Home ଜିଲ୍ଲା ପରିକ୍ରମା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଆକ୍ରମଣ : ୪ ଅଭିଯୁକ୍ତ ଜେଲ ଗଲେ

ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଆକ୍ରମଣ : ୪ ଅଭିଯୁକ୍ତ ଜେଲ ଗଲେ

36

ଯାଜପୁର ୨୪।୮ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ାଙ୍କୁ ତାଙ୍କ ବ୍ଲକ କାର୍ଯ୍ୟାଳୟରେ ଧନେଶ୍ବର ଗ୍ରାମର ୪ ଜଣ ଯୁବକ ପ୍ରବେଶ କରି ଚାନ୍ଦା ମାଗିବା ସହ ଶ୍ରୀ ପରିଡ଼ାଙ୍କୁ ଆକ୍ରମଣ କରିବା ଅଭିଯୋଗରେ କୋରେଇ ଆଇଆଇସି ଶ୍ରବଣ କୁମାର ମହାରଣା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ କୋରାଇ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା ଗତ କାଲି ବ୍ଲକ କାର୍ଯ୍ୟାଳୟରେ ଥିବା ବେଳେ ଧନେଶ୍ବର ଗ୍ରାମର ୪ ଜଣ ଯୁବକ ସଞ୍ଜୟ ବାରିକ, ରାଜେଶ ନାୟକ, ଆକୁଳ ବାରିକ ଓ ସୁଶାନ୍ତ ଅଚାନକ ପ୍ରବେଶ କରି ଚାନ୍ଦା ମାଗିବା ସହ ଆକ୍ରମଣ କରିବା ଥିବା ବିଡିଓ ଫୋନ୍ ମାଧ୍ୟମରେ କୋରାଇ ଥାନା ଆଇଆଇସିଙ୍କୂ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କେଶନଂ ୨୨୬/୨୦୨୨ ମାମଲା ରୁଜୁ କରି ଦଫା ୧୪୩, ୩୪୧, ୪୪୮, ୩୨୩, ୨୯୪, ୩୮୫, ୩୫୩, ୫୦୬ ଏବଂ ଆଇସିସି ଧାରା ୧୪୯ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରବଣ କୁମାର ମହାରଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯାଜପୁର ରୋଡ କୋର୍ଟ ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର କରି ରଗଡି ଜେଲକୁ ପଠାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.