୧୫ ଫୁଟ ତଳକୁ ଖସିଲା କ୍ୟାମ୍ପର, ଡ୍ରାଇଭର ମୃତ

ଯୋଡା- ତା ୨୦/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତକାଲି ରାତି ପ୍ରାୟ ୯ ଟା ସମୟରେ ଜିଲିଙ୍ଗସ୍ଥିତ ଏସେଲ ମାଇନିଙ୍ଗରୁ ବଡବିଲ ଫେରୁଥିବା ବାଟରେ ବାଂଶପାଣୀସ୍ଥିତ ଟୁଲ ଗେଟ ନିକଟରେ ଭାରସାମ୍ୟ ହରାଇ ଏକ କ୍ୟାମ୍ପର ୧୫ ଫୁଟ ରାସ୍ତା ତଳକୁ ଖସିପଡିବା ଫଳରେ ହିରନ୍ୟ ଜେନା ନାମକ ଡ୍ରାଇଭରଙ୍କର କ୍ୟାମ୍ପର ଷ୍ଟିୟରିଙ୍ଗ ଛାତିରେ ବାଜିଥିଲା। କ୍ୟାମ୍ପରଟିରେ ଅନ୍ୟ ଦୁଇ ଜଣ ସହଯୋଗୀ ବିରଞ୍ଚି ସାହୁ ଏବଂ ରାମକୃଷ୍ଣ ସିଂ ଥିବା ବେଳେ ସେମାନେ ମଧ୍ୟ ଆଂଶିକ ଭାବେ ଆଘାତ ପାଇଥିଲେ। ତେବେ ପରିବହନ ଯୋଗୁଁ ରାସ୍ତାଟି ଅତ୍ୟାଧିକ ଜାମ ରହିଥିବା ଫଳରେ ଏକ ଅଟୋ ସାହାଯ୍ୟରେ ସେମାନଙ୍କୁ ଯୋଡାସ୍ଥିତ…

"୧୫ ଫୁଟ ତଳକୁ ଖସିଲା କ୍ୟାମ୍ପର, ଡ୍ରାଇଭର ମୃତ"

ଚମ୍ପୁଆ ବିଧାୟକ ସନାତନଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

ଯୋଡା- ତା ୨୦/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦିନ ଥିଲା ଚମ୍ପୁଆ ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କ ବିନା ଅନୁମୋଦନରେ ଏ ଅଞ୍ଚଳରେ ଡାଳ ପତ୍ର ହଲୁନଥିବା ସାଧାରଣରେ କୁହାଯାଉଥିବା ବେଳେ ଏବେ ତାଙ୍କରି ନିଜ ଘର ଉଚ୍ଚବାଲି ଗ୍ରାମବାସୀମାନେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ଗ୍ରାମବାସୀମାନେ ଯୋଡାସ୍ଥିତ ଯୋଡା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅଭିଯୋଗ କରିଛନ୍ତି ଯେ, ୨୦୧୦ ମସିହାରେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଖୋଲିବା ସମୟରେ ଏହି ଖଣି କମ୍ପାନୀ ଗ୍ରାମବାସୀଙ୍କୁ କର୍ମନିଯୁକ୍ତି, ବିଜୁଳି ଆଲୋକ, ଜଳ ଯୋଗାଣ, ଶିକ୍ଷା, ଡାକ୍ତରି ସୁବିଧା ଯୋଗାଇଦେବା ସହ ପରିବହନ, ରେଳ ବୋଝେଇ…

"ଚମ୍ପୁଆ ବିଧାୟକ ସନାତନଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ"

ଲୁହା ଲଙ୍ଗଳ ଯୋଗାଇବାରେ ଚମ୍ପୁଆ କୃଷି ବିଭାଗ ବିଫଳ – ଏବେବି କାଠ ଲଙ୍ଗଳ ଚାଷୀଙ୍କ ଭରସା

ଚମ୍ପୁଆ (ରଂଜନ ପ୍ରଧାନ /ଓଡିଆ ପୁଅ )ଚାଷୀ କୁଂ ଲୁହା ଲଙ୍ଗଳ ଯୋଗାଇ ବାରେ ଚମ୍ପୁଆ କୃଷି ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି।ଚାଷୀ ଚାଷର ଉନ୍ନତି ନାମରେ ଉଭୟ କେନ୍ଦ୍ର ଓଡ଼ିଶା ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମାତ୍ର ଆବଶ୍ୟକ ବେଳେ ଚାଷୀଙ୍କୁ କୃଷି ଉପକରଣ ଯୋଗାଇ ଦେବା ରେ ବିଫଳ ହେବା ଏହା ଏକ ସଦ୍ୟ ଉଦାହରଣ ପାଲଟିସାରିଛି। ଚଳିତ ବର୍ଷରେ କୃଷି ବିଭାଗର ନିକଟରେ ଦୁଇ ହଜାର ରୁ ଅଧିକ ଚାଷୀ ଲୁହା ଲଙ୍ଗଳ ପାଇଁ ନିଜ ନାମ ପଜିଂକରଣ କରିଥିଲେହେଁ ବିଭାଗ ଦୁଇଟି ପର୍ଯ୍ୟାୟରେ ମାତ୍ର ୫୦୦ ଖଣ୍ଡ ଲଙ୍ଗଳ ଯୋଗାଇ ଦେଇଥିବାବେଳେ ଅନ୍ୟ ଚାଷୀ ହତାଶ ହୋଇ ପଡିଛନ୍ତି। ବକଳ୍ପ…

"ଲୁହା ଲଙ୍ଗଳ ଯୋଗାଇବାରେ ଚମ୍ପୁଆ କୃଷି ବିଭାଗ ବିଫଳ – ଏବେବି କାଠ ଲଙ୍ଗଳ ଚାଷୀଙ୍କ ଭରସା"

ନୋ ହେଲମେଟ ନୋ ପୂଜା

ଘଟଗାଁ, ୧୯.୦୫(ଓଡିଆ ପୁଅ/ ଭବାନୀ ପ୍ରସାଦ)- ସଡକ ସୁରକ୍ଷା ଓ ହେଲମେଟ ପିନ୍ଧି ଗାଡି ଚଳାଇବା ପାଇଁ ସଚେତନତା କରାଇବା ପାଇଁ କେନ୍ଦୁଝର ପୋଲିସ ଓ ମା’ ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ମନ୍ଦିରରେ ବିନା ହେଲମେଟରେ କୌଣସି ଦୁଇଚକିଆ ଗାଡି ପୂଜା ହୋଇପାରିବା ନାହିଁ। ଏହି ପଦକ୍ଷେପକୁ ଆଜି ତାରିଣୀ ମନ୍ଦିରରେ କେନ୍ଦୁଝର ଏସପି ଜୟନାରାୟଣ ପଙ୍କଜ ସୁଭାରମ୍ଭ କରିଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ କଡାକଡି ଭାବେ ପ୍ରଣୟନ କରାଯାଇଛି। ପ୍ରତେକ ଦିନ ମନ୍ଦିରକୁ ଶହ ଶହ…

"ନୋ ହେଲମେଟ ନୋ ପୂଜା"

ମାନସିକ ପୂରଣ ନହେବାରୁ ଜିଭ କାଟିଲେ ଯୁବକ

ଘଟଗାଁ, ୧୯.୦୫(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ମାନସିକ ପୁରଣ ନହେବାରୁ ତାରିଣୀ ମନ୍ଦିର ପରିସରେ ଜଣେ ଯୁବକ ବ୍ଲେଡରେ ନିଜ ଜିଭକୁ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ମନ୍ଦିର କର୍ମଚାରୀ ମାନେ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଛନ୍ତି। ଯୁବକ ଜଣକ ମୟୁରଭଞ ଜିଲ୍ଲା ଠାକୁରମୁଣ୍ଡା ଅଂଚଳର ଦାଶରଥି ଜେନା।

"ମାନସିକ ପୂରଣ ନହେବାରୁ ଜିଭ କାଟିଲେ ଯୁବକ"

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝଠାରେ ଥିବା ଦ୍ୱିତୀୟ କ୍ୟାମ୍ପସକୁ ଉପେକ୍ଷା ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର, ୧୯ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେନ୍ଦୁଝରରେ ଓଡିଆ, ସଂସ୍କୃତ ଓ ଇଂରାଜୀ ବିଭାଗର ଏମ୍ଏ ଓ ଏମ୍ଫିଲ ପାଠ୍ୟକ୍ରମ ଚାଲିଛି। ଦୀର୍ଘ ଦିନର ଦାବିପରେ କେନ୍ଦୁଝରରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ କେନ୍ଦୁଝରରେ ଅସ୍ଥାୟୀଭାବେ ୨୦୧୪ମସିହା ଡିସେମ୍ବର ୧୯ତାରିଖରେ ଆରମ୍ଭ ହୋଇଥିଲା। ପରେ ପରେ ଏହାର ଭିତ୍ତିଭୂମି ଅଭାବରୁ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଏହି ୨ୟ କ୍ୟାମ୍ପସ ଡିଏନ ହାଇସ୍କୁଲ ପରିସରରେ ଚାଲିଛି। ବର୍ତ୍ତମାନ କେନ୍ଦୁଝର ସହର ନିକଟବର୍ତ୍ତୀ ସୁଲେଇଖମାରଠାରେ ଏକାଡେମିକ ବ୍ଲକ, ପ୍ରଶାସନିକ ବିଭାଗ ଏବଂ ଶ୍ରେଣୀ ଗୃହକାମ ଚାଲୁରହିଛି। କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ଉତ୍ତର ଓଡିଶା ବିଶ୍ୱ…

"ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝଠାରେ ଥିବା ଦ୍ୱିତୀୟ କ୍ୟାମ୍ପସକୁ ଉପେକ୍ଷା ନେଇ ବଢୁଛି ଅସନ୍ତୋଷ"

ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି ଦେଇ ୩କୋଟି ଟଙ୍କା ଚାନ୍ଦା ମାଗିବା ଘଟଣାରେ ୩ ଗିରଫ

କେନ୍ଦୁଝର, ୧୮ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଫୁଲଝରଠାରେ ଥିବା ଆର୍ଡେଣ୍ଟ ଷ୍ଟିଲ କାରଖାନା କର୍ତ୍ତୃପକ୍ଷଙ୍କୁ ମାଓବାଦୀଙ୍କ ନାଁରେ ୩କୋଟି ଟଙ୍କା ଚାନ୍ଦା ମାଗିବା ବାବଦରେ ଧମକପୂର୍ଣ୍ଣ ଚିଠିକୁ ନେଇ ଶୁକ୍ରବାର ଦିନ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୧ ତାରିଖ ରାତିରେ ୬/୭ଜଣ ବ୍ୟକ୍ତି ଫୁଲଝରସ୍ଥିତ ଆରଡେଣ୍ଟ ଷ୍ଟିଲ କାରଖାନାକୁ ଆସି କାରଖାନା ଭିତରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଧମକଚମକ ଦେବା ସହ ୨କୋଟି ଟଙ୍କା ଦାବି କରି ମାଓବାଦୀଙ୍କ ନାଁରେ କାରଖାନା…

"ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି ଦେଇ ୩କୋଟି ଟଙ୍କା ଚାନ୍ଦା ମାଗିବା ଘଟଣାରେ ୩ ଗିରଫ"

ଢେଙ୍କିକୋଟରେ ବିଭିନ୍ନ ସ୍ଥାନରେ ସିରିଜ ଚୋରି

ଘଟଗାଁ,୧୮.୫(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରେ ଗତକାଲି ବିଳମ୍ବିତ ରାତିରେ ଚାରିଟି ସ୍ଥାନରୁ ସୁନା ଗହଣା ସହ ମୋବାଇଲ ଓ ଟଙ୍କା ଡକାୟିତି ହୋଇଛି । ଏପକରିକି ଜଣେ ବୃଦ୍ଧାଙ୍କୁ ମାଡ ମାରି ତାଙ୍କ କାନରୁ କାନଫୁଲ ଝଡାଇ ନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଚିଁ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ଅଣଓଡିଆ ଯୁବକକୁ ଅଟକ ରଖି ପଚରାଉଚରା କରୁଛି । ଢେଙ୍କିକୋଟ ଅଂଚଳରେ ବହୁବାର ଏଭଳି ଚୋରି ଘଟଣା ପୂର୍ବରୁ ହେବା ମଧ୍ୟ ନଜିର ରହିଛି ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ସ୍ଥାନୀୟଲୋକେ ପ୍ରଶ୍ନକରିବା ସହ ରାତିରେ ପୋଲିସ…

"ଢେଙ୍କିକୋଟରେ ବିଭିନ୍ନ ସ୍ଥାନରେ ସିରିଜ ଚୋରି"

ଟ୍ରକ ମାଲିକଙ୍କୁ ଲୁଟୁଛି ଠିକା ସଂସ୍ଥା, ପ୍ରତିଶ୍ରୁତି ପରେ ଟ୍ରକ ମାଲିକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଯୋଡା- ତା ୧୮/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡାସ୍ଥିତ ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ)ର ଆନ୍ଦୋଳନ ଆଜି ଅପରାହ୍ନରେ ପ୍ରତ୍ୟାହୃତ ହେଇଥିବା ଜଣାପଡିଛି। କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ହେବା ସହିତ ପରିବହନ ଦରକୁ ୫ ବର୍ଷ ହେଲା ସ୍ଥିର ରଖାଯିବା ଫଳରେ ଟ୍ରକ ମାଲିକ ମାନେ ଅନେକ କ୍ଷତିର ସମ୍ମୁଖିନ ହେଉଛନ୍ତି। ଋଣ କରି ଟ୍ରକ କିଣିଥିବା ମାଲିକମାନେ ଋଣ ପରିଷୋଧ କରିନପାରି ସେମାନଙ୍କ ଟ୍ରକକୁ ଅର୍ଥନୈତିକ ସଂସ୍ଥା ଛଡେଇ ନେଉଛି। ତେଣୁ ପରିବହନ ଦର ବୃଦ୍ଧି କରିବା ନିମନ୍ତେ ସଂଘ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ମା କୁଆଁରି ପରିବହନ ଠିକା ସଂସ୍ଥା…

"ଟ୍ରକ ମାଲିକଙ୍କୁ ଲୁଟୁଛି ଠିକା ସଂସ୍ଥା, ପ୍ରତିଶ୍ରୁତି ପରେ ଟ୍ରକ ମାଲିକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ"

କେନ୍ଦୁଝର ଜିଲ୍ଲାରୁ ଲୋପ ପାଉଛି ଆମ୍ବତୋଟା

ଘଟଗାଁ, ୧୮.୦୫(ଓଡିଆ ପୁଅ/ ଭବାନୀ ପ୍ରସାଦ)- ଦିନକୁ ଦିନ ଲୋପ ପାଉଛି ଆମ୍ବତୋଟା ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ଶହ ଶହ ଆମ୍ବତୋଟା ଥିଲା। ଏହି ଆମ୍ବତୋଟା ସଂସ୍କୃତି ଗ୍ରାମାଚଂଳରେ ଅଧିକ ଦୃଷ୍ଟି ଗୋଚର ହେଉଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳି ଗଲାଣି ଜିଲ୍ଲାରେ ଥିବା ଅନେକ ଆମ୍ବତୋଟା ବିଲୁପ୍ତ ହୋଇଗଲାଣି। ନୂତନ ଆମ୍ବତୋଟାର ଶୃଷ୍ଟି ଆଦୌ ହେଉନଥିବା ବେଳେ ପୂରୁଣା ଆମ୍ବତୋଟାର ପୁନାରୁଦ୍ଧାର ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। ପୂର୍ବରୁ ଆମ୍ବ ତୋଟା ଗୁଡିକ ସଂମ୍ପୃକ୍ତ ଅଂଚଳର ଲୋକଙ୍କ ପାଇଁ ଆମୋଦ ପ୍ରମୋଦର ପ୍ରମୁଖ ସ୍ଥଳି ଥିଲା। ଏହାର ରକ୍ଷଣ ବେକ୍ଷଣ ଦାୟିତ୍ୱ ଗ୍ରାମବାସୀ ନେଉଥିଲେ। ଏଠାରେ ଫଳୁଥିବା ଆମ୍ବକୁ ଗ୍ରାମବାସୀ ସଂଗ୍ରହ କରି ଆଚାର,…

"କେନ୍ଦୁଝର ଜିଲ୍ଲାରୁ ଲୋପ ପାଉଛି ଆମ୍ବତୋଟା"