Home ଓଡ଼ିଶା ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ଅଞ୍ଚଳରୁ ସେକ୍ସ ରାକେଟ ଠାବ

64

ଯାଜପୁର ୨।୯ (ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର ପୁଲିସ ମୁଖ୍ୟାଳୟ ପାଣିକୋଇଲି ବଜାର ଏକ ବେଆଇନ୍ ଭାବେ ଚାଲିଥିବା ଲଜକୁ ପୁଲିସ ରେଡ୍ କରି ଅସଞ୍ଜତ ଅବସ୍ଥାରେ ଜଣେ ଯୁବକଙ୍କ ସହ ଯୁବତୀଙ୍କୁ ଧରିବା ସହ ଦୀର୍ଘ ଦିନ ଧରି ଚାଲିଥିବା ଦେହ ବେପାର ପରଦା ପ୍ଲାସ୍ ହୋଇଥିବା ପାଣିକୋଇଲି ଥାନା ଆଇଆଇସି ଚିନ୍ମୟୀ ବେହେରା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପାଣିକୋଇଲି ଏସ ପି କାର୍ଯ୍ୟାଳୟ ଠାରୁ ୫୦୦ ମିଟରରେ ୧୬ ନଂମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବେଆଇନ୍ ଲଜ “ଶ୍ରୀହରି କଟେଜ”ରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସେକ୍ସ ରାକେଟକୁ ପୁଲିସ ଠାବ କରି ଲଜ (ଶ୍ରୀହରି କଟେଜ)କୁ ପୁଲିସ ଆଜି ସିଲ୍‌ କରିଛି। ଆଜି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଥାନାଧିକାରୀ ଚିନ୍ମୟୀ ବେହେରା ଲଜକୁ ଯାଇ ତଦନ୍ତ କରିବା ପରେ ମାଜିଷ୍ଟ୍ରେଟ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଶ୍ରୀହରି କଟେଜକୁ ସିଲ୍‌ କରାଯାଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଥିବା ଏହି ହୋଟେଲରୁ ଗତକାଲି ଜଣେ ଯୁବତୀଙ୍କ ସହ ଜଣେ ଗ୍ରାହକଙ୍କୁ ପୁଲିସ ଅସଂଯତ ଅବସ୍ଥାରେ ଧରିଥିଲା। ଏହି ଘଟଣାରେ ଲଜ ମାଲିକ ସମେତ ଦୁଇ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏନେଇ ଏକ ମାମଲା ୨୦୦/୨୨ ରୁଜୁ କରି ଗ୍ରାହକ, ମାଲିକ, କର୍ମଚାରୀ ଓ ସହଯୋଗୀଙ୍କୁ ମିଶାଇ ମୋଟ ୬ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଗ୍ରାହକ କୋରାଇ ଥାନା ବରୁଣ୍ତାଇ ଉତରଖଜିରା ଗ୍ରାମର ମାନସ ମିଶ୍ର (୩୮)ଙ୍କ ସମେତ ହୋଟେଲ ମାଲିକ ସୋତି ଗ୍ରାମର ଚନ୍ଦ୍ରକାନ୍ତ ଖଣ୍ଡାଇ (୪୧), କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ଗ୍ରାମର ଅଭୟ ସାହୁ (୫୧), ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗ୍ରାମର ରଂଜନ ମଳିକ (୨୬), କେଳାଗଡ଼ିଆ ଗ୍ରାମର ଦେବାଶିଷ ମଲିକ(୨୦) ଓ ଭଦ୍ରକ ଜିଲ୍ଲା ଧାମନଗର ଥାନା ନୃସିଂହ ପ୍ରସାଦ ଗ୍ରାମର ହେମନ୍ତ କୁମାର ପ୍ରଧାନ(୩୫)। ଦଫା ୩୭୦, ୩୭୦(ଏ) (୨) ଆଇପିସି ଓ ୩ /୫ /୬ ପ୍ରିଭେନସନ ଅଫ ଆଇଏମ ମୋରାଲ ଟ୍ରାଫିକ ଆକ୍ଟରେ ସମସ୍ତଙ୍କୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ରଗଡ଼ିସ୍ଥିତ ଯାଜପୁରରୋଡ୍‌ ଉପକାରାଗାରକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.