Home Top News ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଦ୍ରୌପଦୀ ମୁର୍ମୁ, ଜୁନ୍ ୨୫ ରେ ଦାଖଲ କରିପାରନ୍ତି ନାମାଙ୍କନପତ୍ର

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଦ୍ରୌପଦୀ ମୁର୍ମୁ, ଜୁନ୍ ୨୫ ରେ ଦାଖଲ କରିପାରନ୍ତି ନାମାଙ୍କନପତ୍ର

162

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ପୁଣି ଭାରତୀୟ ଜନତା ପାର୍ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଡିଶାର ଆଦିବାସୀ ମହିଳା ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ବିଜେପି ଏବଂ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ପାର୍ଟି ମୁଖ୍ୟାଳୟରେ ଅନେକ ଆଲୋଟନାପରେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କ ନାମ ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ବିଜେପି ସଂସଦୀୟ ଦଳ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ୨୦ ରୁ ଅଧିକ ନାମ ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ଅନ୍ତିମ ନିଷ୍ପତ୍ତି କେବଳ ଦ୍ରୌପଦୀ ମୁର୍ମୁଙ୍କ ନାମରେ ନିଆଯାଇଥିଲା। ଯଦି ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ଏହା ପ୍ରଥମ ଥର ହେବ ଯେ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବେ। ଏହାପୂର୍ବରୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବେ ମୁର୍ମୁଙ୍କ ନାମ ଅଛି।

ଦ୍ରୌପଦୀ ମୁର୍ମୁ ୨୫ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିପାରନ୍ତି। ଏଥିପାଇଁ ବିଜେପି ଦଳର ସମସ୍ତ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀମାନଙ୍କୁ ୨୪ ଓ ୨୫ ଦିନ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟଯେ, ଦ୍ରୌପଦୀ ମୁର୍ମୁ ୬ ବର୍ଷ ଏକ ମାସ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି।

ସାନ୍ତାଳି ସଂପ୍ରଦାୟର ଆଦିବାସୀ ଗୋଷ୍ଠୀ ସମାଜ ସହିତ ଜଡିତ ଦୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁ ସାନ୍ତାଳି ଆଦିବାସୀ ଜନଜାତି ସମାଜର। ଏହି ସମାଜ ପଶ୍ଚିମବଙ୍ଗର ଓଡ଼ିଶା, ଝାଡ଼ଖଣ୍ଡର ସୀମାନ୍ତ ଜିଲ୍ଲାଗୁଡ଼ିକରେ ବ୍ୟାପିଛି। ସ୍ୱାଧୀନତା ପୂର୍ବରୁ ଏହି ସମଗ୍ର ଅଞ୍ଚଳକୁ ସାନ୍ତାଳ ପ୍ରଗଣା କୁହାଯାଉଥିଲା।

ସାନ୍ତାଳି ଭାଷାଭାଷୀ ଲୋକମାନେ ମୁଖ୍ୟତଃ ଭାରତ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ମଣିପୁର, ସିକ୍କିମ୍, ମିଜୋରାମ ତଥା ଚୀନ୍, ନ୍ୟୁଜିଲ୍ୟାଣ୍ଡ, ନେପାଳ, ଭୁଟାନ, ବାଂଲାଦେଶ, ଜାଭା, ସୁମାତ୍ରାରେ ଅଛନ୍ତି।

ରାଷ୍ରପତି ପଦ ପାଇଁ ଦୌପଦୀ ମୁର୍ମୁଙ୍କର ନାମ ଘୋଷଣା ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଟ୍ୱିଟ କରି ଶୁଭେଚ୍ଛା ଜଣେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚ୍ୱିଟରେ ଲେଖିଛନ୍ତିଯେ, “ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ।

ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.