Home Top News ଦୁଇ ହାତୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ବନ ବିଭାଗ

ଦୁଇ ହାତୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ବନ ବିଭାଗ

27

କେନ୍ଦୁଝର ୩୦-୮ (ଓଡ଼ିଆ ପୁଅ/ଚଣ୍ଡୀ ପ୍ରସାଦ ପଟ୍ଟନାୟକ) ସଦର ରେଞ୍ଜର ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଷରରେ ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ ଘଟଣାରେ ଆକ୍ସନ ମୋଡ଼ରେ ବନ ବିଭାଗ। ହାତୀ ମୃତ୍ୟୁ ପାଇଁ କାର୍ଯ୍ୟରେ ଅବହେଳା ଯୋଗୁଁ ଆରସିସିଏଫ ଅରୁଣ କୁମାର ମିଶ୍ର ଫରେଷ୍ଟର ଓ ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକଙ୍କୁ ନିଲମ୍ବନ କରିଛନ୍ତି ଓ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ମାସ ୨୫ ତାରିଖ ଭୋର ସମୟରେ ୯ ଟିକିଆ ଏକ ହାତୀ ପଲ (ଯେଉଁଥିରେ ୫ଟି ମାଈ, ୨ଟି ଦନ୍ତା ଓ ୨ଟି ଛୁଆ ହାତୀ ଥିଲେ) ଭୋକ ବିକଳରେ ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ପରିସରକୁ ପଶିଆସି ଡାଳ, ପତ୍ର ଓ ଲଟା ଖାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ୨ଟି ମାଈଙ୍କର ଅତିଦୟନୀୟ ଅବସ୍ଥାରେ ମୃତ୍ୟୁ ଘଟିଥିଲା ଓ ତା ମଧ୍ୟରୁ ଏକ ହାତୀ ମଧ୍ୟ ଗର୍ଭବତୀ ଥିଲା।

ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗର RCCF, ଶକ୍ତି ବିଭାଗର SE ଙ୍କ ସହ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ଓ ପ୍ରାଥମିକ ତଦନ୍ତ ରୁ RCCF ଜାଣିବାକୁ ପାଇଛନ୍ତି ଯେ, ବିଦ୍ୟୁତ ତାର ୨.୪ ମିଟର ଉଚ୍ଚତାରେ ଥିଲା ଯାହାକି ସାଧାରଣ ଉଚ୍ଚତା ଠାରୁ କମ ଉଚ୍ଚତାରେ ଥିବା ସହ ତାର କେବୁଲିଂ ହୋଇ ନଥିବାରୁ ଓ ବିଦ୍ୟୁତ ଫ୍ୟୁଜ ନ ଉଡ଼ିବାରୁ ହାତୀଙ୍କର ମୃତ୍ୟୁ ହୋଇଥିଲା ବୋଲି RCCF ଜାଣିବାକୁ ପାଇଥିଲେ ଏପରିକି ହାତୀ ନିରୀକ୍ଷଣ ଦାୟିତ୍ଵରେ ଥିବା ବନ ବିଭାଗର କର୍ମଚାରୀମାନେ ମଧ୍ୟ ବିଦ୍ୟୁତ ବିଭାଗକୁ ହାତୀ ଉପସ୍ଥିତ ଥିବା ବିଷୟରେ ସୂଚନା ଦେଇନଥିଲେ।

ସେପଟେ ବିଦ୍ୟୁତ ବିଭାଗର SE ତାର ଖୋଲା ଥିବା ଯୋଗୁ ହାତୀଙ୍କର ମୃତ୍ୟୁ ହୋଇଥିବା କଥାକୁ ସ୍ୱୀକାର ମଧ୍ୟ କରିଥିଲେ। ଯାହା ବି ହେଉ ଉଭୟ ବିଭାଗର ସମନ୍ଵୟ ଆଭାବରୁ ନୀରିହ ହାତୀଙ୍କର ଜୀବନ ଯାଉଥିବା ଲୋକେ ଅଭିଯୋଗ କରିଥିଲେ। ଯଦି ଆମେ ୨୦୧୦/୧୧ ବର୍ଷରୁ ଆଜି ଯାଏ ତଥ୍ୟ ଦେଖିବା ତେବେ ବିଭିନ୍ନ କାରଣରୁ କେନ୍ଦୁଝରରେ ୬୬ ଟି ହାତୀ ମରିଥିବା ବେଳେ ବିଦ୍ୟତ ଆଘାତରେ ୧୫ ଟି ହାତୀ ମୃତ୍ୟୁ ବରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.