ଯୁବ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜିକରଣ ଅଭିଯାନ

ନୟାଗଡ଼,୨୭ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳାପାଳ ପ୍ରଶାନ୍ତ ରଥ ଙ୍କ ଅଧ୍ୟକ୍ଷତାରେ  ଯୁବ ମତଦାତା ପାଇଁ ସ୍ୱତନ୍ତ୍ର କଞ୍ଜିକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଳାରେ ୧୮ରୁ ୨୧ ବର୍ଷ ବୟସ୍କ ଯୁବ ମତଦାତା ମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆସନ୍ତା ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଏହି ବୈଠକରେ ସୂଚନା ଦିଆଯାଇଛି । ଯେଉଁ ଯୁବକ ଯୁବତୀ ମାନଙ୍କ ବୟସ ୨୦୧୭ ମସିହା ମେ ମାସ ୩୧ ତାରିଖ ସୁଦ୍ଧା  ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବ ସେମାନେ ନିଜ ନିଜ ବୁଥ୍ରେ…

"ଯୁବ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜିକରଣ ଅଭିଯାନ"

ପାକ୍ଷିକ ସମ୍ବାଦପତ୍ର ‘ନୟାଗଡ଼ ଖବର’ ଉନ୍ମୋଚିତ

ନୟାଗଡ଼,୨୭ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ତୁଳସୀପୁରସ୍ଥ ସାଇ ମନ୍ଦିର ଠାରେ ପାକ୍ଷିକ ସମ୍ବାଦପତ୍ର ‘ନୟାଗଡ଼ ଖବର’ ଉନ୍ମୋଚିତ ହୋଇଯାଇଛି । ନୟାଗଡ଼ ଖବରର ସଂପାଦକ  ରବିନ୍ଦ୍ର ନାଥ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ତମ୍ଭକାର ତଥା ସାମ୍ବାଦିକ ସୁରେନ୍ଦ୍ର ନାଥ ପ୍ରଧାନ ଏହାକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିବାବେଳେ ଏହାର ପ୍ରଥମ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ୍ତ ଜେନା,ପୁରୁଷୋତ୍ତମ   ମହାପାତ୍ର,ରଞ୍ଜନ କୁମାର ପ୍ରଧାନ,ଅଶୋକ କୁମାର ସାଥୁଆ,ରସାନନ୍ଦ ସ୍ୱାଇଁ ପ୍ରମୁଖ ଯୋଗଦେଇ ନୟାଗଡ଼ ଖବରର ଉନ୍ନୋତତ୍ତର କାମନା କରିବା ସହିତ ନୟାଗଡ଼ର ବିଭିନ୍ନ ଗଠନ ଓ ସେବାମୂଳକ କାର୍ଯ୍ୟ ତଥା ନୟାଗଡ଼ର କୋଣ ଅଣୁକୋଣରେ ଘଟୁଥିବା ଘଟଣା ଏବଂ…

"ପାକ୍ଷିକ ସମ୍ବାଦପତ୍ର ‘ନୟାଗଡ଼ ଖବର’ ଉନ୍ମୋଚିତ"

ମଶାରୀ ବଂଟନ କାର୍ଯ୍ୟକ୍ରମ

ନୟାଗଡ଼,୨୭ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତର  କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ସରକାରଙ୍କ ତରଫରୁ ମଶାରୀ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଂଚନବିଲି ଗ୍ରାମ ସଭାପତି ଯୋଗେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ସରପଂଚ ଅନ୍ତର୍ଯ୍ୟାମୀ ଦାସ ଯୋଗଦେଇ ଦୀର୍ଘସ୍ଥାୟୀ ଔଷଧବୁଡ଼ା ମଶାରୀ ବଂଟନର ଶୁଭାରମ୍ଭ କରିଥିଲାବେଳେ ୱାର୍ଡ଼ମେମ୍ବର ରାଜ କିଶୋର ନାୟକ, ରଶ୍ମିତା ଖଟେଇ, ସ୍ୱାସ୍ଥ୍ୟକର୍ମୀ ପ୍ରକାଶ ପ୍ରଧାନ,ଅଙ୍ଗନବାଡ଼ିକର୍ମୀ ବିଷ୍ଣୁପ୍ରିୟା ପ୍ରଧାନ,ଆଶାକର୍ମୀ ଅନ୍ନପୂର୍ଣ୍ଣା ମହାପାତ୍ର ପ୍ରମୁଖ ମଶାରୀ ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇ ମଶାରୀ ବଂଟନର ସୁଫଳତା ଉପରେ ସଚେତନତା କରିଥିଲେ । ଏଥିସହିତ ପରିବେଶ ପରିଚ୍ଛନ୍ନତା,ମ୍ୟାଲେରିଆ ଦାଉରୁ ରକ୍ଷା ପାଇବାପାଇଁ ମଶାରୀ ଟାଣିବାର ଉପକାରିତା ଉପରେ ଆଲୋକପାତ କରିଥିଲେ…

"ମଶାରୀ ବଂଟନ କାର୍ଯ୍ୟକ୍ରମ"

ଶ୍ରେଣୀକକ୍ଷରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ୟା

ନୟାଗଡ଼,୨୭ା୬(ଓଡ଼ିଆପୁଅ/ସୁେରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଥାନା ଗୁପ୍ତପଲ୍ଳୀ ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପାଣୀ(୫୪)  ମଙ୍ଗଳବାର ଶ୍ରେଣୀ କକ୍ଷରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବିଦ୍ୟାଳୟ ଛୁଟିପରେ ଘରକୁ ଆସିବାରେ ବିଳମ୍ବତା ନେଇ ଶ୍ରୀ ପାଣିଙ୍କ ଘରଲୋକେ ଖୋଜା ଖୋଜି କରିବାପରେ  ଶ୍ରେଣୀ କକ୍ଷରେ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । କୌଣସି ମାନସିକ ଚାପରେ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

"ଶ୍ରେଣୀକକ୍ଷରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ୟା"

ନୟାଗଡ଼ ରଥଯାତ୍ରାରେ ଛେରାପହଁରାକୁ ନେଇ ରାଜବଂଶ ବିବାଦ:ହାଇକୋର୍ଟଙ୍କ ରାୟରେ ଛେରାପହଁରା କଲେ ନୂଆ ରାଜା ରାମେଶ୍ୱର ପ୍ରସାଦ ସିଂହ

ନୟାଗଡ଼,୨୫ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲାବେଳେ ତିନି ରଥକୁ ଭକ୍ତମାନେ  ଆନନ୍ଦ ସହକାରେ ଟାଣୁଥିବାର ପରିଲକ୍ଷିତ ହୋଇଥିଲା । ସମସ୍ତ ଦେବନୀତି ତଥା ମଙ୍ଗଳଆଳତୀ,ଅବକାଶ,ସକାଳ ଧୂପ,ରଥ ପ୍ରତିଷ୍ଠା,ମଙ୍ଗଳାର୍ପଣ,ପହଣ୍ଡିବିଜେ ସମସ୍ତ ଯଥାନୀତି  ସମ୍ପନ୍ନ ପରେ  ଛେରାପହଁରା କରାଯାଇ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ  ଆରମ୍ଭ ହୋଇଥିଲା ।   ଛେରାପହଁରାକୁ ନେଇ ଦୀଘବର୍ଷ ହେଲା ଲାଗି ରହିଥିବା ରାଜବଂଶ  ବିବାଦରେ ଫଳସ୍ୱରୂପ  ଶେଷରେ ରାଜା ରାମେଶ୍ୱର ପ୍ରସାଦ ସିଂହ ମାନଧାତାଙ୍କୁ ହାଇକୋର୍ଟ  ଛେରାପହଁରା କରିବାକୁ  ନ୍ୟାୟ  ଦେବାପରେ  ସବୁ କଳ୍ପନା  ଜଳ୍ପନାର ଅବସାନ ଘଟାଇ  ତିନି ରଥରେ  ରାଜା ରାମେଶ୍ୱର ପ୍ରସାଦ…

"ନୟାଗଡ଼ ରଥଯାତ୍ରାରେ ଛେରାପହଁରାକୁ ନେଇ ରାଜବଂଶ ବିବାଦ:ହାଇକୋର୍ଟଙ୍କ ରାୟରେ ଛେରାପହଁରା କଲେ ନୂଆ ରାଜା ରାମେଶ୍ୱର ପ୍ରସାଦ ସିଂହ"

ନୟାଗଡ଼ ରଥଯାତ୍ରା: ଛେରାପହଁରା କରିବେ ନୂଆରାଜା ରାମେଶ୍ୱର ପ୍ରସାଦ ସିଂ

ନୟାଗଡ଼, ୨୪/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ରଥଯାତ୍ରାରେ ଛେରାପହଁରାକୁ ନେଇ ୧୦ବର୍ଷ ହେଲା ଲାଗି ରହିଥିବା ରାଜବଂଶ ବିବାଦର ଅବସାନ ଘଟି ଶେଷରେ ନୂଆରାଜା ରାମେଶ୍ୱର ପ୍ରସାଦ ସିଂହ ଛେରାପହଁରା କରିବେ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଥିବା ଜଣାପଡ଼ିଛି। ଚଳିତବର୍ଷ ରାଜା ରାମେଶ୍ୱର ପ୍ରସାଦ ସିଂହ ମାନ୍ଧାତା ଛେରାପହଁରା କରିବା ସପକ୍ଷରେ ସହକାରୀ ଦେବୋତ୍ତର କମିଶନ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଣିକି ରାଜପରିବାରର ଉତ୍ତରାଧିକାରୀଭାବେ ରାଜା ରାମେଶ୍ୱର ପ୍ରସାଦ ସିଂହ ମାନ୍ଧାତା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିବେ। ଛେରାପହଁରା କରିବାପାଇଁ ନୂଆ ରାଜବାଟିରେ ଅବସ୍ଥାନ କରୁଥିବା ରାଜକୁମାର ରାମେଶ୍ୱର…

"ନୟାଗଡ଼ ରଥଯାତ୍ରା: ଛେରାପହଁରା କରିବେ ନୂଆରାଜା ରାମେଶ୍ୱର ପ୍ରସାଦ ସିଂ"

ନୟାଗଡ଼ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ନୟାଗଡ଼,୨୩/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧରୋଡ଼-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ  ବୋଲଗଡ଼ ରୋଡ଼ଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି। ଏଥିପାଇଁ ନୟାଗଡ଼ବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ହେଲେ ନୟାଗଡ଼ ଟାଉନ ଠାରୁ କେବଳ ପୁରୀ ପର୍ଯ୍ୟନ୍ତ ରେଳ ଯାତ୍ରା ସୁବିଧା ହୋଇଥିବାବେଳେ ଅନ୍ୟ ସ୍ଥାନକୁ ରେଳ ଯାତ୍ରା ବିଷମ ହୋଇଛି। ନୟାଗଡ଼ଟାଉନ ଠାରୁ ରେଳରେ ଅନ୍ୟ  ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ହେଲେ ଖୋର୍ଦ୍ଧାରୋଡ଼ ଠାରେ ଓହ୍ଲାଇ ଅନ୍ୟ ରେଳରେ ଯିବାକୁ ପଡ଼ିବ। ଯାହାକି ଯାତ୍ରା କରିବାରେ  ଯାତ୍ରୀଙ୍କୁ ଅସୁବିଧା ସୃଷ୍ଟି ହେବ। ଯେଉଁ ଅସୁବିଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରି ପାରିଛନ୍ତି। ଏହି ଅସୁବିଧାକୁ ଦୂର କରିବାପାଇଁ ନୟାଗଡ଼ଟାଉନ ଠାରୁ…

"ନୟାଗଡ଼ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା"

ଖଣ୍ଡପଡ଼ାରେ ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼,୨୩/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ଖଣ୍ଡପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଳା ସଭାପତି ତଥା ଖଣ୍ଡପଡ଼ା ବିଧାୟକ ରବିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ନୟାଗଡ଼୍ ବିଧାୟକ ଡ.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତି, ଜିଲ୍ଲାର ସମସ୍ତ ବିଜେଡି ଜିଲ୍ଳା ପରିଷଦ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ଜିଲ୍ଲାର ସମସ୍ତ ବିଜେଡି ପଂଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା ବିଜେଡିର କର୍ମକର୍ତ୍ତା ଯୋଗଦେଇଥିଲେ। ଏଥିରେ ଆଗାମୀ ଦିନରେ ବିଜେଡିର ସାଂଗଠନିକ କାର୍ଯ୍ୟଧାରା, ତୃଣମୂଳ ସ୍ତରରୁ ବିଜେଡିକୁ ମଜଭୁତ କରାଯିବା…

"ଖଣ୍ଡପଡ଼ାରେ ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ"

ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର

– ଦେବପ୍ରସାଦ ମିଶ୍ର ‘ସତ୍ୟବାଦୀ’ ପ୍ରଥମ ଖଣ୍ଡ ସପ୍ତମ ସଂଖ୍ୟାରେ “ଓଡିଶାରେ ପ୍ରତିଭାପୂଜା” ଶୀର୍ଷକ ଏକ ପ୍ରବନ୍ଧ ପ୍ରକାଶିତ ହୋଇଥିଲା। ଏହି ପ୍ରବନ୍ଧରେ ସାମନ୍ତ ଚନ୍ଦ୍ରଶେଖରଙ୍କର ସାଧନା ଓ କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ୱ ଆରୋପ କରି ଗୋପବନ୍ଧୁ ଲେଖିଥିଲେ, “ଜୀବନର ମହତ୍ତ୍ୱ ଫଳ ଲାଭରେ ନୁହେଁ, ସାଧନାରେ। ଚନ୍ଦ୍ରଶେଖର ଏହି ଜୀବନବ୍ୟାପୀ ସାଧନାରେ ସିଦ୍ଧ। ଏ ଶ୍ରେଣୀର ମହାପୁରୁଷମାନେ ମରି, ମରନ୍ତି ନାହିଁ।” ଏହି ଉକ୍ତିରୁ ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତି ତାଙ୍କର କିପରି ଭକ୍ତି ଥିଲା ତାହା ଅନୁମାନ କରାଯାଇପାରେ। ତାଙ୍କର ପୂରାନାମ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହଚିଚନ୍ଦନ ମହାପାତ୍ର ସାମନ୍ତ। ସେ ପୃଥିବୀର ଶେଷ ଦୂରବୀକ୍ଷଣ ଯନ୍ତ୍ରବିହୀନ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଥିଲେ। ସେ ୧୮୩୫…

"ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର"

ନୟାଗଡ଼ରୁ ବିଧିବଦ୍ଧଭାବେ ରେଳ ଚଳାଚଳ ଆରମ୍ଭ

ନୟାଗଡ଼,୧୯/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରୁ ବିଧିବଦ୍ଧଭାବେ ସୋମବାର ରେଳ ଚଳାଚଳ ଆରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଅପରାହ୍ନ ୪ଟାରେ ନୂଆଦିଲ୍ଲୀରୁ ଭିଡିଓ କନଫେରେନ୍ସି ଜରିଆରେ ନୟାଗଡ଼ ଟାଉନ ଠାରୁ ବୋଲଗଡ଼ ରୋଡ଼ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନକୁ ଉଦ୍ଘାଟନ କରିଥିବାବେଳେ ନୟାଗଡ଼ ଟାଉନ ଠାରେ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପତାକା ହଲାଇ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ। ନୂଆଦିଲ୍ଲୀର ଏହି ଭିଡିଓ କନଫେରେନ୍ସି ଉତ୍ସବରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ପ୍ରଭୁଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନୟାଗଡ଼…

"ନୟାଗଡ଼ରୁ ବିଧିବଦ୍ଧଭାବେ ରେଳ ଚଳାଚଳ ଆରମ୍ଭ"