ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀ ଅଭାବ, ଗ୍ରାହକ ହନ୍ତସନ୍ତ

ରରୁଆଁ, ୨୫ା୫ (ଓଡ଼ିଆ ପୁଅ/ସୁବ୍ରତ ଖୁଣ୍ଟିଆ)- ଆଦିବାସୀ ବହୁଳ ରରୁଆଁ ବ୍ଳକ୍ ଅନ୍ତର୍ଗତ ଭଞ୍ଜକିଆସ୍ଥ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ରେ କର୍ମଚାରୀ ଅଭାବ ଯୋଗୁ ଗ୍ରାହକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଙ୍କା ଉଠାଣ ଓ ଜମା କରିବାକୁ ପ୍ରାୟ ୨ଘଣ୍ଟା ସମୟ ଲାଗିଯାଉଛି। ବର୍ତ୍ତମାନ ନୂତନ ପାସ୍ ବହି ପ୍ରଦାନ କରିବା ପ୍ରକ୍ରିୟା ଚାଲୁରହିଥିବାରୁ ଅଧିକାଂଶ ସାରାଦିନ ଅପେକ୍ଷା କଲାପରେବି ବ୍ୟାଙ୍କ କାରବାର କରିପାରୁନଥିବା ଜଣାପଡିଛି। ଓଜିବିର ଭଞ୍ଜକିଆ ଶାଖାଟି ପଞ୍ଚାୟତ ଅଞ୍ଚଳରେ ରହିଥିବାରୁ ଅନ୍ୟାନ ବ୍ୟାଙ୍କ୍ ତୁଳନାରେ ଅପେକ୍ଷାକୃତ କମ୍ କାରବାର ହେଉଥିଲେ ମଧ୍ୟ ଶାଖା ପରିଚାଳକ ଓ କର୍ମଚାରୀଙ୍କ ଖାମ୍ଖିଆଲି ମନୋଭାବ ଯୋଗୁ ଗ୍ରାହକମାନେ ତୁରନ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ…

"ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀ ଅଭାବ, ଗ୍ରାହକ ହନ୍ତସନ୍ତ"

କନିକାରେ ପାନୀୟ ଜଳ ସଙ୍କଟ: କାର୍ଯ୍ୟକ୍ଷମ ନହେଉଣୁ ଟ୍ରାନ୍ସଫରମର ଅଚଳ, ଅଟକିଛି କୋଟିଏ ଟଙ୍କାର ପ୍ରକଳ୍ପ

ରରୁଆଁ, ୨୫ା୫ (ଓଡ଼ିଆ ପୁଅ/ସୁବ୍ରତ ଖୁଣ୍ଟିଆ)- ସ୍ୱଚ୍ଛ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ କୋଟିଏରୁ ଉର୍ଦ୍ଧ୍ୱ ପାଣିଭଳି ପଇସା ବ୍ୟୟ କରାଗଲା। ନୂତନ ବୋରିଂ, ପାଇପ୍ ଲାଇନ୍, ନୂଆ ଟ୍ରାନ୍ସଫରମର ବସାଇ ବିଦ୍ୟୁତ୍ ଯୋଗାଣ, ସୁଉଚ୍ଚ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ସରିବାପରେ ପ୍ରକଳ୍ପ ·ଲୁ ହୋଇପାରିଲାନାହିଁ। କାର୍ଯ୍ୟକ୍ଷମ ନହେଉଣୁ ଟ୍ରାନ୍ସଫରମର ଖରାପ ହେବା ଯୋଗୁ ଅଙ୍ଗାରପଦା ପଞ୍ଚାୟତର କନିକା ଗ୍ରାମରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଅଟକି ରହିଛି। ଫଳରେ ଗ୍ରାମରେ ବସବାସ କରୁଥିବା ୧ହଜାରରୁ ଉର୍ଦ୍ଧ୍ୱ ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଉକ୍ତ ଗ୍ରାମ ସନ୍ନିକଟ କୁମ୍ଭାରପଳସା ବସ୍ତିରେ ମଧ୍ୟ ସମାନ ପରିସ୍ଥିତି। ଏଠାକାର ଲୋକେ ପାନୀୟଜଳ ନିମନ୍ତେ ଦୈନିକ…

"କନିକାରେ ପାନୀୟ ଜଳ ସଙ୍କଟ: କାର୍ଯ୍ୟକ୍ଷମ ନହେଉଣୁ ଟ୍ରାନ୍ସଫରମର ଅଚଳ, ଅଟକିଛି କୋଟିଏ ଟଙ୍କାର ପ୍ରକଳ୍ପ"

ସାହାସୀ ବାଳକ ସଚିନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର, ୨୪ ମଇ (ଓଡ଼ିଆ ପୁଅ) ରାଇରଙ୍ଗପୁରର ସାହାସୀ ବାଳକ ସଚିନ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ରାଇରଙ୍ଗପୁରଠାରେ ଏକ ଦୁଇ ମହଲା କୋଠା ଉପରୁ ଗୋଟିଏ ଶିଶୁ କନ୍ୟା ଖସି ପଡୁଥିବା ବେଳେ ସଚିନ ତାଙ୍କୁ କ୍ୟାଚ୍ ଭଳି ଧରି ନେଇ ପିଲାଟିର ଜୀବନ ରକ୍ଷା କରିଥିଲେ। ତାଙ୍କର ଏହି ଅଭୁତପୂର୍ବ ସାହାସ ଓ ବୁଦ୍ଧିମତା ପାଇଁ ସେ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ସଚିନଙ୍କ ସାହସ ଓ ବିଚକ୍ଷଣ ବୁଦ୍ଧିମତାର ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ରୂପା ତାରକସିର ଏକ ଉପହାର ପ୍ରଦାନ କରିଥିଲେ।…

"ସାହାସୀ ବାଳକ ସଚିନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା"

ରରୁଆଁ ବ୍ଳକ୍ ଗସ୍ତରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ରରୁଆଁ, ୨୩ା୫ (ଓଡ଼ିଆ ପୁଅ/ସୁବ୍ରତ ଖୁଣ୍ଟିଆ)- ବାରିପଦାଠାରୁ ୧୩୦କି.ମି. ଦୂରରେ ଅବସ୍ଥିତ ରରୁଆଁ ବ୍ଳକ୍ ରେ ନୂତନ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଥମକରି ସରକାରୀ ଗସ୍ତରେ ଆସିଥିଲେ। ବୁଧବାର ପୂର୍ବାହ୍ଣ ୧୦ଟା ୫୫ରେ ବ୍ଳକ୍ କାର୍ଯ୍ୟାଳୟରେ ପହଞ୍ଚି ବ୍ଳକ୍ ଅଧ୍ୟକ୍ଷା ପଙ୍କଜିନୀ ନାଏକ, ଉପଜିଲ୍ଲାପାଳ ଶରତ କୁମାର ପୁରୋହିତ, ବିଡିଓ ଜୟଶ୍ରୀ ବେଉରା, ତହସିଲଦାର ବୀରସେନ୍ ବେହେରା, ଜିଲ୍ଲାପରିଷଦ ସଭ୍ୟ ସୁଦନ ଗିରିଙ୍କ ସମେତ ବିଭିନ୍ନ ବିଭାଗର ବ୍ଳକ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ମନରେଗା ଯୋଜନାରେ ଫାର୍ମ ପଣ୍ଡ, ଡଗ୍ ୱେଲ୍, ପାନୀୟ ଜଳ ଯୋଗାଣ, ଭତ୍ତା, ଖାଉଟି ସୁରକ୍ଷା ଯୋଜନାର ପ୍ରଗତି ସମ୍ବନ୍ଧରେ ସବିଶେଷ ସମୀକ୍ଷା…

"ରରୁଆଁ ବ୍ଳକ୍ ଗସ୍ତରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ"

କରଞ୍ଜିଆରେ ଜଳ ସମସ୍ୟା: ଗ୍ରମବାସୀ ହନ୍ତସନ୍ତ

କରଞ୍ଜିଆ ୨୩ ମଇ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ରେ ଦିନକୁ ଦିନ ଉତ୍କଟ ହେବାକୁ ଯାଉଛି ଜଳ ସମସ୍ୟା।ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ତାହା ସଫଳ ରୂପାୟନ ହେଲା ପରି ମନେ ହେଉନି। ପାଞ୍ଚପୀଢ଼ ଅଞ୍ଚଳ ରେ ଦେଖିବାକୁ ମିଳିଛି ବହୁ ପ୍ରକଳ୍ପ ଅଧାପନ୍ତରିଆ ପଡିଥିବା ବେଳେ କିଛି ପ୍ରକଳ୍ପର ରକ୍ଷଣା ବେକ୍ଷଣା ଅଭାବରୁ ପ୍ରକଳ୍ପ ଅଚଳ ହୋଇପଡିଛି। ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପରିବର୍ତ୍ତେ ଲୋକଙ୍କୁ ନିରାଶ କରିଛି ଏହି ସବୁ ଯୋଜନା। ସରକାର ପ୍ରତେକ ଗ୍ରାମ ପଞ୍ଚାୟତ କିମ୍ବା ୫୦୦ ରୁ ଅଧିକଜନ ସଂଖ୍ୟା ଥିବା ଗ୍ରାମମାନଙ୍କୁ ସଜଳଧାରା ଯୋଜନାରେ ସାମିଲ କରାଯିବ ବୋଲି ନିର୍ଦ୍ଦେଶ…

"କରଞ୍ଜିଆରେ ଜଳ ସମସ୍ୟା: ଗ୍ରମବାସୀ ହନ୍ତସନ୍ତ"

ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ

ତୁରୁମଙ୍ଗା ୨୩ ମଇ (ଓଡ଼ିଆ ପୁଅ/ ସନ୍ତୋଷ ପତି) ମୟୁରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଚଢ଼େଇଭଲ ଫାଣ୍ଡିରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଚଢ଼େଇଭାଲ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଅଶ୍ୱିନୀ କୁମାର ଗିରି ଶୋଇଥିବା ବେଳେ ରରୁଆଁ ଥାନାର କାର୍ଯ୍ୟରତ ଓଏପିଏଫ କର୍ମଚାରୀ ଗଗନ ବିହରି ନାଏକ ଆସି ଅତର୍କିତ ଭବେ ଏକ ବୋତଲରେ ଅଶ୍ୱିନୀଙ୍କୁ ଆକ୍ରମଣ କରିଥିଲେ ଫଳରେ ଅଶ୍ୱିନୀଙ୍କର ଛାତି ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଖବର ପାଇ କରଞ୍ଜିଆ ଥାନାରୁ ଏସଆଇ କେଶବ ଚନ୍ଦ୍ର ସାହୁ ପହଁଚି ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ କରଞ୍ଜିଆ ଥାନାକୁ ନେଇ ପଚରାଉଚରା କରୁଛି। ଅପର ପକ୍ଷରେ ଆହତ ଅଶ୍ୱିନୀଗୁରୁଙ୍କୁ ଚିକିତ୍ସା…

"ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ"

କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ଡାକରା

ବାରିପଦା ୭ ମଇ (ଓଡ଼ିଆ ପୁଅ) : କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଜାଗାରେ ଟାୟାର ଜାଳି ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। ସୂଚନାଯେଗ୍ୟଯେ, ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ କୁଡ଼ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଗୁଜରାଟ ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ। ବାଲେଶ୍ୱରରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାରିପଦାରେ ପହଂଚିଥିଲେ ହାର୍ଦିକ ପଟେଲ। ଛଉ ପଡିଆରେ ଆୟୋଜିତ ଅଧିକାର ରାଲିରେ କୁଡୁମୀ ଜାତିକୁ ଆଦିବାସୀ ସୂଚିରେ ପୁନଃ ସାମିଲ…

"କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ଡାକରା"

ମୟୁରଭଂଜ ଜିଲ୍ଲା ହରିପୁର ଗାଁରେ ରାତ୍ରୀ ଯାପନ ହରିପୁରରେ ଇନ୍ଦ୍ରଧନୁଷ ଯୋଜନାରେ ଗାଁର ଶିଶୁ ମାନଙ୍କୁ ପଲ୍ସ ପୋଲିଓ ଓ ରୋଟା ଭାଇରସ ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହରିପୁର (ମୟୁରଭଂଜ)/ ଭୁବନେଶ୍ୱର, ୩୦ ଏପ୍ରିଲ – ମୟୁରଭଂଜ ଜିଲ୍ଲାର ବଡସାହୀ ବ୍ଲକର ହରିପୁର ଠାରେ ରାତ୍ରୀ ଯାପନ କଲା ପରେ ସକାଳେ ଭାରତ ସରକାରଙ୍କ ଇନ୍ଦ୍ରଧନୁଷ ଯୋଜନାରେ ଗାଁର ଶିଶୁ ମାନଙ୍କୁ ପଲ୍ସ ପୋଲିଓ ଓ ରୋଟା ଭାଇରସ ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନ ନେଇ ରୋଗରୁ ମୁକ୍ତ କରିବା ପାଇଁ ଡିପଥେରିଆ, ହୁପିଂ କଫ, ମିଳିମିଳା, ହେପାଟାଇଟିସ ବି, ଟିବି, ଜାପାନି ଏନସେଫାଲାଇଟିସ, ରୁବେଲା. ରୋଟା ଭାଇରସ ଆଦିର ଟୀକାକରଣ ମାଗଣାରେ କରା ଯାଉଛି। ମୟୁରଭଂଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଲେ ମଧ୍ୟ ଏହି ଜିଲ୍ଲାରେ ଶତ…

"ମୟୁରଭଂଜ ଜିଲ୍ଲା ହରିପୁର ଗାଁରେ ରାତ୍ରୀ ଯାପନ ହରିପୁରରେ ଇନ୍ଦ୍ରଧନୁଷ ଯୋଜନାରେ ଗାଁର ଶିଶୁ ମାନଙ୍କୁ ପଲ୍ସ ପୋଲିଓ ଓ ରୋଟା ଭାଇରସ ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଓଏନଜିସି ସହାୟତାରେ ମୟୁରଭଞ୍ଜ ଗୋଟେରୀ ଡେଭଲପମେଣ୍ଟ ପ୍ରୋଜେକ୍ଟର ଶୁଭ ଉଦ୍ଘାଟନ ମୟୁରଭଞ୍ଜ ଜିଲ୍ଲାର ଗୃହପାଳିତ ପଶୁ ଛେଳି ଓ କୁକୁଡା ଜିଲ୍ଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ – ଧର୍ମେନ୍ଦ୍ର ପ୍ରଧାନ

– ମୟୁରଭଞ୍ଜର ପତ୍ର ଖିଆ ଛେଳିର ଚାହିଦା କେବଳ ଓଡିଶା ନୁହଁ ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦ ଓ ଚେନ୍ନାଇରେ ରହିଛି – ସଠିକ୍ ମାର୍କେଟିଂ ବ୍ୟବସ୍ଥା କରାଗଲେ ମୟୁରଭଞ୍ଜର ଛେଳି ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇପାରିବେ। ଭୁବନେଶ୍ୱର/ବଡସାହୀ, ୩୦/୪(ଓଡ଼ିଆ ପୁଅ): ମୟୁରଭଞ୍ଜ ଜିଲ୍ଲାର ଗୃହପାଳିତ ପଶୁ ଛେଳି ଓ କୁକୁଡାଙ୍କୁ ଜିଲ୍ଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୟୁରଭଞ୍ଜ ଜିଲ୍ଲା ବଡସାହୀ ବ୍ଲକର ସଙ୍କେରକେ ଗ୍ରାମରେ ମୟୁରଭଞ୍ଜ ଗୋଟେରୀ ଡେଭଲପମେଣ୍ଟଟ୍ ପ୍ରୋଜେକ୍ଟର ଶୁଭ ଉଦ୍ଘାଟନ ଅବସରରେ ସମବେଦ ଜନତାଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ଶ୍ରୀ ପ୍ରଧାନ। ରାଷ୍ଟ୍ରାୟତ ଉଦ୍ୟୋଗ ଓଏନ୍ ଜିସି ର ସାମାଜିକ ଦାୟିତ୍ୱବୋଧ…

"ଓଏନଜିସି ସହାୟତାରେ ମୟୁରଭଞ୍ଜ ଗୋଟେରୀ ଡେଭଲପମେଣ୍ଟ ପ୍ରୋଜେକ୍ଟର ଶୁଭ ଉଦ୍ଘାଟନ ମୟୁରଭଞ୍ଜ ଜିଲ୍ଲାର ଗୃହପାଳିତ ପଶୁ ଛେଳି ଓ କୁକୁଡା ଜିଲ୍ଲାବାସୀଙ୍କ ପାଇଁ ଏଟିଏମ୍ ସଦୃଶ – ଧର୍ମେନ୍ଦ୍ର ପ୍ରଧାନ"

ମୟୁରଭଞ୍ଜ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ଭୂତଳ ଓ ଗୋଟିଏ ଫ୍ଲାଇ ଓଭରର କଲେ ଶିଳାନ୍ୟାସ

– ମୋଦି ସରକାର ଆସିବା ପରେ ୪ ହଜାର ୫ ଶହ କିମି ଜାତୀୟ ରାଜପଥରେ ଆଉ ନୂଆ ପାଂଚ ହଜାର କିମି ଜାତୀୟ ରାଜପଥ ନିର୍ମାଣ ଯୋଜନା ହୋଇଛି – ମୟୁରଭଂଜ ଜିଲ୍ଲାକୁ ୨୩୩ କିମି ନୂଆ ରାଜମାର୍ଗ ପାଇଁ ଯୋଜନା ପ୍ରସ୍ତୁତ ବାରିପଦା, ଭୁବନେଶ୍ୱର, ୨୯ ଏପ୍ରିଲ (ଓଡ଼ିଆ ପୁଅ) – ମୟୁରଭଞ୍ଜ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର – ଝାଡପୋଖରିଆ ଜାତୀୟ ରାଜପଥ-୫ ନୂତନ ରାଜପଥ ନମ୍ବର-୧୮ରେ ମୟୁରଭଂଜ ଜିଲ୍ଲାର ଗ୍ରାମ ବେତନଟୀ ଓ ବୈଶିଙ୍ଗା ଠାରେ ଯାନ ବାହନ ଅନୁକୂଳ ଭୂତଳ ରାସ୍ତା ତଥା ବାରିପଦାର ତକତପୁର ଛକରେ ଫ୍ଲାଇ ଓଭର ନିର୍ମାଣ ପାଇଁ ଭିତି…

"ମୟୁରଭଞ୍ଜ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ଭୂତଳ ଓ ଗୋଟିଏ ଫ୍ଲାଇ ଓଭରର କଲେ ଶିଳାନ୍ୟାସ"