Home କେନ୍ଦୁଝର ଯୋଡ଼ା : ରାଜ୍ୟ ସ୍ଥରୀୟ କ୍ୟାରମ ଚମ୍ପିଆନସିପ୍ ଉଦ୍‌ଯାପିତ

ଯୋଡ଼ା : ରାଜ୍ୟ ସ୍ଥରୀୟ କ୍ୟାରମ ଚମ୍ପିଆନସିପ୍ ଉଦ୍‌ଯାପିତ

24

ଯୋଡ଼ା, ୫ା୯ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡ଼ା ଠାରେ ସ୍ୱର୍ଗତ ସଞ୍ଜିବ୍ କୁମାର ସେନଗୁପ୍ତା ଓ ଏନ୍‌ଭିଭିକେ ରାଓ ସ୍ମାରକି ରାଜ୍ୟ ସ୍ଥରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗିଲ ସମ୍ପିଆନସିପ୍‌ରେ ଜଟଣିର ଭି. ଆକାଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱରର ଜେ.ପି. ଦାଶ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଭେଟେରାନ ସିଙ୍ଗଲ୍ସରେ କଟକର ନିହାର ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱରର ସୁନିଲ ପଟ୍ଟନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଡବଲ ଚମ୍ପିଆନସିପ୍‌ର ପ୍ରଥମ ସେମିଫାଇନାଲରେ ଜଟଣିର ଭି. ଆକାଶ ଓ ଭିମାୟାଙ୍କ ସହିତ କଟକର ସୁଶାନ୍ତ ବନମାଳିଙ୍କ ମଧ୍ୟରେ ଚିତିକର୍ଷକ ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଭୁବନେଶ୍ୱରର ଏସ୍‌.ଆର. ସାମନ୍ତରାୟ ଏବଂ ତ୍ରିନାଥ ବେହେରାଙ୍କ ସହିତ କଟକର ଦିପକ ଏବଂ ନିହାରଙ୍କ ମଧ୍ୟରେ ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା। ଫାଇନାଲ ଡବଲ ଚମ୍ପିଆନସିପ୍‌ରେ ଜଟଣିର ଭି. ଆକାଶ ଓ ଭିମାୟାଙ୍କ ସହିତ ଭୁବନେଶ୍ୱରର ଏସ୍‌.ଆର. ସାମନ୍ତରାୟ ଏବଂ ତ୍ରିନାଥ ବେହେରା ଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲେ। ଶେଷରେ ଜଟଣିର ଭି.ଆକାଶ ଓ ଭିମାୟା ବିଜୟ ହାସଲ କରିଥିଲେ। ଯୋଡା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଅଲ ଓଡିଶା ଓପନ କ୍ୟାରମ ଚମ୍ପିଆନସିପ୍‌ରେ ୧୩୦ଜଣ ବଛା ବଛା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ କଟକ, ପୁରୀ, ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ, ଯାଜପୁର, ଅନୁଗୁଳ, ଜଗତସିଂହପୁର, ମୟୁରଭଞ୍ଜ, ସୁନ୍ଦରଗଡ, ଜଟଣି, ଖୋର୍ଦ୍ଧା, କେନ୍ଦୁଝର ଓ ମୟୁରଭଞ୍ଜ ପ୍ରଭୁତି ଜିଲାରୁ ଖେଳାଳିମାନେ ଯୋଗଦେଇ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟଟିରେ ଆନ୍ତଃର୍ଜାତିୟ ସ୍ଥରର ଖେଳାଳୀ ଭି. ଆକାଶ, ଜେ.ପି. ଦାସ ସମେତ ଜାତୀୟ ସ୍ଥରର ଖେଳାଳୀ ତ୍ରୀନାଥ ବେହେରା, କେ.ଭେ. ମାୟା, ଜିତୁ ରାଉତରାୟ, ସିପୁ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏହି ଟୁର୍ଣ୍ଣାମେଣ୍ଟଟି କେନ୍ଦୁଝର ଜିଲା କ୍ୟାରମ ଆସୋସିଏସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏହାର ସଭାପତି ଶ୍ରିନି ସାହୁ, ସମ୍ପାଦକ ହେମନ୍ତ ପାତ୍ର, ସଦସ୍ୟ ବବି ରାଏ, ସୁବାଷ ସେନଗୁପ୍ତା ପ୍ରମୁଖ ଯୋଗଦେଇ ତିନି ଦିନ ଧରି ଏହି ଚମ୍ପିଆନସିପ୍‌କୁ ସୁଚାରୁ ପରିଚାଳନା କରିଥିଲେ। ଉଦ୍‌ଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଡା ଟାଟା ଷ୍ଟିଲ ମୁଖ୍ୟ ସରୋଜ ବାନାର୍ଜୀ, ସମ୍ମାନୀୟ ଅତିଥି ଭାବେ ଟାଟା ଷ୍ଟିଲ ମାନବ ସମ୍ବଳ ଅଧିକାରୀ ଚନ୍ଦନ ମିଶ୍ର, ଟାଟା ଷ୍ଟିଲ ଅଧିକାରୀ ବିନୋଦ କୁମାର ଏବଂ ଯୋଡା ଇଷ୍ଟ ମଜଦୁର ୟୁନିଅନର ସମ୍ପାଦକ ରଣଜିତ୍ କୁମାର ଦାସ ଯୋଗଦେଇଥିଲେ। ଏହି ଖେଳଟିକୁ ଚିଫ୍ ରେଫରି ଓଏସ୍‌ସିଏ ସୁନିଲ ପଟ୍ଟନାୟକ, ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ରବୀନ୍ଦ୍ରନାଥ ଓଝା ଏବଂ ଅନ୍ୟମାନେ ସୁପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.