Home ଓଡ଼ିଶା ଆନ୍ତଃରାଜ୍ୟ ଠକ ରଣପୁର ପୋଲିସ ଦ୍ୱାରା ଗିରଫ ଚାକିରୀ କରାଇଦେବା ବାହାନରେ ଲକ୍ଷ ଲକ୍ଷ ଲୁଟ୍‌

ଆନ୍ତଃରାଜ୍ୟ ଠକ ରଣପୁର ପୋଲିସ ଦ୍ୱାରା ଗିରଫ ଚାକିରୀ କରାଇଦେବା ବାହାନରେ ଲକ୍ଷ ଲକ୍ଷ ଲୁଟ୍‌

69

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୧- ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ ଦ୍ୱାରା ଆନ୍ତଃରାଜ୍ୟ ଠକେଇ ଅଭିଯୋଗରେ ଜଣେ ଯୁବକ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ସାରା ରାଜ୍ୟରେ ସରକାରୀ ଚାକିରୀର ଘୋର ଅଭାବ ଥିଲାବେଳେ ଯାହାକିଛି ସରକାରୀ ଚାକିରୀ ବିଜ୍ଞାପନ ବାହାରୁଛି ସେହି ଚାକିରୀକୁ ନେଇ ଠକ ମାନେ ମୂଲଚାଲ କରି ଠକେଇ କରିଚାଲିଛନ୍ତି । ନିକଟ ଅତୀତରେ  ରାଜସ୍ୱ ଅଧିକାରୀ ଓ ଅତିରିକ୍ତ ପୋଲିସ ନିରୀକ୍ଷକ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ଗତ ଜାନୁଆରୀ ୧୧ ତାରିଖରେ ରଣପୁର ହଂସରା ଗ୍ରାମର ରାଜୀବ କୁମାର ପ୍ରଧାନ ଠକେଇର ଶୀକାର ହୋଇଥିବା ରଣପୁର ଥାନାରେ ଅଭିଯୋଗ ହୋଇଥିଲା ।

ଯାହାକୁ ନେଇ ନୟାଗଡ ଆରକ୍ଷୀ ନିରୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଙ୍କ ନିର୍ଦେଶକ୍ରମେ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ତତ୍ୱାବଧାନରେ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଓ ଉପ ନିରୀକ୍ଷକ ବିନୟ ପରିଡା ଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ମାନସ ସେନାପତି ରଣପୁର ଉପର ସଡକ ଦେଇ ଯାଉଥିବା ବେଳେ ଅଭିଯୁକ୍ତ ମାନସ କୁ ଗିରଫ କରାଯିବା ସହ ତାର ବ୍ୟବହାର କରୁଥିବା କାର ଓ ଡି ୩୩ ଜେଡ୍ ୪୯୮୮ କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ମାନସ ଠାରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି । ପୋଲିସ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତିଙ୍କ ଠାରୁ ସୂନା ଅନୁଯାଇ ଏହି ଠକେଇରେ ଅଭିଯୁକ୍ତ ମାନସ ସହ ଏକ ଦଳ ସାମିଲ ଅଛନ୍ତି । ଏହି ଦଳ ସାରା ଓଡିଶାରେ ଏହିଭଳି ଠକେଇ କରୁଥିବା ତଦନ୍ତ ବେଳେ ସୂଚନା ମିଳିଛି । ଅଭିଯୁକ୍ତ ମାନସ କୁ ଅଦାଲତ ଚାଲାଣ କରିବା ପରେ ଜମିନ୍ ଆବେଦନ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.