Home ଅନୁଗୁଳ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି ହେଉଥିବା ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି ହେଉଥିବା ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

72

ତାଳଚେର, ୨/୮: ତାଳଚେର ବ୍ଲକର ଗୁରୁଜାଙ୍ଗୁଲି ଗ୍ରାମପଂଚାୟତସ୍ଥିତ ଗୁରୁଜାଙ୍ଗୁଲି ପୁରୁଣା ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ଦୈନିକ ଅପରାହ୍ନ ୩.୩୦ ଘଟିକା ସମୟରେ ବିଦ୍ୟାଳୟଟିକୁ ବନ୍ଦ କରି ସମସ୍ତେ ଘରକୁ ପଳାଇ ଯାଉଛନ୍ତି ବୋଲି ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗତ ତା ୨୯.୦୭, ୨୦୨୨ରିଖ ଶୁକ୍ରବାର ଦିନ କୌଣସି ସୂତ୍ରରୁ ଖବର ପାଇ ଶ୍ରୀ ବେହେରା ଓ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ବିଦ୍ୟାଳୟକୁ ଯାଇ ଏହାର ସତ୍ୟାସତ୍ୟ ଦେଖିଥିଲେ। ଗୁରୁଜାଙ୍ଗୁଲି ପଂଚାୟତର ସମସ୍ତ ୟୁପି ଓ ଏମଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସିଆରସି ଦୁଃଶାସନ ସେଠୀଙ୍କ ନେତୃତ୍ୱରେ ସେହି ବିଦ୍ୟାଳୟରେ ଭୋଜି ଭାତ କରି ୩.୩୦ ଘଟିକା ସମୟରେ ଛୁଟି କରି ଦେଇଥିଲେ। ସଙ୍ଗେ ସଙ୍ଗେ କୌଣସି ସୂତ୍ରରୁ ଖବର ପାଇ ସିଆରସି ଦୁଃଶାସନ ସେଠୀ ତାଙ୍କ ପାଖକୁ ୩.୪୬ ସମୟରେ ଆସି, ବିଇଓଙ୍କ ଠାରୁ ଅନୁମତି ଆଣି ଭୋଜିଭାତ କରି ବିଦ୍ୟାଳୟକୁ ବନ୍ଦ କରି ଦେଇଛନ୍ତି ବୋଲି କହିଥିଲେ। ତେବେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏମିତି ବାରମ୍ବାର ଛୁଟି କରି ଦେବା ଦ୍ୱାରା ପିଲାଙ୍କ ଶିକ୍ଷା ଗଭୀର ପ୍ରଭାବିତ ହେଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏଣୁ ଗୁରୁଜାଙ୍ଗୁଲି ପୁରୁଣାସାହି ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପଯୁକ୍ତ ତଦନ୍ତ କରି ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଇଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ଶ୍ରୀ ବେହେରା ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.