Home ଓଡ଼ିଶା କଲେଜରୁ ବାଇକ୍‌ରେ ଫେରୁଥିଲ ଭାଇ ଭଉଣୀ, ପଛରୁ ଧକ୍କା ଦେଲା ହାଇୱା ଭଉଣୀ ମୃତ ଭାଇ...

କଲେଜରୁ ବାଇକ୍‌ରେ ଫେରୁଥିଲ ଭାଇ ଭଉଣୀ, ପଛରୁ ଧକ୍କା ଦେଲା ହାଇୱା ଭଉଣୀ ମୃତ ଭାଇ ଆହତ

58

ଯାଜପୁର ୫।୧୧ (ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଲେଜରୁ ବାଇକ୍‌ରେ ଫେରୁଥିଲେ ଭାଇ ଭଉଣୀ। ବାଟରେ ତାଙ୍କ ବାଇକକୁ ପଛରୁ ଧକ୍କା ଦେଲା ହାଇୱା। ଫଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇଛି। ଆଜି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ତଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ସ୍ଥାନୀୟ କବାଟବନ୍ଧ ନୂଆସାହି ଗ୍ରାମର ଭୋଳେଶ୍ୱର ମହାପାତ୍ରଙ୍କ ଝିଅ ସ୍ନେହଲତା ମହାପାତ୍ର ଓ ପୁଅ ରମେଶ ମହାପାତ୍ର। ସେମାନେ ଚଣ୍ଡିଖୋଲ କଲେଜ ଯାଇଥିଲେ। ସନ୍ଧ୍ୟାରେ ଉଭୟ ଏକ ବାଇକ ଯୋଗେ ଘରକୁ ଫେରୁଥିବା ଥିଲେ। ବାଟରେ ଏକ ହାଇୱା ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ନେହଲତାର ମୃତ୍ୟୁ ହୋଇଥିବା ବେଳେ ରମେଶ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଁଚି ଆହତ ଯୁବକକୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.