ବିଜେପି ପୌରମଣ୍ଡଳର ମହିଳା ମୋର୍ଚ୍ଚା ବୈଠକ

ତାଳଚେର,୧୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଜେପି ତାଳଚେର ପୌରମଣ୍ଡଳର ମହିଳାମୋର୍ଚ୍ଚା ବୈଠକ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଏଫ୍.ସି.ଆଇ. ଗସ୍ତ ତଥା ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ତାଳଚେର ସାରକାରଖାନାର ଶିଳାନ୍ୟାସ କାର୍ଯ୍ୟକ୍ରମ ନେଇ ତାଳଚେର ପୌର ମଣ୍ଡଳର ମହିଳା ମୋର୍ଚ୍ଚା ନେତୃତ୍ୱରେ ପ୍ରତ୍ୟେକ ବୁଥ୍ ରୁ ଶତାଧିକ ମହିଳାଙ୍କୁ    କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆହ୍ୱାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପେସ୍କାର ଗଡନାୟକ,ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ମହାରଣା,ବିଧାନସଭା ମହିଳାମୋର୍ଚ୍ଚା ପ୍ରଭାରୀ ଲକ୍ଷ୍ମୀପ୍ରିୟା ମଲ୍ଲିକ୍,ପୂର୍ବତନ…

"ବିଜେପି ପୌରମଣ୍ଡଳର ମହିଳା ମୋର୍ଚ୍ଚା ବୈଠକ"

ସାଉଥବଲଣ୍ଡାରେ ବିଜେପି ଏସ୍.ସି. ମୋର୍ଚ୍ଚା କାର୍ଯ୍ୟକର୍ତା ସମ୍ମିଳନୀ

ତାଳଚେର,୧୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ରଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ଏସ୍.ସି. ମୋର୍ଚ୍ଚା କାର୍ଯ୍ୟକର୍ତାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ତାରିଖ ଦିନ ତାଳଚେର ସାରକାରଖାନା ଲିମିଟେଡ଼ର ଭିତିପ୍ରସ୍ତର ସ୍ଥାପନ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ମୋଦି ଓଡିଶାକୁ ଗରୀବ କଲ୍ୟାଣର ପ୍ରୟୋଗଶାଳା କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଲକ୍ଷ ଅନ୍ତୋଦୟ,ଗଣ ଅନ୍ତୋଦୟ,ପଥ ଅନ୍ତୋଦୟ ଆଧାରରେ ବିଜେପି କାର୍ଯ୍ୟରତ ବୋଲି ସେ ମତବ୍ୟକ୍ତ କରିଥିଲେ । ଯେଉଁଦିନ ସମାଜର ସବୁଠାରୁ ଗରୀବରୁ ଅତି ଗରୀବ ତଥା ସବୁଠାରୁ…

"ସାଉଥବଲଣ୍ଡାରେ ବିଜେପି ଏସ୍.ସି. ମୋର୍ଚ୍ଚା କାର୍ଯ୍ୟକର୍ତା ସମ୍ମିଳନୀ"

ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତାରେ ବ୍ରଜନାଥପୁର ପ୍ରଥମ

ତାଳଚେର,୧୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ନୂଆଁଖାଇ ପର୍ବ ଉପଲକ୍ଷେ ତାଳଚେର ବ୍ଲକ ବଡ଼ସିଂହଡା ଗ୍ରାମର ‘ଶ୍ରୀ ଜଗନ୍ନାଥ ଆଶ୍ରମ’ ଓ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବରିଷ୍ଠ ନାଗରିକ ଗଣେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବା ଇନ୍ଦ୍ରମଣି ଦାସ ମହାରାଜ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ସମ୍ମାନୀତ ଅତିଥି ଭାବରେ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ୍ ଜଗନ୍…

"ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତାରେ ବ୍ରଜନାଥପୁର ପ୍ରଥମ"

ତାଳଚେରରେ ବିଜୁ ଯୁବବାହିନୀ କର୍ମଶାଳା

ତାଳଚେର,୧୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବିଜୁ ଯୁବବାହିନୀର ଏକ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ ସେଂଟ୍ରାଲ ୱାର୍କସପ୍ ନିକଟସ୍ଥ ଜଗନ୍ନାଥ କଲ୍ୟାଣମଣ୍ଡପଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଇନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ମୂଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାସହ ଯୁବ ବାହିନୀର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ଆହୁରି ଅଧିକ ଲୋକଙ୍କ ଠାରେ ପହଂଚି ପାରିବ ସେଥିପ୍ରତି…

"ତାଳଚେରରେ ବିଜୁ ଯୁବବାହିନୀ କର୍ମଶାଳା"

ଗାଁ ନାଳରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

ଅନୁଗୋଳ, ୧୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ ଲେମ୍ବୁତଇଳା ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମର ପିତାମ୍ବର ସାହୁଙ୍କ ଦୁଇ ଝିଅ ଝୁନୁବାଳା ସାହୁ(୧୪)ଓ ରୁନୁବାଳା ସାହୁ(୧୨)ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇ ଦୁର୍ଭାଗ୍ୟଜନକ ଭାବେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ସୂଚନାପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏପଟେ ୨ଭଉଣୀଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିବାସହ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

"ଗାଁ ନାଳରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ"

ମହିଳାଙ୍କୁ ଉଚିତ ସମ୍ମାନ ଦେଇଛନ୍ତି ମୋଦୀ : କାଳନ୍ଦୀ ସାମଲ

ମହିଳାଙ୍କୁ ଉଚିତ ସମ୍ମାନ ଦେଇଛନ୍ତି ମୋଦୀ : କାଳନ୍ଦୀ ସାମଲ ତାଳଚେର, ୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆସନ୍ତା ସେପ୍ଟେମ୍ବର ୨୨ରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ସାର କାରଖାନାର ଶିଳାନ୍ୟାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ତାଳଚେର ବିଜେପି ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏଫ୍.ସି.ଆଇ.ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। ଉଜ୍ୱଳା ଗ୍ୟାସ୍ ଯୋଜନା, ସମସ୍ତ ଘରକୁ ପାଇଖାନା, ଜନନୀ ସୁରକ୍ଷା ଯୋଜନା, ସୁକନ୍ୟା ଯୋଜନା, ଇନ୍ଦ୍ରଧନୁସ୍ ଯୋଜନାରେ ସମସ୍ତ ଶିଶୁଙ୍କୁ ଟୀକାକରଣ, ପ୍ରଧାନମନ୍ତ୍ରୀ ଆବାସ…

"ମହିଳାଙ୍କୁ ଉଚିତ ସମ୍ମାନ ଦେଇଛନ୍ତି ମୋଦୀ : କାଳନ୍ଦୀ ସାମଲ"

ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରିବ ତାଳଚେର ସାର କାରଖାନା : କାଳନ୍ଦି ସାମଲ

ତାଳଚେର, ୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୬ଟି ମଣ୍ଡଳର ଯୁବ ମୋର୍ଚ୍ଚା ପଦାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୁଣା ଏଫ୍.ସି.ଆଇ. ନିକଟସ୍ଥ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ନୂତନ ତାଳଚେର ଫର୍ଟିଲାଇଜର ଲିଃ କାର୍ଯ୍ୟକ୍ଷମ ହେଲେ ବେକାର ଯୁବକମାନେ ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇପାରିବେ ବୋଲି ମତପ୍ରକାଶ କରିଥିଲେ। ମୋଦୀଜୀଙ୍କ ଶାସନରେ ବ୍ୟାପକ ଭାବେ ରୋଜଗାର ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଦୀପକ କୁମାର ଗୋଛାୟତ, ବିଧାନସଭା ପ୍ରଭାରୀ…

"ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରିବ ତାଳଚେର ସାର କାରଖାନା : କାଳନ୍ଦି ସାମଲ"

ରେଙ୍ଗାଳୀ କେନାଲରୁ ଗଳିତ ମୃତ ଦେହ ଉଦ୍ଧାର

ତାଳଚେର, ୧୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ଥାନା ଅନ୍ତର୍ଗତ ତାଳଚେର କଲେଜ ସମ୍ମୁଖସ୍ଥ ରେଙ୍ଗାଳୀ ଦକ୍ଷିଣ କେନାଲରୁ ଆଜି ଜଣେ ମହିଳାଙ୍କ ଗଳିତ ଶବକୁ ତାଳଚେର ପୋଲିସ ଭାସମାନ ଅବସ୍ଥାରେ ଉଦ୍ଧାର କରିଛି। ତାଳଚେର ପୋଲିସ ସୂତ୍ରରୁ ପ୍ରକାଶ, ଯେ ତାଳଚେର ପୈାରାଂଚଳ ୧୦ନମ୍ବର ୱାର୍ଡ଼ ଅନ୍ତର୍ଗତ ଅରା ସାହିର ତ୍ରିନାଥ ନାଥଙ୍କ ପତ୍ନୀ କୈାତୁକ ନାଥ(୬୫) ପାରିବାରିକ କଳହକୁ କେନ୍ଦ୍ର କରି ଗତ ୩ ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ତେବେ ସ୍ଥାନୀୟ ଲୋକେ ଶୂକ୍ରବାର ସକାଳୁ ଏକ ମୃତ ଦେହ କେନାଲରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ଆସି…

"ରେଙ୍ଗାଳୀ କେନାଲରୁ ଗଳିତ ମୃତ ଦେହ ଉଦ୍ଧାର"

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ତରଫରୁ ଭୂମି ପୂଜନ କାର୍ଯ୍ୟକ୍ରମ

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ତାରିଖ ଦିନ ତାଳଚେର ଆସି ନୂତନ କାରଖାନା ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଭିତିପ୍ରସ୍ତର ସ୍ଥାପନ କରିବେ। ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ପକ୍ଷରୁ ଆଜି ଏଫ୍.ସି.ଆଇ. ଷ୍ଟାଡିଅମ୍ ସଭାସ୍ଥଳର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆଜି ସକାଳ ୮ ଘଟିକା ସମୟରେ ଏହିସ୍ଥଳରେ ହୋମ, ଯଜ୍ଞ ଆଦି କର୍ମ କରାଯାଇ ଭୂମି ପୂଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ୨୦ନଂ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ୍,…

"ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ତରଫରୁ ଭୂମି ପୂଜନ କାର୍ଯ୍ୟକ୍ରମ"

ହିଙ୍ଗୁଳା ନୋଡ଼ାଲ ହାଇସ୍କୁଲରେ ପ୍ରଭୁ ଗଜାନନଙ୍କୁ ଆରାଧନା

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅଗ୍ରପୂଜ୍ୟ ମହାପ୍ରଭୁ ଗଜାନନଙ୍କ ପୂଜା ତାଳଚେର ସମେତ ସମସ୍ତ ପୁରପଲ୍ଲୀରେ ମହାସମାରୋହରେ ପାଳନ କରାଯାଉଛି। ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ହିଙ୍ଗୁଳା ନୋଡାଲ ହାଇସ୍କୁଲ ପରିସରରେ ମଧ୍ୟ ଗଣେଶ ପୂଜା ମହାଆଡମ୍ବର ସହକାରେ ପାଳନ କରାଯାଇଛି। ପ୍ରଭୁ ଗଣେଶଙ୍କର ମୃଣ୍ମୟୀ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ରଖି ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ମୃଣ୍ମୟୀ ପ୍ରତିମାକୁ ବିଧିପୂର୍ବକ ଜୀବନ୍ୟାସ ଦେଇ ଯଥାରୀତି ପୂଜାର୍ଚ୍ଚନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ପୂଷ୍ପାଞ୍ଜଳୀ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର…

"ହିଙ୍ଗୁଳା ନୋଡ଼ାଲ ହାଇସ୍କୁଲରେ ପ୍ରଭୁ ଗଜାନନଙ୍କୁ ଆରାଧନା"