ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର

ହରିଚନ୍ଦନପୁର ତା ୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିିଚନ୍ଦନପୁର ଥାନା ଅନ୍ତର୍ଗତ ଧଗୋଠ ଗ୍ରାମର କୃଷ୍ଣ ମୁଣ୍ଡା (୨୮) ଭାରସାମ୍ୟ ହରାଇ ୩୦ଫୁଟ ମୁଷଳ ନଦୀ ପୋଲ ପଡି ଗୁରୁତର ହୋଇଛନ୍ତି। ଶୁକ୍ରବାର ଦିନ ସଂନ୍ଧ୍ଯା ୬ଟା ୩୦ମିନିଟ ସମୟରେ ସାଇକେଲରେ ଭାରସାମ୍ୟ ହରାଇ ପୋଲ ତଳକୁ ପଡି ଗୁରୁତର ହେଇଛନ୍ତି। ସୂଚନା ମୁତାବିକ୍ ଏହି ଘଟଣା ଦେଖି ନିକଟରେ ଥିବା ଲୋକମାନେ ଦମକଳ ବାହିନୀକୁ ଫୋନ କରିଥିଲେ ଫୋନ ଯୋଗେ ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ…

"ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର"

ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତ କଟରା ବଜାର ଠାରେ ଥିବା ଏ.ଏନ୍.ଏମ୍ କେନ୍ଦ୍ର ଓ ମେଡ଼ିକାଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତି କରଣ ପାଇଁ ଆର.ଡ଼ି ବିଭାଗ ପକ୍ଷରୁ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବିନିମୟରେ ଚାଲିଛି ନିର୍ମାଣ କାର୍ଯ୍ୟ। ନିମ୍ନ ମାନର ଗୋଡ଼ି, ସିମେଣ୍ଟ ଓ ଉପଯୁକ୍ତ ସମିଶ୍ରଣ କରାନଯାଇ ହେଉଛି ନିର୍ମାଣ କାର୍ଯ୍ୟ। କାର୍ଯ୍ୟସ୍ଥଳରେ ନା ଅଛି ସୂଚନା ଫଳକ, ନା ଅଛନ୍ତି ବିଭାଗୀୟ ଯନ୍ତ୍ରୀ। କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇନାହିଁ। ରବିବାର, ଛୁଟିଦିନ ଓ ରାତିଅଧିଆ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ନିମ୍ନମାନର…

"ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ"

ସାମ୍ବାଦିକଙ୍କ ପିତୃ ବିୟୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ସଅଁରା ଗ୍ରାମର ସାମ୍ବାଦିକ ପ୍ରଶାନ୍ତ ପାଣିଙ୍କ ପିତା ମହେଶ୍ୱର ପାଣି(୭୧)ଙ୍କ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥାଇ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଦ୍ଧିଜିବୀ ଓ ସାମ୍ବାଦିକ ସ୍ୱର୍ଗତ ପାଣିଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

"ସାମ୍ବାଦିକଙ୍କ ପିତୃ ବିୟୋଗ"

ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ଖାତା ନଂ ୮୨୪, ପ୍ଲଟ ନଂ ୧୮୬୩ ଶିକ୍ଷା ବିଭାଗ ଅଧିନରେ ରହିଛି। ଏଠାରେ ଗ୍ରାମ୍ୟ କମିଟି ତରଫରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବା ବଦଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ ଦଖଲ କରି ଘରବାଡୀ କରିଛନ୍ତି ଫଳରେ ବିଦ୍ୟାଳୟଟି ଏକ କ୍ଲବ ଘରେ ଦୟନୀୟ ଅବସ୍ଥାରେ ଚାଲୁଅଛି। ଦୀର୍ଘଦିନ ଧରି ଶିକ୍ଷା ବିଭାଗର ସଂପତିକୁ ଏହି ବେଆଇନ ଦଖଲ ଉଚ୍ଛେଦ କରିବା ପାଇଁ ୧୯୯୫ ମସିହା ଠାରୁ କୁଜଙ୍ଗ ତହସିଲଦାର କେବଳ ଏକ ଅବରୋଧ ମାମଲା ରଜୁ କରିଛନ୍ତି। ୨୦୦୩ ମସିହା ଠାରୁ ପଙ୍କଜ…

"ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା"

ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଯୁବକ ସଂଘ ପକ୍ଷରୁ ସାରନଗରୀ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ରାଉରକେଲା ଜାଗରଣ ମଂଚର ସଭାପତି ରିଙ୍କୁ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଉରକେଲା ଜାଗରଣ ମଂଚର ସାଧାରଣ ସମ୍ପାଦକ ଆଫ୍ରୋଜ ଅହମ୍ମଦ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଭାବେ ରାଉରକେଲା ଟିପ୍ପର ଓନର ଆସୋସିଏସନର ସାଧାରଣ ସମ୍ପାଦକ ଦିଲୀପ ମହାନ୍ତି, ବରିଷ୍ଠ ବିଜେଡ଼ି ନେତା ଶ୍ରୀଚରଣ ସାମଲ ଓ ହାତୀବନ୍ଧା ପଂଚାୟତ ସରପଂଚ ଚମର…

"ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ"

ବାଘ ଚମଡ଼ା ଉଦ୍ଧାର, ଜଣେ ଅଟକ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୋଇଡ଼ା ବନବିଭାଗ ତରଫରୁ ଏରିଆନ ଖଣି ନିକଟରୁ ଏକ ଗାଡ଼ିରୁ ଏକ କଲରାପତରିଆ ବାଘର ଚମଡ଼ା ଉଦ୍ଧାର କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋଇଡ଼ା ବନାଚଂଳ ଅଧିକାରୀ ବୈଷ୍ଣବ ପାତ୍ର ଏବଂ ଫରେଷ୍ଟର ତୋଫାନ ତ୍ରିପାଠୀ, ତାପସ କୁମାର ଶତପଥି ଏରିଆନ ଖଣି ନିକଟରୁ ଏକ ଗାଡ଼ିରୁ ଉକ୍ତ କଲରାପତରିଆ ବାଘ ଚମଡ଼ାକୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ପ୍ରକାଶ ଥାଉକି, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏକ ପ୍ରମୁଖ ବନାଚଂଳ ଅଟୋ ଏଠାରେ ଥିବା ଜଙ୍ଗଲ ଗୁଡିକରେ ବାଘଳ ଭାଲୁ ହାତୀ…

"ବାଘ ଚମଡ଼ା ଉଦ୍ଧାର, ଜଣେ ଅଟକ"

ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କୁଆଁରମୁଣ୍ଡାରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୨ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତିତ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ମାତ୍ର ୨ ଜଣ ଡାକ୍ତର ଏଠାରେ ଅବସ୍ଥାପିତ ଅଛନ୍ତି। ସେଥିମଧ୍ୟରୁ ଜଣେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବରେ ପ୍ରଶାସନିକ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିବା ଯୋଗୁ ସାଧାରଣ ରୋଗୀ ସେବା ନିମନ୍ତେ ସମ୍ପୃକ୍ତ ଡାକ୍ତରଙ୍କୁ ସମୟ ଓ ଅବସର ମିଳୁନାହିଁ। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ବାଦଦେଲେ ଏହି ଡାକ୍ତରଖାନାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଏବଂ ଶିଶୁ ରୋଗ ଡାକ୍ତର…

"ଡାକ୍ତର ଅଭାବରେ ଚାଲିଛି କୁଆଁରମୁଣ୍ଡା ସରକାରୀ ଡାକ୍ତରଖାନା!"

ପୁଲିସ ଚେକିଂ, ଅଟୋ ଫେରାର, ହଇରାଣ ହେଲେ ଛାତ୍ରଛାତ୍ରୀ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ପ୍ରତିଦିନ ଶହଶହ ଅଟୋରେ ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ଆସିବା କରିବା ଦେଖିବାକୁ ମିଳିଥାଏ। ମାତ୍ର ଆଜିର ଦିନ ଥିଲା କିଛି ଅଲଗା। ଅଟୋ ଚାଳକ ମାନେ ସ୍କୁଲ ପିଲାଙ୍କୁ ଘରୁ ନେଲେ ମାତ୍ର ପୁଲିସ ଚେକିଂ ଭୟରେ ସେମାନଙ୍କୁ ସ୍କୁଲ ଠାରୁ ୨୦୦/୩୦୦ ମିଟରରେ ଛାଡ଼ି ପଳାଇ ଯାଇଥିଲେ। ଫଳରେ ସ୍କୁଲ ପିଲାମାନଙ୍କୁ ବହୁ ହଇରାଣ ହରକତର ସମ୍ମୁଖୀନ ହେବା ଅଭିଯୋଗ ହୋଇଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସେକ୍ଟର-୧୯ ସ୍ଥିତ ସେଂଟ ଯୋଶେଫ ସ୍କୁଲରେ। ବଢି ଭୋରରୁ ପୁଲିସ ପକ୍ଷରୁ ଅଟୋ ଯାଂଚ ପ୍ରକ୍ରୀୟା ଆରମ୍ଭ କରିଥିଲା। ଫଳରେ କିଛି ଅଟୋ ଚାଳକ…

"ପୁଲିସ ଚେକିଂ, ଅଟୋ ଫେରାର, ହଇରାଣ ହେଲେ ଛାତ୍ରଛାତ୍ରୀ"

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ଅପରାହ୍ନରେ ସଦ୍ଭାବନା ଗୃହ ଠରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଜିଲ୍ଲା ଗ୍ରାମ୍ୟଉନ୍ନ୍ୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଧବ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଦେଶାତ୍ମକବୋଧ କବିତାପାଠ ଉତ୍ସବ, ପ୍ରଦର୍ଶନ କ୍ରିକେଟ୍ ମ୍ୟାଚ, ରକ୍ତଦାନ ଶିବୀର, ଉତ୍କଳବାଳାଶ୍ରମରେ ମିଷ୍ଠାନ ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ସକାଳେ ରାମଧୁନ, ପ୍ରବାତଫେରୀ, ଗାନ୍ଧିଘାଟ ଠାରେ ସର୍ବତମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ସଂଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ମଧ୍ୟ…

"ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ"

ଆରମ୍ଭ ହେଲା ପୈାରସଂସ୍ଥାର ସ୍ୱଛ ସର୍ବେକ୍ଷଣ

ପୁରୀ, ୫/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ଅଭିଯାନରେ ପୈାରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ସ୍ୱଛ ସର୍ବେକ୍ଷଣ। ଏଥିପାଇଁ ଶୁକ୍ରବାର ଦିନ ସ୍ୱଛ ସର୍ବେକ୍ଷଣ ପ୍ରଚାର ଗାଡି ବାହାରିଛି। ପୋରସଂସ୍ଥା ଫାଟକ ନିକଟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ଆନୁଷ୍ଠାନିକ ଭାବେ ଏହି ସ୍ୱଛ ସର୍ବେକ୍ଷଣ ଅଭିଯାନର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। କାର୍ଯ୍ୟକ୍ରମରେ ପୈାରଅଧିକାରୀ ତଥା କର୍ମଚାରୀ ଗଣ ଉପସ୍ଥିତି ଥିଲେ। ସୂଚନା ଯୋଗ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଚାର ଗାଡି ପୈାରାଂଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କୁ ସ୍ୱଛତା ସଂପର୍କରେ ସଚେତନ କରାଇବ। ଜନସାଧାରଣକୁ ଡଷ୍ଟବିନ୍ ବ୍ୟବହାର ସହ ଅଳିଆ ଆବର୍ଜନାକୁ ବାହାରେ ନ ପକେଇବା ପାଇଁ ସଚେତନ କରାଯିବ।…

"ଆରମ୍ଭ ହେଲା ପୈାରସଂସ୍ଥାର ସ୍ୱଛ ସର୍ବେକ୍ଷଣ"