Home Top News କେବଳ ଅପହରଣ ନୁହେଁ, ହତ୍ୟା…, ଏହା ପରେ ଶବ ପୋତିବା ଏବଂ ପରେ ପ୍ରମାଣ ନଷ୍ଟ...

କେବଳ ଅପହରଣ ନୁହେଁ, ହତ୍ୟା…, ଏହା ପରେ ଶବ ପୋତିବା ଏବଂ ପରେ ପ୍ରମାଣ ନଷ୍ଟ କରିବା ଅନେକ କିଛି ଉପରେ ମୁହଁ ଖୋଲିଲେ ଅଭିଯୁକ୍ତ

84

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ) : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାର ଏବେ ଗୁମର ଫିଟୁଛି। କେତେ ବଡ଼ ଅପରାଧ। ତାହା ପୁଣି କରିବାକୁ ପଛାଇଲେ ନାହିଁ ଜଣେ ୱେବ ଚ୍ୟାନେଲର ମାଲିକାଣୀ, ଜଣେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କର ସାଥୀ। ତେବେ ଏହି ହତ୍ୟାକାଣ୍ଡର ଏବେ କାହାଣୀ ଶୁଣେଇଛନ୍ତି ଅଭିଯୁକ୍ତମାନେ। ମାନସଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ଏବେ ତଦନ୍ତ କରୁଛି। ହତ୍ୟାକପ ନେଇ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ରଞ୍ଜନ ନାୟକ ସବୁ ସତ ମାନିଛି ବୋଲି କ୍ରାଇମବ୍ରାଞ୍ଚ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି। ଜଘନ୍ୟ ଅପରାଧ କରିବାକୁ କୁଣ୍ଠାବୋଧ କରିନଥିଲେ ଏମୋନେ। ତେବେ ମାନସକୁ ଅପହରଣ କରିଥିବା ସ୍ୱୀକାର କଛି ଅବିଯୁକ୍ତ ର୍ଜନ ନାୟକ।

ଅଭିଯୁକ୍ତ ପୋଲିସ ଆଗରେ କହିଛି ଘଟଣାପଛର କାହାଣୀ। ପଳାସପୁରରୁ ଅପହରଣ କରିବା ପରେ ଦୟାଲ ଆଶ୍ରମକୁ ନେଇଥିଲେ। ଆଶ୍ରମରେ ନିରଞ୍ଜନ ସେଠୀ ଓ ଅନ୍ୟମାନେ ସେଠାରେ ଥିଲେ। ଏହା ପରେ ନିରଞ୍ଜନଙ୍କ ସମେତ ଏମାନେ ମାନସକୁ ପିଟିଥିଲେ। ପିଟି ପିଟି ମାନସକୁ ମାରି ଦେଇଥିଲେ। ଏହା ପରେ ଶବକୁ ଛୁପାଇବା ପାଇଁ ବ୍ୟବହାର ହୋଇଥିଲା ଶର୍ମିଷ୍ଠାଙ୍କ କାର। ମାନସଙ୍କ ଶବକୁ ରଣପୁର ନେଇ ଏକ ପାହାଡ଼ ତଳେ ଶବକୁ ପୋତିବା ଦେଇଥିଲେ। କେବଳ ସେତିକିରେ ସରିନଥିଲା କାହାଣୀ। ସେଠାରୁ ଫେରିବା ପରେ ମୁଣ୍ଡରେ ପଶିଲା ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନା। ତେଣୁ ଚଣ୍ଡିଖୋଲ ଯାଇ ଏକ ବୁଦା ମୁଳରେ ମାନସର ଜିନିଷପତ୍ର ପୋଡ଼ି ଦେଇଥିଲେ। ମାନସଙ୍କ ଇୟର ଫୋନ୍, ଚପଲ ଏବଂ ଶବକୁ ନେଇଥିବା ଅଖାକୁ ସେମାନେ ପୋଡ଼ି ଦେଇଥିଲେ। ଗାତ ଖୋଳିଥିବା ପାଇଁ ବ୍ୟବହୃତ ଫାଉଡା, ଗଇଁତିକୁ ମଧ୍ୟ ଚଣ୍ଡିଖୋଲରେ ଏକ ବୁଦାମୂଳେ ଫିଙ୍ଗିଦେଇଥିଲେ। ଏହି ଘଟଣା ଶୁଣିବା ପରେ ରଞ୍ଜନକୁ ନେଇ ସ୍ପଟ ଉପରକୁ ଯାଇଥିଲା କ୍ରାଇମବ୍ରାଞ୍ଚର ଟିମ୍। କ୍ରାଇମବ୍ରାଞ୍ଚ ଅନୁଯାୟୀ, ସେଠାରୁ ମାନସ ବ୍ୟବହାର କରୁଥିବା ଇୟର ପୋନ, ଚପଲ ସହ ଶବ ନେବା ପାଇଁ ବ୍ୟବହୃତ ଅଖା ଦରପୋଡ଼ା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ଏହା ସହ ବୁଦା ମୂଳରୁ କୋଦାଳ, ଗଇଁତି ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏତିକିରେ ସରିଯାଇନାହିଁ ହତ୍ୟାକାଣ୍ଡର କାହାଣୀ। ଆହୁରୀ ଅନେକ ଗୁମର ଫିଟିବ ବୋଲି ଜଣାପଡ଼ୁଛି। ଏବେ ଜେରାରେ ସତ ମାନିଛି ଶର୍ମିଷ୍ଠା। ଏବେ ନିରଞ୍ଜନ ସେଠୀର ବଢ଼ିବ ଅଡ଼ୁଆ।

ମାନସର ମୃତ୍ୟୁ ପରେ ଶର୍ମିଷ୍ଠାଙ୍କ କାରରେ ନୟାଗଡ଼ ରଣପୁର ନିଆଯାଇଥିଲା ଶବ। ଯେଉଁଠାରେ ଶବକୁ ପୋତି ଦିଆଯାଇଥିଲା। ଏକ ଖବର ଅନୁଯାୟୀ, ମାନସଙ୍କୁ କୌଣସି ଏକ ଓଜନିଆ ବସ୍ତୁ ସାହାଯ୍ୟରେ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ଏହି ମାଡ଼ ଯୋଗୁଁ ମାନସର ଛାତିର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଏବଂ ଏହି କାରଣରୁ ମାନସର ମୃତ୍ୟୁ ଘଟିଥିଲା। କେବଳ ସେତିକି ନୁହେଁ, ମୃତ୍ୟୁ ପୂର୍ବରୁ ମାନସକୁ ଅକଥନୀୟ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା ବୋଲି କୁହାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଏହି ତଥ୍ୟ ତଦନ୍ତକାରୀ ସଂସ୍ଥା ପ୍ରକାଶ କରିଥିବା ଏକ ରିପୋର୍ଟରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.