Home ଓଡ଼ିଶା ରଣପୁର ରାଜାସାହେବ ଙ୍କ ଦ୍ୱାରା ମହାପୁରୁଷଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ

ରଣପୁର ରାଜାସାହେବ ଙ୍କ ଦ୍ୱାରା ମହାପୁରୁଷଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ

68

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୧- ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ ଙ୍କ ଜାନୁୟାରୀ ୧୩ ତାରିଖ ମଧ୍ୟାନ୍ନରେ ୪ ମହାପୁରୁଷଙ୍କ ପ୍ରତିମୂର୍ତ୍ତି  ଉନ୍ମୋଚନ ହୋଇଥିବା ଜଣାପଡିଛି । ପ୍ରତିମୂର୍ତ୍ତି ମଧ୍ୟରେ ରହିଛି ଉତ୍କଳମଣି ଗୋପବନ୍ଧୁ ଦାସ , ଉତ୍କଳଗୈାରବ ମଧୁସୂଦନ ଦାସ , ନେତାଜୀ ସୁବାଷଚନ୍ଦ୍ର ବୋଷ ଓ ରଣପୁର ର ରାଜମାତା ସୁଶ୍ରୀ ବସନ୍ତମଞ୍ଜରୀ ଦେବୀ ଓଡିଶାର ପ୍ରଥମ ମହିଳା ସ୍ୱାସ୍ଥ୍ୟ ମନ୍ତ୍ରୀ  । ମୁଖ୍ୟ ଚିକିତ୍ସକ ବୈଦ୍ୟନାଥ ନନ୍ଦଙ୍କ ତତ୍ୱାବଧାନରେ ଉନ୍ମୋଚନ ଉତ୍ସବ ସମ୍ପାଦ୍ଖଚ୍ଛ ହୋଇଥିଲା । ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ ଉନ୍ମୋଚନ ଉତ୍ସବକୁ ପରିଚାଳନା କରିଥିଲେ ।

ମୁଖ୍ୟ ଅତୀଥି ଭାବେ ନୟାଗଡ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ପୁଷ୍ପା ନିଳିମା ଲାକ୍ରା ଯୋଗ ଦେଇଥିଲେ । ରଣପୁର ର ଯୁବରାଜ କୈାଶିକ୍ ଚନ୍ଦ୍ର ସିଂଦେଓ , ଲକ୍ଷ୍ମୀଧର ସାମନ୍ତରାୟ , ପ୍ରଶନ୍ନ କୁମାର ରଥ ,  ପ୍ରଭାକର ତ୍ରିପାଠୀ , ପ୍ରଶନ୍ନ କୁମାର ହୋତା , ଶେଖ୍ ମୁନସଫ୍ ହୁସେନ୍ , ମନୋରଞ୍ଜନ ମିଶ୍ର ,  ପ୍ରମୁଖ ସମ୍ମାନୀତ ଅତୀଥିଭାବେ ଯୋଗଦେଇ ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିବା ସହ ନିଜ ନିଜର ମତବ୍ୟକ୍ତ କରିଥିଲେ । ଲିଙ୍ଗରାଜ ନାୟକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.