Home ଓଡ଼ିଶା ପରିଚାଳନାଗତ ତୃଟି ଯୋଗୁଁ ଅଯଥା ବିଦ୍ୟୁତ ଶକ୍ତି ଅପଚୟ

ପରିଚାଳନାଗତ ତୃଟି ଯୋଗୁଁ ଅଯଥା ବିଦ୍ୟୁତ ଶକ୍ତି ଅପଚୟ

44

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୧- ରାଜ୍ୟରେ ବିଦ୍ୟୁତ ଶକ୍ତିର ବୃଦ୍ଧି ପାଇଁ ସରକାର ବହୁଚେଷ୍ଟା କରୁଥିବା ବେଳେ ଅନେକ ସମୟରେ ଅଯଥା ବିଦ୍ୟୁତ ଶକ୍ତି ଅପଚୟ ହେଉଥିବା ଦେଖିବାକୁ ମିଳୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ । ରଣପୁରର ତଳସଡକ ଓ ୧୩ ନଂ ୱାର୍ଡରେ ଦିନସାରା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ବଲ ଜଳୁଥିବା ଦେଖିବାକୁ ମିଳୁଛି । ଯାହାଫଳରେ ଅଯଥା ବିଦ୍ୟୁତ ଶକ୍ତି ଅପଚୟ ହେବା ସହ ବିଜ୍ଞାପିତ ଅଂଚଳ ପରିଷଦକୁ ମାସକୁ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି ।

ଏ ସର୍ମ୍ପକେ ବିଜ୍ଞାପିତ ଅଂଚଳ ପରିଷଦ  କାର୍ଯ୍ୟନିର୍ବାହି ଅଧିକାରୀ ତାପଶ ବିଶି ଙ୍କ ସହ ଯୋଗାଯୋଗ କରିବାରେ ଅଯଥା ବିଦ୍ୟୁତ ଶକ୍ତି ଅପଚୟକୁ ସ୍ୱୀକାର କରିଛନ୍ତି । କହିଛନ୍ତି ଯେ ରାସ୍ତା ଆଲୋକି କରଣ ପାଇଁ ଦାୟୀତ୍ୱ ନେଇଥିବା କର୍ମ୍ପାନୀ ତୃଟି ଯୋଗୁଁ ୧୦୦ ଉର୍ଦ୍ଧ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ଜଳୁଛି । ସମୟାନୁ ବର୍ତ୍ତିତା ପାଇଁ ଏକ ଯନ୍ତ୍ରାଂଶ  ଲାଗିବା କଥା । ସେହି ଯନ୍ତ୍ରାଂଶ ଟି ଖରାପ ହୋଇଯାଇଛି । ପରିଚାଳନା ଦାୟୀତ୍ୱ ନେଇଥିବା ସଂସ୍ଥା ତାହାକୁ ନୂଆ ଲଗାଉନାହିଁ । ତେଣୁ ସେହି ସଂସ୍ଥା କୁ ଚିଠି କରାଯିବ । ଏ ସର୍ମ୍ପକେ ରଣପୁର ବିଦ୍ୟୁତ  ବିଭାଗ ଯନ୍ତ୍ରୀ ବିକାଶ ସେନାପତି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପରିଚାଳନା ଦାୟୀତ୍ୱ ନେଇଥିବା ସଂସ୍ଥାକୁ ପଚରା ଯିବ ନହେଲେ ସମ୍ପୁର୍ଣ୍ଣ ବିଦ୍ୟୁତ କାଟି ଦିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.