ପାଇଖାନା ନିର୍ମାଣ ଓ ବ୍ୟବହାରକାରୀଙ୍କ ପାଇଁ ଜିଲାପାଳଙ୍କ ଅଭିନବ ପ୍ରୟାସ ଡାକ ମାଧ୍ୟମରେ ପତ୍ର ପ୍ରେରଣର ଶୁଭାରମ୍ଭ

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧଜିଲାକୁ ବାହ୍ୟ ମଳମୁକ୍ତ କରିବା ଉଦେ୍ଦଶ୍ୟରେ ଘରେ ପାଇଖାନା ନିର୍ମାଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବୌଦ୍ଧ ଜିଲାପାଳ ମଧୁସୁଦନ ମିଶ୍ର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଜିଲାରେ ଯେଉଁ ବ୍ୟକ୍ତିମାନଙ୍କ ଘରେ ପାଇଖାନା ନିର୍ମାଣ କରିବା ପାଇଁ ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଜିଲାପ୍ରଶାସନ ପକ୍ଷରୁ ଡାକ ଯୋଗେ ପତ୍ର ପ୍ରେରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ୧୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଥିବା ସହ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇବାର ୧୫ ଦିନ ମଧ୍ୟରେ ସଂପୁର୍ଣ୍ଣ କରିବାକୁ କୁହାଯାଇଛି । ଏହି ଅବସରରେ…

"ପାଇଖାନା ନିର୍ମାଣ ଓ ବ୍ୟବହାରକାରୀଙ୍କ ପାଇଁ ଜିଲାପାଳଙ୍କ ଅଭିନବ ପ୍ରୟାସ ଡାକ ମାଧ୍ୟମରେ ପତ୍ର ପ୍ରେରଣର ଶୁଭାରମ୍ଭ"

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ଳାଷ୍ଟିକ ଆର୍ବଜନା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ଳାଷ୍ଟିକ ଆର୍ବଜନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁର୍ଣ୍ଣିମାରାଣି ନାୟକଙ୍କ ଅଧକ୍ଷତାରେଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଦିଦ ବିଜ୍ଞାନ ଅଧ୍ୟାପକ ପ୍ରବୀର କୁମାର ଦାସ ଯୋଗ ଦେଇ ପ୍ଳାଷ୍ଟି୍କ ବ୍ୟବହାରର ଅପକାରିତା ଉପରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ମହମ୍ମଦ ଅଜିମ ଖାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଛାତ୍ରୀ ମାନଙ୍କ ଦ୍ୱାରା କୁଇଜ, ସ୍ଳୋଗାନ ଓ ପ୍ରଦର୍ଶନୀ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ ଇକୋକ୍ଳବ ଦାୟିତ୍ୱରେ…

"ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ଳାଷ୍ଟିକ ଆର୍ବଜନା ସଚେତନତା କାର୍ଯ୍ୟକ୍ରମ"

ବୈାଦ୍ଧ ମହିଳା ମହାବିଦ୍ୟାଳୟରେ ତ୍ରିଦିବସୀୟ ଯୁବ ରେଡକ୍ରସ ତାଲିମ ଓ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୈାଦ୍ଧ ସହରର ମହିଳା ମହାବିଦ୍ୟାଳୟ ପରିସରରେ ରାଜ୍ୟ ରେଡକ୍ରସ ପକ୍ଷରୁ ତ୍ରିଦିବସୀୟ ଯୁବ ରେଡକ୍ରସ ଶିବିରରେ ମୁଖ୍ୟ ଅତିଥି ଭାବେ ବୈାଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ଯୋଗ ଦେଇ ରେଡକ୍ରସ ପତାକା ଉତୋଳନ କରି ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉସôବରେ ବୈାଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡମ୍ବରୁଧର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମନୁଷ୍ୟ ଶରୀରରେ ଥିବା ରକ୍ତ ସମ୍ପର୍କରେ ଆଲୋଚନା କରିବା ସହିତ ପରସ୍ପର ଭିତରେ କିପରି ବନ୍ଧୁତା ସ୍ଥାପନ ହୋଇପାରିବ ତା ଉପରେ ଆଲୋଚନା…

"ବୈାଦ୍ଧ ମହିଳା ମହାବିଦ୍ୟାଳୟରେ ତ୍ରିଦିବସୀୟ ଯୁବ ରେଡକ୍ରସ ତାଲିମ ଓ ପ୍ରଶିକ୍ଷଣ ଶିବିର"

ଦଶହରା ପୁଜା ନିମନ୍ତେ ପ୍ରଶାସନ ପକ୍ଷରୁ ସମନ୍ୱୟ କମିଟି ବୈଠକ

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୈାଦ୍ଧ ସହର ତଥା ନିକଟବର୍ତ୍ତୀ ଅଂଚଳରେ ଆସନ୍ତା ଦଶହରା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପୁଜା ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପୁଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପୂଜା ସମୟରେ ବେଆଇନ ମଦ ବିକ୍ରି ରୋକିବା ନିମନ୍ତେ ଓ ଚୋରା ବେପାରୀମାନଙ୍କୁ ଧରପଗଡ କରିବା ନିମନ୍ତେ ବିଶେଷ ଧ୍ୟାନଦେବା ପାଇଁ ଆଲୋଚନା ହୋଇଥିଲା । ପୁଜା ଓ ଭସାଣି ନିମନ୍ତେ ୩୦ଧାରା ଅନୁସାରେ ସମସ୍ତ ପୁଜା କମିଟି ଥାନା ଅଧିକାରୀଙ୍କ ଠାରୁ…

"ଦଶହରା ପୁଜା ନିମନ୍ତେ ପ୍ରଶାସନ ପକ୍ଷରୁ ସମନ୍ୱୟ କମିଟି ବୈଠକ"

ଭାଞିବେଡା ଦିଗାମ୍ବର ଗୋଡ କଟା ମାମଲା ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ,ଦୁଇ ଜଣ ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏକ ଗୋଡ କଟା ମାମଲାକୁ ବିଚାର କରି ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ଦୁଇ ଜଣଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଘଟଣାର ୧୫ ଦିନ ପୁର୍ବରୁ କଂଟାମାଳ ଥାନାର ଭାଞିବେଡା ଗ୍ରାମର ଦିଗାମ୍ବର ଭୋଇ ଓ ଅଭିଯୁକ୍ତ ଅରୁଣ କବାଟଙ୍କ ପୁଅ ପିଙ୍କୁ କବାଟ ଓ ଗ୍ରାମର ଅନ୍ୟ ମାନେ ମଧ୍ୟପ୍ରଦେଶର ୱାକ୍ରୋହି ଗ୍ରାମରେ ରହୁଥିବା ଦିଗାମ୍ବରର ଭଉଣୀ ଘରକୁ ଯାଇଥିଲେ । ସେଠାରେ ୨ ଦିନ ରହିବା ପରେ ପିଙ୍କୁ କବାଟ ହଠାତ ଝାଡାବାନ୍ତିରେ ମରିଯାଇଥିଲା । ପିଙ୍କୁ କବାଟ ମରିଯିବା…

"ଭାଞିବେଡା ଦିଗାମ୍ବର ଗୋଡ କଟା ମାମଲା ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ,ଦୁଇ ଜଣ ନିଦେ୍ର୍ଦାଷରେ ଖଲାସ"

ଜିଲାରେ ବାଟବଣା ହେଉଛି ଆତ୍ମା ଯୋଜନା, କାଗଜ କଲମରେ ଚାଲିଛି ଚାଷୀଙ୍କ ଉନ୍ନତି

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଶିଳ୍ପ ବିହୀନ, କୃଷି ଭିତିକ ବୌଦ୍ଧଜିଲାରେ ୮୦ ପ୍ରତିଶତରୁ ଅଧିକ ଲୋକ ଜୀବନ ଜିବୀକା ପାଇଁ କୃଷି ଉପରେ ନିର୍ଭରଶୀଳ । ସରକାର କୃଷକମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲାକୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବାବେଳେ ଜିଲାସ୍ତରର ଅଧିକାରୀମାନଙ୍କ ମନୋମୁଖୀ କାର୍ଯ୍ୟକ୍ରମ ପାଇଁ ଏଥିରୁ ଚାଷୀ ପରିବାରମାନେ ପ୍ରକୃତ ଲାଭ ପାଇପାରୁନଥିବା ଜଣାଯାଇଛି । ଚାଷୀଙ୍କ ଉନ୍ନତି ପାଇଁ ପ୍ରକୃତ ଭିତିଭୂମିକୁ ଦୃଷ୍ଟି ଦିଆନଯାଇ ପ୍ରତିବର୍ଷ ଜିଲାରେ କୃଷି ନିତୀ ନାମରେ କେବଳ କାଗଜ କଲମରେ ଯୋଜନା ପ୍ରସ୍ତୁତି ପରେ କିଛି ଚାଷୀ ପ୍ରତିନିଧିଙ୍କୁ ଡକାଇ ଏହାକୁ ଅନୁମୋଦନ କରାଯାଇ ଲକ୍ଷ…

"ଜିଲାରେ ବାଟବଣା ହେଉଛି ଆତ୍ମା ଯୋଜନା, କାଗଜ କଲମରେ ଚାଲିଛି ଚାଷୀଙ୍କ ଉନ୍ନତି"

ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ୩୪ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ବୌଦ୍ଧ,୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ମାଟିର ଲଢୁଆ ନେତା ନଟବର ପ୍ରଧାନଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ନଟବର ପ୍ରଧାନ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧବାର୍ଷିକୀ ଅବସରରେ ମୁଖ୍ୟଅତିଥି ଭାବରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗଦେଇ ଏନଏସି ଛକଠାରେ ସ୍ଥାପିତ ନଟବରଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିବା ସହିତ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ନଟବର ପ୍ରଧାନ ସ୍ମୃତି କମିଟି ପକ୍ଷରୁ ସଭାପତି ଅଚୁ୍ୟତା ନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ,ସ୍ମୃତି କମିଟିର ସଂପାଦକ ତାରେଣି ମହାପାତ୍ର,ବରିଷ୍ଠ ଆଇନଜିବୀ ନବ…

"ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ୩୪ତମ ଶ୍ରାଦ୍ଧବାର୍ଷିକୀ ପାଳିତ"

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଶୁଭେନ୍ଦୁ ଓ ସଂପାଦକ ସତ୍ୟବ୍ରତ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ

ବୌଦ୍ଧ,୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବର୍ତ୍ତମାନ ସାରା ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ନିର୍ବାଚନି ତାତି ଲାଗି ରହିଥିବାବେଳେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ସଭାପତି ଓ ସଂପାଦକ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଫଳରେ ଏଠାରେ ଆଉ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବନାହିଁ ବୋଲି ଜଣାପଡିଛି । ମିଳିଥିବା ତଥ୍ୟ ମୁତାବକ ଏଥର ନିର୍ବାଚନରେ ସଭାପତି ପଦବି ପାଇଁ ୨ ଜଣ , ସାଧାରଣ ସଂପାଦକ ପାଇଁ ୩ ଜଣ, ଉପସଭାପତି ୨ ଜଣ, ଡ୍ରାମାଟିକ ଜଣେ, ଆଥଲେଟିକ ୨ ଜଣ ଓ ଡିଏସଏ ପାଇଁ ଜଣେ ମାତ୍ର ପା୍ରର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ସହ ସଂପାଦକ ପଦବୀ ପାଇଁ କେହି…

"ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଶୁଭେନ୍ଦୁ ଓ ସଂପାଦକ ସତ୍ୟବ୍ରତ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ"

ରତାଖଣ୍ଡି ବୀରକିଶୋର ହତ୍ୟା ମାମଲା, ସାତଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ପୁର୍ବତନ ସରପଂଚ ବୀରକିଶୋର ପ୍ରଧାନ ( ଯୋଗିନ୍ଦ୍ରପୁର ଗା୍ରମପଂଚାୟତ) ହତ୍ୟା ମାମଲାକୁ ସୋମବାର ଦିନ ବିଚାର କରି ସାତ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୬.୯.୨୦୧୨ ରିଖ ରବିବାର ଦିନ ଜିଲାର ମନମୁଣ୍ଡା ଥାନାର ରତାଖଣ୍ଡି ଗା୍ରମର ସୁରେନ୍ଦ୍ର ପ୍ରଧାନ , ପୁର୍ବତନ ସରପଂଚ ବୀରକିଶୋର ପ୍ରଧାନ, ସତ୍ୟ ହୋତା, ଦିଲିପ ପ୍ରଧାନ ଅପରାହ୍ନ ୩.୩୦ ମିନିଟ ସମୟରେ ଗା୍ରମର ବିଦ୍ୟାଳୟ ନିକଟସ୍ଥ ପାଣି ଟାଙ୍କିରେ ବସିଥିବା ବେଳେ ପୁର୍ବ ଶତୃତାକୁ…

"ରତାଖଣ୍ଡି ବୀରକିଶୋର ହତ୍ୟା ମାମଲା, ସାତଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ"

ବୌଦ୍ଧ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ,୧୯ା୦୯ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରୋତ୍ସାହନ ପାଇ ତୈଳ କମ୍ପାନୀ ଗୁଡିକ ଅହେତୁକ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଚାଲିଥିବାରୁ ଏହାର ପ୍ରତିବାଦରେ ସୋମବାର ବିଜେଡି ପକ୍ଷରୁ ବୌଦ୍ଧଜିଲାର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା । ଦୀର୍ଘ ୫ ଘଣ୍ଟା ଧରି ବିଜେଡି କର୍ମୀମାନେ ବୌଦ୍ଧର ଏନଏସି ଛକ ଓ ମହାନଦୀ ବ୍ରିଜ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଦେଇ ଯାଉଥିବା ଯାନାବାହାନ ଗୁଡିକୁ ଅଟକାଇଥିଲେ । ବିଜେଡି କର୍ମୀମାନେ ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇ ଜାତୀୟ…

"ବୌଦ୍ଧ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଜାତୀୟ ରାଜପଥ ଅବରୋଧ"