Home ଓଡ଼ିଶା କେନ୍ଦୁଝର ସଦର ରେଞ୍ଜର ଗୋପାଳପୁର ଗାଁ କୁ ଧସେଇ ପଶିଲେ ଏଗାର ଟିକିଆ ବଣୁଆ ହାତୀ...

କେନ୍ଦୁଝର ସଦର ରେଞ୍ଜର ଗୋପାଳପୁର ଗାଁ କୁ ଧସେଇ ପଶିଲେ ଏଗାର ଟିକିଆ ବଣୁଆ ହାତୀ ପଲ

76

କେନ୍ଦୁଝର ୧-୯ (ଓଡ଼ିଆ ପୁଅ/ଚଣ୍ଡୀ ପ୍ରସାଦ ପଟ୍ଟନାୟକ) କେନ୍ଦୁଝର ସଦର ରେଞ୍ଜର ଗୋପାଳପୁର ଗାଁ କୁ ଧସେଇ ପଶିଲେ ଏଗାର ଟିକିଆ ବଣୁଆ ହାତୀ ପଲ। ସଦର ରେଞ୍ଜର ନରଣପୁର ପରେଷ୍ଟ ବିଟ ଅଞ୍ଚଳରେ ଗତ କିଛି ଦିନ ହେବ ଏକ ୧୮ ଟିକିଆ ବଣୁଆ ହାତୀ ପଲ ଡେରା ପକାଇ ବଡପଶି, ଗୋବିନ୍ଦପୁର, ନେଙ୍କଡ଼ାଘର, ଗୋପାଳପୁର ଆଦି ବିଭିନ୍ନ ଗାଁ ରେ କି ଦିନ କି ରାତି କୌଣସି ସମୟରେ ବି ପଶି ଆସି ଚାଷ ଜିନିଷ ଖାଇଯିବା ସହ ପାଦରେ ଦଳି ଚକଟି ନଷ୍ଟ କରି ପକାଉଛନ୍ତି। ଆଜି ସକାଳୁ ସକାଳୁ ଏହି ହାତୀ ପଲରୁ ୭ ଟି ହାତୀ ଅଲଗା ହୋଇ ଜାତୀୟ ରାଜପଥ ପାର ହୋଇ ବଡପଶି ଗାଁ ଆଡେ ଚାଲିଯାଇଥିବା ବେଳେ ୧୧ ଟି ହାତୀ ଗୋପାଳପୁର ପୋଲ ନିକଟରେ ରହିଯାଇଛନ୍ତି। ଏହି ୧୧ ଟି ହାତୀ ପଲରେ ଛ ଟି ମାଈ, ତିନୋଟି ଦନ୍ତା ଓ ଦୁଇଟି ଛୁଆ ରହିଛନ୍ତି। କାଳେ ଏହି ହାତୀ ପଲ କୌଣସି ଗାଁ ଆଡ଼େ ମାଡ଼ିଯିବେ ତେଣୁ ଏକାଧିକ ଗାଁ ଲୋକେ ହାତୀଙ୍କ ଚାରିପଟେ ହଜାର ହଜାର ସଂଖ୍ୟାରେ ଜମି ରହି ଥିବାରୁ ହାତୀ ପଲ ଏଠାରୁ ଅନ୍ୟତ୍ର ଯାଇପାରୁ ନାହାଁନ୍ତି। ଲୋକେ ହାତୀଙ୍କୁ ଟେକା ପଥର ମାରି ତଡିବାକୁ ଚେଷ୍ଟା କରିବା ବେଳେ ହାତୀ ମଧ୍ୟ ଲୋକଙ୍କୁ ମାରିବାକୁ ଗୋଡ଼ାଉଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଉପରେ ନିଜର ରଖାଯାଇଥିବା ବେଳେ ହାତୀଙ୍କୁ ଉତ୍ୟକ୍ତ ନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.