Home ଓଡ଼ିଶା ନୟାଗଡ ଜିଲ୍ଲାପାଳଙ୍କ ନିକଟରେ ରଣପୁର ତହସିଲ ଅବ୍ୟବସ୍ଥା ସର୍ମ୍ପକରେ ଓକିଲ ମାନେ ଫେରାଦ

ନୟାଗଡ ଜିଲ୍ଲାପାଳଙ୍କ ନିକଟରେ ରଣପୁର ତହସିଲ ଅବ୍ୟବସ୍ଥା ସର୍ମ୍ପକରେ ଓକିଲ ମାନେ ଫେରାଦ

154

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୩୦/୦୯- ନୟାଗଡ ଜିଲ୍ଲା ରଣପୁର ତହସିଲ ରେ ଅନେକ ଦିନ ହେଲା ସ୍ଥାଣୁତା ପରିଲକ୍ଷିତ ହେଉଥିବା ଅଭିଯୋଗ ହେଉଅଛି । ସାଧାରଣ ଲୋକମାନେ ତହସିଲ କାର୍ଯ୍ୟାଳୟକୁ ଦଉଡି ଦଉଡି ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ନୟାଗଡ ଜିଲ୍ଲାପାଲ ଡଃ ପୋମା ଟୁଡୁ ରଣପୁରକୁ ପରିଦର୍ଶନରେ ଆସିଥିବା ସମୟରେ ରଣପୁରର କିଛି ବରିଷ୍ଠ ଓ ଯୁବ ଓକିଲ ମାନେ ୬ ଦଫା ଦାବି ନେଇ ଫେରାଦ ହୋଇଥିବା ଜଣାପଡିଛି । ଦାବି ଗୁଡିକ ମଧ୍ୟରେ ରହିଛି ରଣପୁର ତହସିଲରେ ସାବିକ୍ ରେକର୍ଡ,ନସ୍କା, ସୂଚନା ମିଳୁନାହିଁ । ଯାହାଦ୍ୱାରାକି ଜନସାଧାରଣ ପୁରୀ,ଭୁବନେଶ୍ୱର ,କଟକ ଦୌଡିବାକୁ ପଡୁଛି । ସି.ଆର.ପି.ସି. ଅନୁସାରେ ୧୪୪ଧାରା ରେ ସରକାରଙ୍କ ତରଫରୁ ମିଳିଥିବା ଆଦେଶ ଅନୁଯାଇ ଆଦେଶ ନାମାର କପି ମିଳୁ ନାହିଁ କିମ୍ବା ଶୁଣାଣି ହେଉନାହିଁ ।

ପିଲାମାନଙ୍କ ଭବିଷ୍ୟତ ପାଇଁ ଉଦିଷ୍ଟ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ,ଜାତିଗତ ପ୍ରମାଣ ପତ୍ର ଓ ଆୟ ସମ୍ପକୀୟ ପ୍ରମାଣ ପତ୍ର ନିୟମ ଅନୁସାରେ ଠିକ୍ ସମୟରେ ନ ମିଳିବାରୁ ପିଲାମାନେ ତହସିଲଦାର ଓ ଆର୍‌.ଆଇ. ଅଫିସ୍ କୁ ବାରମ୍ବାର ଦୌଡି ଶେଷରେ ନିରାଶ ହୋଇ ଫେରୁଛନ୍ତି । ଦାଖଲ ଖାରଜ କେଶ୍ ଠିକ୍ ସମୟରେ ନହେବାରୁ ଜନ ସାଧାରଣ ମାସ ମାସ ଧରି ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ହତାଶ ହେଉଛନ୍ତି । ଅଦାଲତରୁ ରେକର୍ଡ ସଂଶୋଧନ ପାଇଁ ନିର୍ଦେଶ ଦେଲେ ମଧ୍ୟ ଅଣଦେଖା କରାଯାଉଥିବାରୁ  ପକ୍ଷମାନେ ହଇରାଣ ହେଉଛନ୍ତି । ମାପ ଚିହ୍ନଟ ପାଇଁ ବାରମ୍ବାର ଲିଖିତ ଆବେଦନ କଲେ ସୁଧା ମାପ ଚିହ୍ନଟରେ ବିଳମ୍ବ ହେଉଛି । ଫଳରେ  ଶହ ଶହ ମାପ ଚିହ୍ନଟ ଆବେଦନ ପଡିରହିଛି । ଓକିଲ ବନ୍ଧୁମାନେ ଫେରାଦ ହେବା ସମୟରେ ସ୍ଥାନୀୟ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ମାନ୍ୟବର ଜିଲ୍ଲାପାଳ ଡଃ ପୋମା ଟୁଡୁ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.