Home ଜିଲ୍ଲା ପରିକ୍ରମା ବିଜେଡିର ମିଶ୍ରଣ ପର୍ବ: କଷାଫଳ ପଞ୍ଚାୟତର ଆଗଧାଡ଼ି ନେତା-କର୍ମୀଙ୍କୁ ଦଳରେ ସ୍ୱାଗତ

ବିଜେଡିର ମିଶ୍ରଣ ପର୍ବ: କଷାଫଳ ପଞ୍ଚାୟତର ଆଗଧାଡ଼ି ନେତା-କର୍ମୀଙ୍କୁ ଦଳରେ ସ୍ୱାଗତ

134

ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ଉପ-ନିର୍ବାଚନର ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ସଦର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍କତା ଏବେ ଜୋର ଧରିଲାଣି। ଆଜି କଷାଫଳ ପଞ୍ଚାୟତର ଅନ୍ୟ ଦଳର ବହୁ ଆଗ ଧାଡିର ନେତା ଓ କର୍ମୀ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନେ ବିଜେଡ଼ିରେ ଯୋଗଦାନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ବାଲେଶ୍ୱରଠାରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସିଂ, ଶ୍ରୀପତି ଗିରି, ଯୋଗେନ୍ଦ୍ର ବେହେରା, ରବିନ୍ଦ୍ର ବେହେରା, ଆନନ୍ଦ ପାତ୍ର, ରଘୁ ଚରଣ ସାନ୍ତରା, ବ୍ରହ୍ମାନନ୍ଦ ଦ୍ୱାରି, ପ୍ରତିମା ସିଂ, ବିଜୟ ଦାସ ଓ ଅଖିଳ ଦାସ ପ୍ରମୁ୍ଖ ନେତୃବୃନ୍ଦଙ୍କୁ ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ଉତ୍ତରୀ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଅନ୍ୟଦଳରୁ ଆଗଧାଡ଼ିର ନେତା ଓ କର୍ମୀଙ୍କ ଆଗମନ ବିଜେଡି ସଂଗଠନକୁ ନିଶ୍ଚିତ ସୁଦୃଢ଼ କରିବ ବୋଲି ସଭାପତି ଶ୍ରୀ ଜେନା ଆଶା ପ୍ରକାଶ କରିଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ବିଜେଡ଼ି ସଭାପତି ବସନ୍ତ ପଣ୍ଡା, କଷାଫଳ ପଞ୍ଚାୟତର ସରପଞ୍ଚ ବିଜୟ ଭୂୟାଁ, ସମିତି ସଭ୍ୟ ବୈଦ୍ୟନାଥ ମାନ୍ନା, ପଞ୍ଚାୟତ ସଭାପତି ମାଧବ ମଣ୍ଡଳ ଏବଂ ୨୯ ନଂ ଜିଲ୍ଲା ପରିଷଦ ଜୋନର ପର୍ଯ୍ୟବେକ୍ଷକ ସିମନ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.