଓ ଜିଲାପ୍ରଶାସନର ମନମୁଖି କାର୍ଯ୍ୟ ପଦ୍ଧତିକୁ ପ୍ରତିବାଦ କରି ଶନିବାର ନିର୍ବାଚନ ପୂର୍ବ ବିଗୁଳ କଂଗ୍ରେସ ବାଜଇଛି। ରାୟଗଡା ଜିଲାର ୧୧ଟି ବ୍ଲକର କଂଗ୍ରେସ କର୍ମୀଙ୍କୁ ନେଇ ଜିଲା ସଦର ମହାକୁମାରେ ଜିଲା କଂଗ୍ରେସ କମିଟି ରଣହୁଙ୍କାର ଦେଇଛି। ଶୋଭାଯାତ୍ରା ଏବଂ ବିକ୍ଷୋଭ ମାଧ୍ୟମରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏପରିକି ଜିଲା ପ୍ରଶାସନର ଦୁଦୁର୍ନୀତିକୁ ତୀବ୍ର ବିରୋଧ କରିବାସହ ରାଷ୍ଟ୍ରପତିଙ୍କ ଉେଦ୍ଦେଶରେ ଦାବିପତ୍ର ପ୍ରଦାନ କରାଯାଇଥିବା ପରିଲିଖିତ ହୋଇଛି। ପୂର୍ବ…

"କଂଗ୍ରେସ ଫୁଙ୍କିଲା ନିର୍ବାଚନ ପୂର୍ବ ବିଗୁଲ ଦୁର୍ନୀତି ବିରୋଧରେ କଂଗ୍ରେସର ରଣହୁଙ୍କାର: ଶୋଭାଯାତ୍ରା ବିକ୍ଷୋଭ ମାଧ୍ୟମରେ ପ୍ରତିବାଦ"

ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ: ୫ ଛାତ୍ର ଗୁରୁତର: ରାୟଗଡା ବ୍ଳକ କାରୁବାଇ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା

ରାୟଗଡା ତା-୧୩/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ବ୍ଳକ କାରୁବାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଗଣେଶ ପୂଜା କରିବା ପାଇଁ ଛାତ୍ର ଆନନ୍ଦ ଉଲ୍ଲାସରରେ ସଜବାଜ କରିବା ସମୟରେ ଆମ୍ବ ଡାଳର ଆବଶ୍ୟକ ଥିବା ହେତୁ। ୬ଜଣ ଛାତ୍ର ଆମ୍ବ ଡାଳ ପାଇଁ ନିକଟସ୍ଥ ଏକ ଆମ୍ବ ଗଛକୁ ଯାଇଥିଲେ। ସେଠାରେ ଥିବା ମହୁଫେଣାର ମହୁମାଛି ମାନେ ହଠାତ ଛାତ୍ର ମାନଙ୍କୁ ଆକ୍ରମଣ କରିଥିଲେ। ଛାତ୍ର ମାନଙ୍କ ମଧ୍ୟରେ ଦେବରାଜ ହୁଇକା, ବିକାଶ ମାଣ୍ତାଙ୍ଗି, ଆଶିଷ ପୁଆଲା, ପ୍ରତାନ ମାଣ୍ତାଙ୍ଗି,ରୋହିତ ହୁଇକା ଏବଂ ଶ୍ରୀକ୍ରୁ ମାଣ୍ତାଙ୍ଗି ଛାତ୍ର ରହିଥିଲେ। ମହୁମାଛି ଆକ୍ରମଣ ଶୀକାର ହୋଇଥିବା ୬ଜଣ ଛାତ୍ର ମାନେ ଗତକାଲି ସଂନ୍ଧ୍ୟା ସମୟରେ ବିଦ୍ୟାଳୟକୁ ଫେରି…

"ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ: ୫ ଛାତ୍ର ଗୁରୁତର: ରାୟଗଡା ବ୍ଳକ କାରୁବାଇ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା"

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରେସ ବିବୃତ୍ତି ଆତ୍ମଘୋଷିତ ବ୍ୟକ୍ତି ପ୍ରତି ସାବଧାନ

ରାୟଗଡା ତା-୧୧/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଥମ ଥର ପ୍ରେସ ବିବୃତ୍ତି ଦେଇଛି। ରାୟଗଡା ଜିଲ୍ଲାରେ କିଛି ସ୍ବାର୍ଥନ୍ୱେଶୀ ବ୍ୟକ୍ତି ନିଜର ଅସାମାଜିକ କ୍ରିୟାକଳାପକୁ ସ୍ବାର୍ଥ ସାଧାନ ନିମନ୍ତେ ରାଷ୍ଟ୍ରୀୟ ସ୍ବୟଂ ସେବକର ନାମକୁ ଅପବ୍ୟବହାର କରି ନିଜକୁ ସ୍ବୟଂ ସେବକ ପରିଚୟ ଦେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରୁ ଚାନ୍ଦା ସଂଗ୍ରହ କରିବା ଧମକ ଚମକ ଦେଇ ଭୟଭୀତ କରିବା ଭଳି କାର୍ଯ୍ୟକୁ ସଂଘ ସମର୍ଥନ କରେ ନାହିଁ। ଏହା ସଂଘ ବିରୋଧୀ। ତେଣୁ ଏଥିରୁ ସଂଘ ନିବୃତ ରହେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏକ ସାଂସ୍କୃତିକ ସାମାଜିକ ଏବଂ ସେବା ସଂଘଠନ ହୋଇଥିବା ଦୃଷ୍ଟିରୁ ଏଭଳି…

"ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରେସ ବିବୃତ୍ତି ଆତ୍ମଘୋଷିତ ବ୍ୟକ୍ତି ପ୍ରତି ସାବଧାନ"

ମନରେଗାର ସଫଳ ରୂପାୟନ ଜାତୀୟ ସ୍ତରୀୟ ପୁରସ୍କୃତ ହେଲା ରାୟଗଡ଼ା

ରାୟଗଡ଼ା, ୧୩।୯(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ): ମନରେଗା ସଫଳ ରୂପାୟନ କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ରାୟଗଡ଼ା ଜିଲ୍ଲା। ଆଜି ନୂଆଦିଲ୍ଲୀର ବିଜ୍ଞ୍ୟାନ ଭବନରେ ଏଥିପାଇଁ ରାୟଗଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏହି ପୁରସ୍କାରକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଠାରୁ ଗ୍ରହଣ କରିଛନ୍ତି। ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଜିଲ୍ଲାର ମୁଖିଆ ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ପୂର୍ବରୁ ଗତ ୨୦୧୭ ମସିହା ଜୁନ ମାସରେ ରାଜ୍ୟସ୍ତରରେ ମ୍ମ ରାୟଗଡ଼ା ଜିଲ୍ଲା ପୁରସ୍କୃତ ହୋଇଛି। ଆଉ ଆଜି ଜାତୀୟ ସ୍ତରରେ ପୁରସ୍କୃତ ହେବାପରେ ଜିଲ୍ଲା ପୁଣି ଗୋ÷ରବ ମଣ୍ଡିତ କରିଛି। ମନରେଗା ଯୋଜନାର ବିଭିନ୍ନ…

"ମନରେଗାର ସଫଳ ରୂପାୟନ ଜାତୀୟ ସ୍ତରୀୟ ପୁରସ୍କୃତ ହେଲା ରାୟଗଡ଼ା"

ତେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିନବ ତରିକାରେ ବିକ୍ଷୋଭ

ରାୟଗଡା ତା-୧୧/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ତେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିନବ ତରିକାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀମାନେ ସ୍ଥାନୀୟ କପିଳାସ ଛକଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରୁନଥିବା ବେଳେ ଦେଶର ଗରୀବ ଓ ମଧ୍ୟବର୍ତ୍ତୀ ପରିବାରଙ୍କୁ ବହୁମାତ୍ରାରେ ପ୍ରଭାବିତ କରୁଥିବା ଯୋଗୁଁ ଏହାକୁ ବିରୋଧ କରି କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ବିରୋଧରେ ନାନା ସ୍ଳୋଗାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଧମେନ୍ଦ୍ର ପ୍ରଧାନ, ଅରୁଣ ଜେଟଲୀ ଓ…

"ତେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିନବ ତରିକାରେ ବିକ୍ଷୋଭ"

୧ ବର୍ଷ ବିତିଗଲା : ବିଜୁବାବୁ ଶୁଭ ଦେଇଥିବା ସ୍ମୃତିଫଳକ ଲାଗିଲା ନାହିଁ

ରାୟଗଡା, ୧୦।୯(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ୧ବର୍ଷ ବିତିଗଲା। ମୋବାଇଲ ପ୍ଲାନେଟରିୟମ ଉଦଘାଟନ ବେଳେ ଉପୁଡା ଯାଇଥିବା ଜିଲା ଗଠନ ବେଳର ସ୍ମୃତି ଫଳକ ଆଉ ଲାଗିଲା ନାହିଁ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା ସ୍ଥାପିତ ଏହି ଫଳକ ଆଉ ଦେଖିବାକୁ ମିଳିପାରୁନାହିଁ। ୧୯୯୨ମସିହା ଅକ୍ଟୋବର ୨ତାରିଖ। ରାୟଗଡା ଜିଲାପାଇଁ ଏହା ଏକ ଐତିହାସିକ ଦିନରୂପେ ଧରିନିଆଯାଉଛି। ଏହି ଦିନରେ ସ୍ୱର୍ଗତ ବିଜୁବାବୁ ଅବିଭକ୍ତ କୋରାପୁଟ ଜିଲାକୁ ଭାଙ୍ଗି ୪ଟି ଜିଲା ସ୍ଥାପନ କରିଥିଲେ। ଆଉ ସେହିଦିନ ପୌରପରିଷଦ କାର୍ଯ୍ୟାଳୟର ପରିଷର ଭିତରେ ନିଜେ ବିଜୁ ପଟନାୟକ ନିଜ ହାତରେ ସ୍ମତି ଫଳକ ଉଦଘାଟନ କରି ରାୟଗଡାକୁ ଏକ ସ୍ୱତନ୍ତ୍ର ଜିଲା ଘୋଷଣା କରିଥିଲେ। ବିଡମ୍ବନାର…

"୧ ବର୍ଷ ବିତିଗଲା : ବିଜୁବାବୁ ଶୁଭ ଦେଇଥିବା ସ୍ମୃତିଫଳକ ଲାଗିଲା ନାହିଁ"