Home ଓଡ଼ିଶା ରଣପୁର ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

ରଣପୁର ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

45

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୧- ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବାକୁ ଆଉ କେତେଘଣ୍ଟା ବାକିଥିବା ବେଳେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିବା ଜଣାପଡିଛି । ଜାନୁଆରୀ ୧୦ ତାରିଖ ମଧ୍ୟାନ୍ନରେ ୩୦୨.୩୩ ଲକ୍ଷ ଟଙ୍କା ବ୍ୟୟବିନିମୟରେ କୋଟଗଡ ଠାରୁ ବଧିପାଟଣା ରାସ୍ତା , କୋଟଗଡ ଠାରୁ କୁଳାସର ୩୩୨.୪୮ ଲକ୍ଷ ଟଙ୍କା , ଖଣ୍ଡିସି ରୁ ମୟୁରଝାଲିଆ ୩୮୬.୫୯ ଲକ୍ଷ ଟଙ୍କା ଓ ବରପଲ୍ଲୀ ପଟିଆ ରାସ୍ତା ୫୫୦.୩୨ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ରାସ୍ତା ଉନ୍ନତି କରଣ ଓ ପ୍ରଶସ୍ତି କରଣ ପାଇଁ ଶିଳାନ୍ୟାସ କରିଥିବା ଜଣାପଡିଛି ।

ଏଥିସହ କୁଳାସର ପରିବର୍ତ୍ତିତ ବିଦ୍ୟାଳୟ , ଗଡବାଣିକିଲୋ ପରିବର୍ତ୍ତି ତ  ବିଦ୍ୟାଳୟ ସହ ରଣପୁର ବ୍ଲକ ପରିସର ରେ ଏକ ମିଶନ୍ ଶକ୍ତି ଗୃହ ଶିଳାନ୍ୟାସ କରିଥିବା ଜଣାପଡିଛି । ବିଧାୟକଙ୍କ ସହ ରାଜସୁନାଖଳାର ସଚ୍ଚିକାନ୍ତ ସଡଙ୍ଗି , ପ୍ରଭାତ ଦଳବେହେରା ଙ୍କ ସହ ଗ୍ରାମପଞ୍ଚାୟତର ସରପଞ୍ଚ , ବିଭାଗିୟ ଅଧିକାରୀ ମାନେ ଯୋଗ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.