Home ଓଡ଼ିଶା ଡିଜିଟାଲ ସାକ୍ଷରତାର ବିକାଶ ନିମନ୍ତେ ‘ବିକଳ୍ପ ଶିକ୍ଷା ପ୍ରକଳ୍ପ’ର ଶୁଭାରମ୍ଭ

ଡିଜିଟାଲ ସାକ୍ଷରତାର ବିକାଶ ନିମନ୍ତେ ‘ବିକଳ୍ପ ଶିକ୍ଷା ପ୍ରକଳ୍ପ’ର ଶୁଭାରମ୍ଭ

23

କେନ୍ଦୁଝର, ୭ ସେପ୍ଟେମ୍ବର (ଓଡ଼ିଆ ପୁଅ) : ବିଦ୍ୟାଳୟ ଜୀବନ ପ୍ରାରମ୍ଭରୁ ଛାତ୍ରଛାତ୍ରୀମାନଙ୍କର ଡିଜିଟାଲ ସାକ୍ଷରତାର ବିକାଶ ଲକ୍ଷ୍ୟ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ଦରବାର ହଲ୍‌ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀଙ୍କ ସଦୟ ଉପସ୍ଥିତିରେ ‘ବିକଳ୍ପ ଶିକ୍ଷା ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କାମଥ, ଅକ୍ଷର ଫାଉଣ୍ଡେସନ୍‌ର ରାଜ୍ୟ ମୁଖ୍ୟ ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶକ (ଗୁଣବତ୍ତା) ଶ୍ରୀଯୁକ୍ତ ପ୍ରଶାନ୍ତ ସ୍ୱାଇଁ ଏବଂ କେନ୍ଦୁଝର ଜିଲ୍ଲାପାଳ ପ୍ରମୁଖ ମଧ୍ୟ ଏହି ଶୁଭାରମ୍ଭ ଅବସରରେ ଉପସ୍ଥିତ ଥିଲେ।

ପ୍ରାଥମିକ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ଏବଂ ଶିକ୍ଷଣରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ଅନ୍ତର୍ଭୂକ୍ତୀକରଣ ଓ ଅନ୍ତର୍ନିବେଶ ହେଉଛି ବିକଳ୍ପ ଶିକ୍ଷା ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ଶିକ୍ଷଣୀୟ ଫଳାଫଳରେ ଉନ୍ନତି ଆଣି ପ୍ରାଥମିକ ସ୍ତରରେ ଆଇଟି ଶିକ୍ଷାର ବ୍ୟବହାର ଏବଂ ଛାତ୍ରଛାତ୍ରୀଙ୍କର ବିକାଶରେ ଏହାର ଉପାଦେୟ ଅଭ୍ୟାସକୁ ପ୍ରସାର କରିଥାଏ।

ପାଇଲଟ ପ୍ରକଳ୍ପ ଆଧାରରେ ଏହି ପଦକ୍ଷେପକୁ ପ୍ରଥମ ଥର ପାଇଁ ସଦର ଏବଂ ବାଂଶପାଳ ବ୍ଲକ୍‌ର ୨୦ଟି ବିଦ୍ୟାଳୟରେ ଲାଗୁ କରାଯିବାର ଯୋଜନା ରହିଛି। କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନର ଏତାଦୃଶ ଅଭିନବ ପ୍ରକଳ୍ପକୁ ସହାୟତା ପ୍ରଦାନ କରାଯାଉଛି। ଏହି ପଦକ୍ଷେପ ଚତୁର୍ଥ ଏବଂ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସଫଳତା ସର୍ବେକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.