Home କେନ୍ଦୁଝର ଯୋଡ଼ା : ଗୁରୁଦିବସ ଅବସରରେ ରୋଟାରୀ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଯୋଡ଼ା : ଗୁରୁଦିବସ ଅବସରରେ ରୋଟାରୀ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

29

ଯୋଡା, ୫ା୯ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡ଼ା ରୋଟାରୀ କ୍ଲବ ପକ୍ଷରୁ ଗୁରୁ ଦିବସ ଅବସରରେ ୨ଜଣ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ବଳିଷ୍ଠ ଯୋଗଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି। ଯୋଡ଼ା ପୌରାଞ୍ଚଳର ସହରତଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥିତ ଖୁଣ୍ଟପାଣି ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ଧରି ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ରୋଟାରୀ କ୍ଲବ ପକ୍ଷରୁ ଏହାକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରାଯାଇ ବିଦ୍ୟାଳୟରେ ଥିବା ଅସୁବିଧା ଗୁଡିକର ସମାଧାନ କରାଯିବା ସହିତ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରଚେଷ୍ଟା ଚଳାଇଆସିଛି। ଏହି ଗୁରୁ ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଓ ସହାୟକ ଶିକ୍ଷକ ମାର୍ସାଲ କ୍ୟାଣ୍ଡେଲକେଲଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଉତ୍ସର୍ଗିକୃତ ମନଭାବ, ନିଷ୍ଠାପର ଉଦ୍ୟମ ଯୋଗୁଁ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଚାଦର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ, ଗୁରୁ ପୂଜାର ମାହାତ୍ମ୍ୟ ସମ୍ପର୍କରେ ରୋଟାରୀ କ୍ଲବ ପକ୍ଷରୁ ଛାତ୍ର-ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ସମସ୍ତ ଛାତ୍ର, ଛାତ୍ରୀଙ୍କୁ କ୍ଲବ ପକ୍ଷରୁ ମିଷ୍ଠାନ୍ନ ବଣ୍ଟନ କରାଯାଇ ଗୁରୁଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରୀଆନ ତାରିଣୀ ପ୍ରସାଦ ମହନ୍ତି, କ୍ଲବର ସମ୍ପାଦକ ରୋଟାରୀଆନ ଦିପକ ବିହାରୀ, ବିକାଶ ରଞ୍ଜନ ମହାନ୍ତି, ଜିତେନ୍ଦ୍ର କୁମାର ବୈଦ୍ୟ, ସ୍ୱରୁପ ପଣ୍ଡା, ପଦ୍ମଚରଣ ବେହେରା, ଶିବ ପ୍ରସାଦ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.