ମହାନଗର ନିଗମ ପକ୍ଷରୁ ନୂତନ ଜିଲାପାଳଙ୍କୁ ସମ୍ବର୍ଦ୍ଧନା

କଟକ,୧୪/୮(ଓଡ଼ିଆ ପୁଅ):କଟକ ମହାନଗର ନିଗମ ପକ୍ଷରୁ ନୂତନ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମହୋଦୟଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧନା ଦିଆଯାଇଛି। ମହାନଗର ନିଗମ ମେୟର ଶ୍ରୀମତି ମୀନାକ୍ଷୀ ବେହେରା ଓ ଡେପୁଟି ମେୟର ଶ୍ରୀଯୁକ୍ତ ଅଜୟ କୁମାର ବାରିକ ସରକାରୀ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କିଛି ସମୟଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମହାନଗର ନିଗମ କର୍ପୋରେଟର ଅନିଲ ନିଳାଦ୍ରୀ ଏହି ସମୟରେ ଉପସ୍ଥିତ ଥିଲେ।

"ମହାନଗର ନିଗମ ପକ୍ଷରୁ ନୂତନ ଜିଲାପାଳଙ୍କୁ ସମ୍ବର୍ଦ୍ଧନା"

ବିମାନବନ୍ଦରରେ ଭବ୍ୟ ସ୍ୱାଗତ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପାଛୋଟି ନେଲେ ହଜାର ହଜାର ସମର୍ଥକ

ଭୁବନେଶ୍ୱର, ତା ୦୬-୦୮(ଓଡ଼ିଆ ପୁଅ): ସୁସ୍ଥ ହୋଇ ଦିଲ୍ଲୀରୁ ଫେରିବା ପରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନିଜର ସମର୍ଥକ ଏବଂ ସମ୍ପର୍କୀୟମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଏତଦ୍ବ୍ୟତୀତ ତାଙ୍କର ହଜାର ହଜାର ସମର୍ଥକ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ପାଛୋଟି ନେଇଛନ୍ତି। ଶୋଭାଯାତ୍ରାର ଅଗ୍ରଭାଗରେ ପ୍ରବଳ ବର୍ଷା ସତ୍ତ୍ୱେ ପ୍ରାୟ ଏକ ହଜାର ମଟର ସାଇକେଲ ଯାଇଥିଲେ। ସୋମବାର ସନ୍ଧ୍ୟା ସମୟରେ ଶ୍ରୀ ବିଶ୍ୱାଳ ନୂଆଦିଲ୍ଲୀରୁ ଫେରିବା ମାତ୍ରେ ବିମାନ ବନ୍ଦରଠାରେ ଅପେକ୍ଷା କରିଥିବା ହଜାର ହଜାର ସମର୍ଥକ ପ୍ରଭାତ ବିଶ୍ୱାଳ ଜିନ୍ଦାବାଦ୍ – କଟକ-ଚୌଦ୍ୱାରବାସୀ ଆପଣଙ୍କୁ ସ୍ୱାଗତ କରୁଛୁ ଏବଂ ଅନ୍ୟାୟ ଅପପ୍ରଚାର ବିରୁଦ୍ଧରେ…

"ବିମାନବନ୍ଦରରେ ଭବ୍ୟ ସ୍ୱାଗତ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପାଛୋଟି ନେଲେ ହଜାର ହଜାର ସମର୍ଥକ"

ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ସାଲେପୁର ୨୯-୭ (ଓଡ଼ିଆ ପୁଅ) ଅଲୋଡ଼ା ନବଜାତ ! କଟକ ସାଲେପୁର ବ୍ଲକର ରାଇସୁଙ୍ଗୁଡ଼ା କେନାଲ ବନ୍ଧରେ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। କେହି ଜନ୍ମ ପରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଶିଶୁପୁତ୍ରର ମୃତ ଶରୀରକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।

"ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର"

କଟକ, ଭୁବନେଶ୍ୱର, ବ୍ରହ୍ମପୁର ବର୍ଷା ବିତ୍ପାତ ମଣିଷକୃତ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୨୧ା୭ (ଓଡ଼ିଆ ପୁଅ) : ଲଗାଣ ବର୍ଷା ଯୋଗୁଁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରେ ପାଞ୍ଚଫୁଟ ଓ ଛଅଫୁଟର ପାଣି ଅଧିକାଂଶ ଅଞ୍ଚଳରେ ଘର ଭିତରେ ପାଣି ପଶିଯାଇଛି। ଖୋଦ କଟକ ଜିଲ୍ଲାପାଳଙ୍କ ବାସଭବନ ଭିତରେ ୪ ଫୁଟର ପାଣି, ମହାନଗର ନିଗମମାନଙ୍କର ଓ ନଗର ଉନ୍ନୟନ ବିଭା. ବିଡିଏ, ସିଡ଼ିଏ, ବିଏମ୍ସି, ସିଏମ୍ସି ଓ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍ ର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଦେଇଛି। ଗୋଟାଏ ଦିଗରେ ପ୍ରାକୃତିକ ନାଳ ନର୍ଦ୍ଦମା ଜବରଦଖଲ, ବେଆଇନ୍ କୋଠା ନିର୍ମାଣ, ଡ୍ରେନ୍ ସଫେଇରେ ଚରମ ଦୁର୍ନୀତି ଯୋଗୁଁ ଏହି ମହାନଗର ବାସିନ୍ଦାମାନେ…

"କଟକ, ଭୁବନେଶ୍ୱର, ବ୍ରହ୍ମପୁର ବର୍ଷା ବିତ୍ପାତ ମଣିଷକୃତ : ସମାଜବାଦୀ ପାର୍ଟି"

ରେଭେନ୍ସାରେ ରିସର୍ଚ୍ଚ ହଷ୍ଟେଲ ସ୍ଥାପନ ପାଇ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ବିସିଜେଡି

କଟକ, ୧୯/୭(ଓଡ଼ିଆ ପୁଅ):ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନେ ଧାରଣା ଦେବା ପରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଛାତ୍ର ନେତା। ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟି ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକ ଐତିହାସିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏକ ଗେବେଷଣାଗତ(ରିସର୍ଚ୍ଚ ଷ୍ଟୁଡେ )ଙ୍କ ପାଇଁ ଏକ ହଷ୍ଟେଲ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ଛାତ୍ର ନେତାମାନଙ୍କ ସହ ସଚିବ ଆଲୋଚନା ପରେ ଖୁବ୍‍ଶୀଘ୍ର ଏକ…

"ରେଭେନ୍ସାରେ ରିସର୍ଚ୍ଚ ହଷ୍ଟେଲ ସ୍ଥାପନ ପାଇ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ବିସିଜେଡି"

ଶିଳ୍ପପତି ମହିମା ମିଶ୍ରଙ୍କୁ ୨ଟି ମାମଲାରେ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ ୧୬-୭ (ଓଡ଼ିଆ ପୁଅ/ଗୌରବ ଦାସ) ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ପାରାଦୀପ ତାରିଣୀଗଡା ଗୁଳିକାଣ୍ଡ ମାମଲା ଏବଂ କଟକ ପ୍ରେସ ଛକ ଅଭୟ ଭଟ୍ଟ ବୋମାମାଡ ମାମଲାରେ ହାଇକୋର୍ଟ ଶିଳ୍ପପତି ମହିମା ମିଶ୍ରଙ୍କୁ ସର୍ତମୂଳକ ଜାମିନ ଏହି ଜାମିନ୍ ମଞ୍ଜୁର କରିଛନ୍ତି। ଲକ୍ଷେ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟଙ୍କ ସର୍ତ୍ତ ରହିଛି। ଜାମିନ ପରେ ମହିମା ମିଶ୍ରଙ୍କ ଜେଲରୁ ମୁକୁଳିବା ଆଶା କରାଯାଉଛି।

"ଶିଳ୍ପପତି ମହିମା ମିଶ୍ରଙ୍କୁ ୨ଟି ମାମଲାରେ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ"

ଆମ ଓଡ଼ିଶା ଓ ବିଜଦର ବହୁ ନେତୃମଣ୍ଡଳୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୮.୭ (ଓଡ଼ିଆ ପୁଅ)- ଆଜି କଟକ ନଗର ଜିଲା କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ଙ୍କ ପ୍ରଚେଷ୍ଟାରେ କଟକରୁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ନିଜ ନିଜର ଦଳତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରି ଦଳରେ ଗ୍ରହଣ କରିନେଇଛନ୍ତି। ଏହି ନେତୃବୃନ୍ଦମାନଙ୍କର ଯୋଗଦାନ ଫଳରେ କଂଗ୍ରେସ ଆହୁରି ସୁଦୃଢ଼ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋକିମ୍ କହିଲେ ଯେ ଆଜି ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି ସମସ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ…

"ଆମ ଓଡ଼ିଶା ଓ ବିଜଦର ବହୁ ନେତୃମଣ୍ଡଳୀ କଂଗ୍ରେସରେ ଯୋଗଦେଲେ"

ସ୍ମୃତି ଇରାନୀଙ୍କୁ ସମସ୍ୟା ଜଣାଇଲେ ବୁଣାକାର

ଭୁବନେଶ୍ୱର:କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭୁବନେଶ୍ୱର ଗସ୍ତ ସମୟରେ କଟକ ଜିଲ୍ଲା ଆଠଗଡ଼ ନୂଆପାଟଣା ଅଞ୍ଚଳର ବୁଣାକାର ତାଙ୍କୁ ଭେଟି ସେମାଙ୍କର ବିଭିର୍ଣ୍ଣ ସମସ୍ୟା ବାବଦରେ ଜଣାଇଛନ୍ତି।ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ ବୁଣାକାରଙ୍କୁ ସ୍ମୃତି ଇରାନୀଙ୍କ ସହିତ ନେଇ ସାକ୍ଷାତ ଆଲୋଚନା କରାଇଛନ୍ତି।

"ସ୍ମୃତି ଇରାନୀଙ୍କୁ ସମସ୍ୟା ଜଣାଇଲେ ବୁଣାକାର"

ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ସର୍ତମୂଳକ ଜାମିନ

କଟକ ୨୬-୬ (ଓଡ଼ିଆ ପୁଅ/ଗୌରବ ଦାସ) ହାଇକୋର୍ଟ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦେଇଛନ୍ତି ସର୍ତମୂଳକ ଜାମିନ। ୨୫ ଲକ୍ଷ ଟଙ୍କାର ଜମା ରାଶି ସହ ୫ ଲକ୍ଷ ଟଙ୍କା ୨ ଜଣ ଜାମିନଦାରରେ ମିଳିଛି ଜାମିନ୍। ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଭାତ ବିଶ୍ୱାଳ। ସୂଚନାଯୋଗ୍ୟଯେ,ହାଇକୋର୍ଟ, ଗତ ଏପ୍ରିଲ ୨୫ରୁ ୨ ମାସ ପାଇଁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଆଜି ଠିକ ୨ ମାସ ପୁରୁଥିବାରୁ ଜାମିନ ଆବେଦନର ଶୁଣାଣି ଥିଲା। ଜାମିନ ପାଇବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାତ। ଏହା ସହ ଆରୋଗ୍ୟ କାମନା କରୁଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

"ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ସର୍ତମୂଳକ ଜାମିନ"

କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ !

କଟକ ୨୫ ଜୁନ୍ (ଓଡ଼ିଆ ପୁଅ) କଟକ ବଡ଼ ଡାକ୍ତରଖାନାରେ କାଜୁଆଲ୍ଟି ବିଲଡିଂରେ ଅଗ୍ନିକାଣ୍ଡ ହୋଇଛି। ଆଜି ଭୋର୍ ସମୟରେ ନିଆଁ ଲାଗି ଯାଇଥିଲା। ଅକ୍ସିଜେନ ପାଇପ୍ ଲିକ ହେବା କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସର୍ଟ ସର୍କିଟ୍ ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମରାମତି ପରେ ବିଲ୍ଡିଂରେ ବିଦ୍ୟୁତ୍ ସ୍ୱାଭାବିକ ହୋଇଛି। ଏହି ଘଟଣାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

"କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ !"