ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଏଭରେଷ୍ଟ ଆରୋହଣ କରିଥିବା ସ୍ୱର୍ଣ୍ଣଲତା ଦଳାଇଙ୍କୁ ସମ୍ବର୍ଦ୍ଧନା

ଯାଜପୁର-୨୦/୬(ଓଡିଆ ପୁଅ/ଏ.ରାଉତ) ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ଜଗଡିହ ଗ୍ରାମର କୁମାରୀ ସ୍ୱର୍ଣ୍ଣଲତା ଦଳାଇଙ୍କୁ ଟାଟା ଷ୍ଟିଲ କଳିଙ୍ଗନଗରପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଟାଟା ଷ୍ଟିଲ କଳିଙ୍ଗନଗରଠାରେ ଆୟୋଜିତ ଏକ ଉତ୍ସବରେ ଟାଟା ଷ୍ଟିଲ କଳିଙ୍ଗନଗରର କର୍ପୋରେଟ୍ ସେବା ବିଭାଗର ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ମଲ୍ଲିକ, ୟୁଟିଲିଟି ବିଭାଗର ମୁଖ୍ୟ ଶ୍ରୀ ପ୍ରସେନଜିତ ସରକାର ଓ ବୈଜ୍ଞାନିକ ସେବା ବିଭାଗର ମୁଖ୍ୟ ୍ଡକ୍ଟର ସନ୍ଦିପ ଭଟ୍ଟାଚା୍ରର୍ଯ୍ୟ ପ୍ରମୁଖ ସ୍ୱର୍ଣ୍ଣଲତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପର୍ବତାରୋହଣ ଦକ୍ଷତା ପାଇଁ ଅନ୍ୟ ଦୁଇ ପ୍ରତିଭା ଝୁମ୍ପାଣ ଗ୍ରାମର ଦେବାଶିଷ ମହନ୍ତ ଓ କୁମ୍ଭୀରଗାଡ଼ିଆ ଗ୍ରାମର ସତ୍ୟବ୍ରତ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଫଳତା ହାସଲ କରିବାରେ ଏହି…

"ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଏଭରେଷ୍ଟ ଆରୋହଣ କରିଥିବା ସ୍ୱର୍ଣ୍ଣଲତା ଦଳାଇଙ୍କୁ ସମ୍ବର୍ଦ୍ଧନା"

କଳିଙ୍ଗନଗର ଶିଳ୍ପାଚଂଳ ପରିବହନରେ ଜିଲା ଟ୍ରକ ଗୁଡିକୁ ଉପେକ୍ଷା;ଏହାର ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲା ଟ୍ରକ ମାଲିକ ସଂଘ

ଯାଜପୁର-୨୦/୬(ଓଡିଆ ପୁଅ/ଏ.ରାଉତ) କଳିଙ୍ଗନଗରରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗୁଡିକ ଜିଲାର ଟ୍ରକ ମାଲିକମାନଙ୍କୁ ମାଲ ପରିବହନରେ ସୂଯୋଗ ଦେଉନଥିବାରୁ ଏହାର ପ୍ରତିବାଦରେ ବିଭିନ୍ନ ଟ୍ରକ ଆସୋସିଏସନର କର୍ମକର୍ତା ମାନେ ଆଜି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ଭେଟି ଜିଲାର ଟ୍ରକ ଗୁଡିକୁ ମାଲ ପରିବହନ କରିବାକୁ ସୁଯୋଗ ଦେବାକୁ ଦାବି ଜଣାଇଛନ୍ତି। ଯାଜପୁର ଜିଲାରେ କଳିଙ୍ଗନଗର ଶିଳ୍ପାଚଂଳ ସ୍ଥାପିତ ହୋଇଛି। ଏହି ଶିଳ୍ପାଚଂଳ ବର୍ତମାନ ସମୟରେ କେବଳ ଜିଲା କିମ୍ବା ରାଜ୍ୟର ନୁହେଁ ଏସିଆ ମହାଦେଶର ପ୍ରମୁଖ ଶିଳ୍ପ ନଗରୀର ମାନ୍ୟତା ପାଇଛି। କଳିଙ୍ଗ ନଗରରେ ଗଢି ଉଠିଛି ୧୨ଟି ଶିଳ୍ପାନୁଷ୍ଠାନ। ବିଭିନ୍ନ କାରଣକୁ ନେଇ ଜନସାଧାରଣ ପ୍ରଥମ ପର୍ଯ୍ୟାୟରେ ଏହି ଶିଳ୍ପାନୁଷ୍ଠାନକୁ ବିରୋଧ…

"କଳିଙ୍ଗନଗର ଶିଳ୍ପାଚଂଳ ପରିବହନରେ ଜିଲା ଟ୍ରକ ଗୁଡିକୁ ଉପେକ୍ଷା;ଏହାର ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲା ଟ୍ରକ ମାଲିକ ସଂଘ"

ବର୍ଷା ବଦଳରେ ଆକାଶରୁ ଅଗ୍ନି ବର୍ଷା ; ଜିଲାବାସୀ ଡ଼ହଳବିକଳ

ଯାଜପୁର-୨୧/୬(ଓଡିଆ ପୁଅ/ଏ.ରାଉତ) ସକାଳ ୮ଟାରୁ ଆରମ୍ଭ ହୋଇ ଯାଉଛି ଖରା । ପ୍ରବଳ ଗରମ ଓ ଗୁଳୁଗୁଳିରେ ଘରେ ରହିବା ଅସମ୍ଭବ ହେଉଥିଲାବେଳେ ବାହାରକୁ ବାହାରିବା କଥା ଚିନ୍ତା କଲାବେଳକୁ ମନରେ ଭୟ ଆସୁଛି । ଦିନ ଯେତିକି ବଢୁଛି ତାତିର ପ୍ରକୋପ ସେତିକି ବଢିବଢି ଚାଲିଛି । ପ୍ରବଳ ଖରା ସହିତ ଗରମ ପବନ ପରିସ୍ଥିତିକୁ ଆହୁରି ବେହାଲ କରି ଦେଉଛି । ପ୍ରବଳ ଖରା ଓ ଗରମ ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ଲଗାତାର ୫ ଦିନ ହେଲା ଲାଗି ରହିଥିବା ତାତି କମିବାରେ କୈାଣସି ଆଭାସ ଦେଖାଯାଉନଥିଲାବେଳେ ସ୍ଥିତି ଦିନକୁଦିନ ବିଗିଡି ଯାଉଛି । ରାସ୍ତା ଘାଟ ଦିନ ୧୧ଟା…

"ବର୍ଷା ବଦଳରେ ଆକାଶରୁ ଅଗ୍ନି ବର୍ଷା ; ଜିଲାବାସୀ ଡ଼ହଳବିକଳ"

ମୌସୁମୀ ଲୁଚକାଳି ଖେଳ; କ୍ଷେତରେ ଧାନ ଗଜା ମରୁଡ଼ି ଆଶଙ୍କା, ଚିନ୍ତାରେ ଚାଷୀ

ଯାଜପୁର -୨୧/୬(ଓଡିଆ ପୁଅ/ଏ.ରାଉତ) – ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ଜଣାପଡ଼ିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଲା ବୋଲି ପାଣିପାଗ ବିଭାଗ ଘୋଷଣା କରିବା ଏହ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା। ମୌସୁମୀ ଖୁବ୍ ଶୀଘ୍ର ଓ ଠିକଣା ସମୟରେ ଆସିଥିବା ନେଇ ଚାଷୀକୂଳ ଉତ୍ସାହିତ ହୋଇପଡ଼ିଥିଲେ। ଆଗକୁ ରଜପର୍ବ ଥିବାରୁ ଜିଲାର କେତେକ ଚାଷୀ କ୍ଷେତରେ ହଳକରି ଧାନ ବିହନ ବୁଣିଥିଲେ। ହେଲେ ମୌସୁମୀ ଧୋକା ଦେବାରୁ କ୍ଷେତରେ ଧାନ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି। ଗତ ୫ ଦିନ ହେବ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନ ପ୍ରଭାବିତ ହେବାସହ…

"ମୌସୁମୀ ଲୁଚକାଳି ଖେଳ; କ୍ଷେତରେ ଧାନ ଗଜା ମରୁଡ଼ି ଆଶଙ୍କା, ଚିନ୍ତାରେ ଚାଷୀ"

ବିରଜା ହାଇସ୍କୁଲ ୧୯୯୭ ବ୍ୟାଚର ବନ୍ଧୁ ମିଳନ

ଯାଜପୁର -୨୧/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ସହରସ୍ଥିତ ବିରଜା ହାଇସ୍କୁଲର ୧୯୯୭ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳିନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପଠାରେ ଅକ୍ଷୟ ବିଶ୍ୱାଳଙ୍କ ଆବାହତ୍ୱରେ ଆୟୋଜିତ ଏହି ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ୨୧ ବର୍ଷ ତଳର ସ୍ମୃତିକୁ ମନେପକାଇବା ସହ ଏକାଠି ହୋଇ ବହୁ ଆନନ୍ଦ ଅନୁଭବ କରିଥିବା ବେଳେ ପରସ୍ପର ସହ ନିଜ ନିଜର ଭାବର ଆଦାନ ପ୍ରଦାନ କରି ପୂର୍ବ କଥା, ବର୍ତ୍ତମାନ କିଏ କେଉଁଠି କେଉଁ କାର୍ଯ୍ୟରେ ନିୟୋଜିତ ରହିଥିବା ବିଷୟରେ ଆଲୋଚନା କରିଥିଲେ। ରଜପାନର ଆସର ଖୁବ୍ ଜମିଥିଲା। ପବିତ୍ର ସଂପର୍କ ନିର୍ମାଣ ନିମନ୍ତେ ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ସମସ୍ତ…

"ବିରଜା ହାଇସ୍କୁଲ ୧୯୯୭ ବ୍ୟାଚର ବନ୍ଧୁ ମିଳନ"

ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ଦର୍ପଣ ତହସିଲ, ପରିବେଶ ପ୍ରତି ବିପଦ

ଯାଜପୁର,୨୦/୦୬ (ଓଡିଆପୁଅ/ମାନସ ରାଉତ)-ଚଳିତ ମାସ ଜୁନ ୫ତାରିଖ ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନରେ ବଡଚଣାର ବିବିନ୍ନ ଅଂଚଳରେ ପରିବେଶ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଓ ସଭାମାନ ଅନୁଷ୍ଠିତ ହୋଇଥିଲା । ଯେଉଁ ସଭାରେ ଜିଲାର ବହୁ ପରିବେଶ ବିତଙ୍କ ସହିତ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ପରିବେଶ ସରୁକ୍ଷା ଉପରେ ଭାଷଣମାନ ଦେଇଥିଲେ । ମାତ୍ର ଯାଜପୁର ଜିଲା ଦର୍ପଣ ତହସିଲ ଅଞ୍ଚଳରେ ଦିର୍ଘ ଦିନହେବ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଖନନ ଫଳରେ ବ୍ୟାପକ ଭାବରେ ପରିବେଶ ନଷ୍ଟ ହେବାରେ ଲାଗିଛି । ଏହି ବେଆଇନ ଖନନ ଜଙ୍ଗଲ…

"ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ଦର୍ପଣ ତହସିଲ, ପରିବେଶ ପ୍ରତି ବିପଦ"

ଯୁବକ ମାନେ ହିଁ ସମାଜ ଉନ୍ନତିରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ; ବିଧାୟକ ପ୍ରୀତିରଂଜନ

ଯାଜପୁର-୧୮/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ କିଆଝର ପଂଚାୟତଠାରେ ବିଜୁ ଯୁବ ଜନତା ଦଳର ଏକ କର୍ମକର୍ତ୍ତା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାବେଶରେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବକ ମାନେ ହିଁ ସମାଜ ଉନ୍ନତିରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ବେଳେ ଯୁବକମାନେ ହିଁ ରାଜ୍ୟ ସରକାରଙ୍କର ଜନହିତକର ଯୋଜନାକୁ ଗ୍ରାମାଂଚଳରେ ଥିବା ଜନ ସାଧାରଣଙ୍କ ପାଖରେ ପଂହଚାବାରେ ସଫଳ ଋପାୟନ କରିପାରିବେ ବୋଲି ମତପୋଷଣ କରିଥିଲେ। ଅନ୍ୟ ଅତିଥି ମାନଙ୍କ ଭିତରେ ସୁକିନ୍ଦା ରିଜିୟନ କ୍ରୋମାଇଟ୍ ଖାଦାନ…

"ଯୁବକ ମାନେ ହିଁ ସମାଜ ଉନ୍ନତିରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ; ବିଧାୟକ ପ୍ରୀତିରଂଜନ"

ବିଜେଡି ର ମିଶ୍ରଣ ପ୍ରକ୍ରିୟାପରେ ବଳି ପଡଛନ୍ତି ବିଜେଡିର ପୁରୁଖା ନେତା

ଯାଜପୁର, -୧୮/୬(ଓଡିଆ ପୁଅ/ଏ.ରାଉତ) ଜିଲାରେ ବିଜେଡି ଦଳର ନେତୃବୃନ୍ଦଙ୍କ ଦୃଢ ସାଂଗଠନିକ ଦକ୍ଷତା ଯୋଗୁ ଆଜକୁ ଦୀର୍ଘ ବର୍ଷ ହେଲା ବିଜେଡି ନିଜକୁ ଜିଲାରେ ଅପ୍ରତିଦ୍ୱନ୍ଦି ଦଳ ଭାବେ ପ୍ରତିଷ୍ଠା କରିଛି। ଦୃଢ ଦଳୀୟ ସଂଗଠନ ଯୋଗୁ ଏକଦା ଜିଲାର ତିନିଜଣ ବିଧାୟକ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାର ସୈାଭାଗ୍ୟ ଅର୍ଜନ କରିଥିଲେ। ଏବେବି ଜିଲାର ୭ ଜଣ ବିଧାୟକ / ବିଧାୟିକାଙ୍କ ସହିତ ଏକମାତ୍ର ସାଂସଦ ବିଜେଡି ଦଳ ତରଫରୁ ବିଧାନସଭା ଓ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି। ଏକଦା ଜିଲାର ଡ. ପ୍ରଫୁଲ୍ଲଚନ୍ଦ୍ର ଘଡାଇ, ପ୍ରମିଳା ମଲ୍ଲିକ ଓ ଦେବାଶିଷ ନାୟକ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଡ.…

"ବିଜେଡି ର ମିଶ୍ରଣ ପ୍ରକ୍ରିୟାପରେ ବଳି ପଡଛନ୍ତି ବିଜେଡିର ପୁରୁଖା ନେତା"

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ସମିତିସଭ୍ୟ ଓ ନାୟବ ସରପଂଚ

ଯାଜପୁର-୧୮/୬(ଓଡିଆ ପୁଅ/ଏ.ରାଉତ) ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ସାନସୁଆର ପଂଚାୟତର ସମିତିସଭ୍ୟ କାଳନ୍ଦୀ ଚରଣ ବାରିକ ଓ ନାୟବ ସରପଂଚ ପ୍ରଦୀପ୍ତ କୁମାର ଦାସ। ଏମାନଙ୍କ ସହିତ ଯୁବନେତା ଅନାଥ ଜେନା ଆଜି ତାଙ୍କର ଶତାଧିକ ସମର୍ଥକମାନଙ୍କ ସହିତ ବରୀ ବିଧାୟକ ଦେବାଶିଷ ନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି। ଆଜି ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାନସୁଆର ପଂଚାୟତ ଗସ୍ତ କରିଥିବା ଅବସରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ନିଜନିଜ ସମର୍ଥକ ମାନଙ୍କ ସହିତ ଦଳରେ ଯୋଗଦାନ କରିଥିଲେ। ବିଧାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିବା ସହିତ ଆଗାମି ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ…

"ବିଜେପି ଛାଡି ବିଜେଡିରେ ସାମିଲ ହେଲେ ସମିତିସଭ୍ୟ ଓ ନାୟବ ସରପଂଚ"

ଅସହ୍ୟ ତାତି ସହିତ ବିଦ୍ୟୁତ ସମସ୍ୟା, ଜନସାଧାରଣ ଡ଼ହଳବିକଳ

ଯାଜପୁର-୧୮/୬(ଓଡିଆ ପୁଅ/ଏ.ରାଉତ) + ତନିଦିନ ହେଲା ଅସହ୍ୟ ତାତି ସହିତ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲାବେଳେ ବିଦ୍ୟୁତ ସମସ୍ୟା ଏହାକୁ ଦ୍ୱିଗୁଣିତ କରି ଦେଇଛି। ଲଗାତାର ତିନିଦିନ ହେଲା ପ୍ରବଳ ଖରା ସହିତ ଗୁଳୁଗୁଳି ଲାଗିରହିଛି। ମୈାସୁମୀ ବାଟ ହୁଡିଥିଲାବେଳେ ପୁନର୍ବାର ଗ୍ରୀଷ୍ମର ଲେଉଟାଣି ହୋଇଛି। ଦିନ ୧୧ଟା ପରେ ପଦାକୁ ବାହାରିବା ବି ଅସମ୍ଭବ ହୋଇ ଯାଉଛି। ଦିନ ୧୧ଟା ପରଠାରୁ ବହୁ ଦୋକାନ ବଜାର ବନ୍ଦ ହୋଇଯିବା ସହିତ ରାସ୍ତାରେ ଗତାଗତ କମ ରହୁଛି। ତାତିକୁ ଦେଖି ସରକାର ବିଦ୍ୟାଳୟ ଖୋଲିବା ମଧ୍ୟ ଘୁଂଚାଇ ଦେଇଛନ୍ତି। ଖରା ଓ ଗରମକୁ ନେଇ ସମସ୍ତେ ବ୍ୟସ୍ତ। ଖରାରେ ପଦାକୁ ବାହାରି ହେଉ ନଥିଲାବେଳେ…

"ଅସହ୍ୟ ତାତି ସହିତ ବିଦ୍ୟୁତ ସମସ୍ୟା, ଜନସାଧାରଣ ଡ଼ହଳବିକଳ"