Home Top News ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ୧୧ ତମ ଦିନରେ ବାରିପଦା ସହର ପରିକ୍ରମା କଲା

ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ୧୧ ତମ ଦିନରେ ବାରିପଦା ସହର ପରିକ୍ରମା କଲା

18

ନୀବନ ଓ ମୋଦି ସରକାର ଅପରାହ୍ନର ନିକଟବର୍ତି, ଆଗାମୀ ସକାଳ କଂଗ୍ରେସର – ଶରତ ପଟ୍ଟନାୟକ

ଭୁବନେଶ୍ୱର ୧୩.୧୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ର- ଓଡ଼ିଶା” ର ଯାତ୍ରୀ, ବରିଷ୍ଠ କଂଗ୍ରେସ ନେତା, ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ନେତା ଓ କର୍ମୀ ଏବଂ ମୟୁରଭଞ୍ଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପାଲବଣି ଠାରୁ ପ୍ରଭାତରେ “ଭାରତ ଯୋଡ଼ ଯାତ୍ରା-ଓଡ଼ିଶର ୧୧ ତମ ଦିନର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ଙ୍କର ଆୟୋଜନ କ୍ରମେ ସମସ୍ତ ଯାତ୍ରୀ ବାରିପଦା ସହରସାରା ପରିକ୍ରମା କରିଥିଲେ। ଏହାପରେ ବିଶୋଇ ବଜାର ମଧ୍ୟ ପରିକ୍ରମ କଲେ। ମୁର୍ଗାବାଡ଼ି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ସଂଧ୍ୟାରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା। ଆଜିର କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବହୁ ଆଦିବାସୀ ଓ ଦଳିତ ପରିବାର ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମିଶି ଜିଲ୍ଲାର ଅବସ୍ଥା ସଂପର୍କରେ ସିଧାସଳଖ ଅବଗତ ହୋଇଥିଲେ। ଆଜିର କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନୀବନ ଓ ମୋଦି ସରକାର ଅପରାହ୍ନର ନିକଟବର୍ତି, ଆଗାମୀ ସକାଳ କଂଗ୍ରେସର। ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ୨୨ବର୍ଷ କଳଙ୍କିତ ଶାସନକୁ ଉତ୍ପାଟନ କରିବ। ନବୀନ ସରକାର ନିଜ ଶାସନକାଳ ଭିତରେ ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ବିଶ୍ୱାସଘାତକତା କରିଛନ୍ତି ଆଗାମୀ ପୀଢ଼ିର ଲୋକେ ତାଙ୍କୁ ଜଣେ ଜନସ୍ୱାର୍ଥ ବିରୋଧି, ବିଫଳ, ଉତ୍ପୀଡ଼କ ଶାସକ ଭାବରେ ଚିତ୍ରଣ କରିବେ। ସେ ଓଡ଼ିଶାର ଗାଁ ଗଣ୍ଡା ବୁଲି ନାହାନ୍ତି। ଓଡ଼ିଶାର ମାଟି, ପାଣି, ପବନ ସଂପର୍କରେ ତାଙ୍କର କିଛି ଧାରଣା ହିଁ ନାହିଁ। ୨୨ ବର୍ଷର ନବୀନ ସରକାର କେବଳ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ଲୁଣ୍ଠନକୁ ପ୍ରୋତ୍ସାହନ ଦେଇଛି। ସାଧାରଣ ଜନତା ନବୀନ ସରକାରକୁ ଏକ ପିସି ସରକାର ବୋଲି କହୁଛନ୍ତି। ମୁଖ୍ୟମନ୍ତ୍ରୀ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି, ନିର୍ଯ୍ୟାତିତା ମହିଳାଙ୍କୁ ନ୍ୟାୟ ଦେଇନାହାନ୍ତି, ବଳାତ୍କାରୀଙ୍କୁ ଦଣ୍ଡ ଦେଇପାରି ନାହାନ୍ତି, ଦୁର୍ନୀତିଖୋରକୁ ଦଣ୍ଡ ଦେଇନି ମାତ୍ର କେତେକ ଅନୁଷ୍ଠାନ ଠାରୁ ଏକନମ୍ବର ମୁଖ୍ୟମନ୍ତ୍ରୀ ଏବଂ ଜୀବନବ୍ୟାପି ସାଧନା ପୁରସ୍କାର ପାଇ ଖୁସି ହୋଇଯାଇଛନ୍ତି। ଏଠାରେ ଚାଷୀ ଆତ୍ମହତ୍ୟା, ଧାନର ଅଭାବିବିକ୍ରୀ, ଜଳସେଚନ ବଢ଼ାଇବା କ୍ଷେତ୍ରରେ ବିଫଳତା, ଓଡ଼ିଶାର ଚାଷୀ ଦେଶର ସମସ୍ତ ରାଜ୍ୟର ଚାଷୀ ଠାରୁ ଗରିବ ବୋଲି ଅପବାଦ ମୁଣ୍ଡାଇବା ପରେ ନବୀନ ସରକାର ଓଡ଼ିଶାର କୃଷିର ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି।

ମୋଦିଙ୍କ ସ୍ୱପ୍ନ ଯାହାଥିଲା, ତାହା ଆଜି ବାସ୍ତବରୂପ ନେଇଛି। ସେହି ବାସ୍ତ ରୂପର ଚିତ୍ର କଣ ତାହା ଆଜି ଭାରତବର୍ଷ ଦେଖୁଛି। ବିଶ୍ୱଖାଦ୍ୟ ସୂଚକାଙ୍କ ଅନୁସାରେ ଭାରତ ଏକ ଭୋକିଲା ଦେଶ, ଭାରତର ଲୋକଙ୍କ ଠାରୁ ତଂଟିଚିପି ଟିକସ ଆଦାୟ କରାଯାଉଛି, ମହଙ୍ଗା ମାଡ଼ରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି- ଏ ହେଉଛି ମୋଦିଙ୍କ ଆଛାଦିନ। ମୋଦି ବର୍ଷକୁ ୨କୋଟି ନିଯୁକ୍ତି ଦେବାକଥା କହିଥିଲେ। ଆଜି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୧୦ଲକ୍ଷ ଚାକିରି ଖାଲିପଡ଼ିଛି। କରୋନା ପୂର୍ବରୁ ଦେଶର ବେକାରୀ ସଂଖ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଥିଲା। କେବଳ ଭାରତବାସୀଙ୍କୁ ଭୁଆଁ ବୁଲାଯାଉଛି। “ବିକାଶ” ବିଜେପି ନେତାଙ୍କ ମୁହଁରେ ଏକ ରୋମାଚଂକର ଶବ୍ଦ ମାତ୍ର। ଶାସନ କ୍ଷେତ୍ରରେ ଏ ଶବ୍ଦର ମୂଲ୍ୟ କିଛି ନାହିଁ। ମୋଦି ୨୦୧୪ ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଗୋଟିଏ ବି ପ୍ରତିଶ୍ରୁତି ଠିକ ଭାବେ ପାଳନ କରିପାରିଲେ ନାହିଁ। ସୁତରାଂ କଂଗ୍ରେର ଭାରତ ଯୋଡ଼ ଯାତ୍ରା – ଓଡ଼ିଶାରେ ରାଜନୈତିକ ଓ ଅଥନୈତିକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାପାଇଁ ଅଭିପ୍ରେତ। କେନ୍ଦ୍ର ଓ ରାଜ୍ୟ ସରକାରକୃତ ଯନ୍ତ୍ରଣାରୁ ଏ ଦେଶବାସୀଙ୍କୁ ମୁକ୍ତିଦେବାପାଇଁ ମାନ୍ୟବର ରାହୁଲ ଗାନ୍ଧୀଜୀ ଯେଉଁ ଯାତ୍ରା ଆରମ୍ଭ କରିଛନ୍ତି ତାହା ଏକାନ୍ତ ଅନୁସରଣୀୟ ଏବଂ ଅନ୍ଧକାରରୁ ମୁକ୍ତିପାଇଁ ଏକମାତ୍ର ରାସ୍ତା। ଆସନ୍ତୁ ଏହି ଯାତ୍ରାରେ ଯୋଗଦେବା ଏବଂ ଆମର ଭବିଷ୍ୟତ ଆମେ ଗଢ଼ିବା, ଦୁର୍ନୀତିଗ୍ରସ୍ତ ଓ କଳଙ୍କିତ ଶାସନରୁ ମୁକ୍ତିପାଇବା।

ଆସନ୍ତା କାଲି ଯଶିପୁର ଠାରୁ ଭାରତ ଯୋଡ଼ ଯାତ୍ରା- ଓଡ଼ିଶାର ୧୨ ତମ ଦିନର କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଜିର କାର୍ଯ୍ୟକ୍ରମରେ ସୁଶ୍ରୀ ସୁଶିଳା ତିରିଆ, ଗଣେଶ୍ୱର ବେହେରା, ମାନସ ଚୌଧୁରୀ, ଭୁଜବଳ ମାଝୀ, ବନ୍ଦିତା ପରିଡ଼ା, ସରସ୍ୱତୀ ହେମ୍ବ୍ରମ, ପ୍ରଦୀପ ରଥ, ଅରବିନ୍ଦ ଦାସ, ଶ୍ୟାମସୁନ୍ଦର ହାଂସଦା, ଶ୍ୟାମଚରଣ ହାଂସଦା, ନିରୋଜ ଲୋଚନ ଦାସ, ପ୍ରଭାସକର ମହାପାତ୍ର, ବିଜନ କୁମାର ଦାସ, ଅଶୋକ କୁମାର ଗିରି, ଜ୍ୟୋତି ପ୍ରକାଶ ରଥ, ବାଙ୍କନିଧି ବେହେରା, ଗୌରୀ ନାୟକ, ପ୍ରକାଶ ଜେନା, ସଂଜୟ ତ୍ରିପାଠୀ, ବିସ୍ମୟ ମହାପାତ୍ର, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଅଜୟ ମହାପାତ୍ର, ସୁବ୍ରତ ମହାପାତ୍ର, ମହମ୍ମଦ ସାହାଦୁଲ୍ଲା, ସୁଶାନ୍ତ ତ୍ରିପାଠୀ, କୈଳାସ ସାହୁ, ବିରେଲ ର୍ସିକା, ସୁବାଷ ପାତ୍ର, ଦୀପକ କୁମାର ମହାପାତ୍ର, ବିଭୁତି ଭୂଷଣ ମହାପାତ୍ର, ନାରାୟଣ ମହାପାତ୍ର, ରାକେଶ ସିଂ, ମୋତିଲାଲ ଦାସ, ଅଂଶୁମାନ ଦାସ, ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ, ପ୍ରଦୀପ ମିଶ୍ର ଓ ବିଜୟ ସିଂ ଉପସ୍ଥିତ ଥିଲେ ବୋଲି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶାର ମିଡ଼ିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.