Home ଓଡ଼ିଶା ଯୋଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ ୪ ଗୁରୁତର

ଯୋଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ ୪ ଗୁରୁତର

53

ଯୋଡା, ୧ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ୫୨୦ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏଠାରେ ସଡକ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଦୈନିକ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଏବଂ କ୍ଷୟ କ୍ଷତିର ଖବର ହସ୍ତଗତ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି। ବାସୁଦେବପୁର ବୈତରଣୀ ନଦୀ ଉପରେ ନିର୍ମାଣଧିନ ସେତୁ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଅଞ୍ଚଳୀ ମହାକୁଡ ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଅଞ୍ଜଳୀ ମହାକୁଡ ତାଙ୍କ ସ୍ୱାମୀ ଜ୍ୟୋତିରଞ୍ଜନ ଖିଲାର, ଅଞ୍ଜଳୀଙ୍କ ମା’ ଲବଙ୍ଗ ମହାକୁଡ, ଅଞ୍ଜଳୀଙ୍କ ୩ ବର୍ଷର ପୁଅ ମୋହିତ ଖିଲାର, ୧୫ ବର୍ଷର ପୁଅ ସ୍ନେହାଶିଷ ଖିଲାର ଏବଂ ଜ୍ୟୋରିରଞ୍ଜନଙ୍କ ମା’ ଦେବକୀ ଖିଲାର ୩ ବର୍ଷର ପୁଅ ମୋହିତର ଚୁଟି ପକାଇବା ପାଇଁ ଏକ ସ୍କର୍ପିଓ ଯୋଗେ ଘଟଗାଁ ତାରିଣୀଙ୍କ ପାଖକୁ ଯାଇ ସେଠାରୁ ଚୁଟି ପକାଇ ଫେରିବା ସମୟରେ ଏହି ସେତୁ ନିର୍ମାଣ ନିକଟରେ ଠିଆ ହୋଇଥିବା ଏକ ରୋଡ ରୋଲରକୁ ସ୍କର୍ପିଓଟି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ, ସ୍କର୍ପିଓରେ ଲାଗିଥିବା ବେଲୁନ ଗୁଡିକ ବାହାରକୁ ବାହାରିଯାଇଥିବା ଯୋଗୁଁ ସାମନାରେ ବସିଥିବା ଯାତ୍ରୀମାନେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ଅଞ୍ଜଳୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ରୋଡ ରୋଲରଟିକୁ ଘଟଣାସ୍ଥଳରୁ ହଟାଇଦିଆଯାଇଥିବା ଦେଖିବାକୁ ମିଳିଛି। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ପଠାଇବା ସହ ମୃତକ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.