Home Top News ଆତ୍ମ ଘୋଷିତ ତାନ୍ତ୍ରିକକୁ ହାଣି ଥାନାରେ ଆତ୍ମସମର୍ପଣ କଲା ଯୁବକ

ଆତ୍ମ ଘୋଷିତ ତାନ୍ତ୍ରିକକୁ ହାଣି ଥାନାରେ ଆତ୍ମସମର୍ପଣ କଲା ଯୁବକ

38

ଯାଜପୁର୨।୯ (ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ମନମାଳିନ୍ୟକୁ ସମଧାନ ନକରିପାରିବାରୁ ତାନ୍ତ୍ରିକକୁ ହାଣିଦେଲା ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ହୋଇଛି। ପରେ ଯୁବକ ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବନ୍ଧ ଗାଁ’ର ଶାନ୍ତନୁ ବେହେରା ପ୍ରତିଶୋଧ ପରାୟଣ ହୋଇ ଏହି କାଣ୍ଡ ଘଟାଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ପାରିବାରିକ କହଳ ଯୋଗୁ ଶାନ୍ତନୁଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ’ ବାପ ଘରକୁ ଚାଲି ଯାଇ ସ୍ୱାମୀ ଘରକୁ ଫେରୁନାହାଁନ୍ତି। ସ୍ତ୍ରୀ’କୁ ଗୁଣି ଗାରେଡ଼ି ମାଧ୍ୟମରେ ଫେରାଇ ଆଣିବାକୁ ତାନ୍ତ୍ରିକ ଜଣକ ବାରମ୍ବାର ଶାନ୍ତନୁଙ୍କ ଠାରୁ ଟଙ୍କା ନେଇଥିଲେ। ଆଜି ତାନ୍ତ୍ରିକ ଜଣକ ସେହି ଗାଁ’କୁ ଆସି ଶାନ୍ତନୁଙ୍କୁ ଆଉ କିଛି ଟଙ୍କା ମାଗିଥିଲେ। ଏହାକୁ ନେଇ ଶାନ୍ତନୁ ରାଗରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାନ୍ତ୍ରିକଙ୍କ ମୁଣ୍ଡକୁ ହାଣି ଦେଇଥିଲେ।

ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ ହୋଇଥିଲା। ଶାନ୍ତନୁ ବେହେରା ଏହି ଧାରୁଆ ଅସ୍ତ୍ର ଧରି ସୁକିନ୍ଦା ଥାନାରେ ସମର୍ପଣ କରିଥିଲା। ସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ତଦନ୍ତ ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.