Home ଓଡ଼ିଶା ଯୋଡା : ମହାଦେବଙ୍କ ଗୋବର ଖାତରେ ଗଳିପଡିଲେ ୩ ବୃଷବ, ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ...

ଯୋଡା : ମହାଦେବଙ୍କ ଗୋବର ଖାତରେ ଗଳିପଡିଲେ ୩ ବୃଷବ, ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ ନାକେଦମ

61

ଯୋଡା, ୨ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଯୋଡା ପୌରାଞ୍ଚଳର ଅନ୍ତର୍ଗତ ଆଜାଦବସ୍ତିର ମହାଦେବ ରାଉତଙ୍କ ଘର ନିକଟରେ ଥିବା ଏକ ଗୋପର ଖାତରେ ତିନୋଟି ଷଣ୍ଢ ଲଢେଇ କରୁଥିବା ସମୟରେ ଗଳିପଡିଥିଲେ। ତେବେ ସ୍ଥାନୀୟ ବସ୍ତି ବାସିନ୍ଦା ଏହି ଷଣ୍ଡ ତିନୋଟିକୁ ଉଦ୍ଧାର କରିବା ପାଇଁ ରାତି ସାରା ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିପାରିନଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏହି ତିନୋଟି ଷଣ୍ଢକୁ ଉଦ୍ଧାର କରିବା ପାଇଁ ନାକେଦମ ହୋଇପଡିଥିଲା। ଶେଷରେ ଏହି ତିନୋଟି ଷଣ୍ଢ ଉଦ୍ଧାର ହୋଇପାରିଥିଲେ। ଏହି ଘଟଣାଟିକୁ ନେଇ ସମଗ୍ର ବସ୍ତି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପୂର୍ବରୁ ମହାଦେବ ରାଉତଙ୍କର ଏହି ଗୋବର ଖାତରେ ଦୁଇଟି ଗାଈ-ବାଛୁରୀ ଗଳି ପଡିଥିବା ବେଳେ ସେମାନଙ୍କୁ ଖୁବ କଷ୍ଟରେ ଉଦ୍ଧାର କରାଯାଇଥିଲା। ବାରମ୍ବାର ଏହି ଖାତ ଯୋଗୁଁ ଦୁର୍ଘଟଣା ଘଟୁଥିବା ବେଳେ ସ୍ଥାନୀୟ ଲୋକେ ଖାତଟିକୁ ତୁରନ୍ତ ବନ୍ଦ କରିବା ପାଇଁ ସ୍ଥାନୀୟ କାଉନସିଲରଙ୍କ ମାଧ୍ୟମରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.